Riya ଏମିତି ମନେଇଲେ ନିଜ ହଳଦୀ ସେରିମନି, ଭିଡିଓ ଦେଖିଲେ ଆପଣ ବି ଭାବବିହ୍ଵଳ ହୋଇଯିବେ, ଦେଖନ୍ତୁ video

ହାତକୁ ଦି’ ହାତ ହୋଇଛନ୍ତି ଲୋକପ୍ରିୟ ଅଲିଉଡ ଅଭିନେତ୍ରୀ ରିୟା ଦେ’ । ତାଙ୍କ ବିବାହ ଉତ୍ସବ ସମୟର ଭିଡିଓ ଏବେ ସୋସିଆଲ ମିଡିଆ ସାରା ଘୁରି ବୁଲୁଛି । ରିୟାଙ୍କ ପ୍ରଶଂସକ ଓ ଶୁଭେଚ୍ଛୁ ମାନେ ରିୟାଙ୍କ ବିବାହ ରୀତିନୀତି ଦେଖିବାକୁ ଖୁବ ଆଗ୍ରହୀ ହେଉଥିବା ଦେଖାଯାଇଛି । କିଛିଦିନ ପୂର୍ବରୁ ଓଲିଉଡରେ ଅନେକ ଫିଲ୍ମ କରି ଲୋକଙ୍କ ମନରେ ଘର କରି ସାରିଥିବା ଓଲିଉଡ ଅଭିନେତ୍ରୀ ରିୟାଙ୍କ ବିବାହ ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ଅଳ୍ପ ଦିନର ବ୍ଯବଧାନରେ ଗତକାଲି ରିୟାଙ୍କ ବିବାହ ସରିଥିବା ଖବର ଶୁଣିବାକୁ ମିଳିଛି ।

ଭାରତୀୟ ପରମ୍ପରା ଅନୁଯାୟୀ ବୈଦିକ ରୀତିନୀତିରେ ବିବାହ କରିଛନ୍ତି ଏହି ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ । ଯାହାକି ତାଙ୍କ ବିବାହ ଉତ୍ସବ ବେଳର ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ବ୍ୟବସାୟୀ ସୁନିଲ କୁମାର ଦଳାଇଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରିୟା । ସବୁ ଝିଅଙ୍କ ଭଳି ରିୟା ମଧ୍ୟ ବିବାହ ପୂର୍ବରୁ ହଳଦୀ ଲଗେଇ ମଙ୍ଗୁଳା ହୋଇଥିଲେ । ଅର୍ଥାତ ବାହାଘର ପୂର୍ବରୁ ରିୟାଙ୍କ ହଳଦୀ ସେରିମନି ହୋଇଥିଲା ।

ହଳଦୀ ସେରିମନିରେ ରିୟା ବେଶ ଖୁସି ଥିବା ଦେଖିବାକୁ ମିଳିଛି । ରିୟାଙ୍କ ପ୍ରଶଂସକଙ୍କୁ ତାଙ୍କ ହଳଦୀ ସେରିମନି ସମୟର ରୀତିନୀତି ବେଶ ପସନ୍ଦ ହେଉଥିବା ଚର୍ଚ୍ଚା ହେଉଛି । ରିୟାଙ୍କ ହଳଦୀ ସେରିମନିରେ ଅଭିନେତ୍ରୀ ଦେବଯାନୀ, ପୁନମ୍ ଓ ଦିବ୍ୟାଙ୍କ ଭଳି ଲୋକପ୍ରିୟ ଅଭିନେତ୍ରୀଙ୍କ ସମେତ ଅନେକ ସୁପରିଚିତ ଓଲିଉଡ କଳାକାର ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ସେମାନେ ସମସ୍ତେ ରିୟାଙ୍କ ପରିବାର ସହ ମିଶି ବେଶ ଧୁମଧାମରେ ରିୟାଙ୍କ ହଳଦୀ ସେରିମନି କାର୍ଯ୍ୟ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି । ହାତରେ ସିନ୍ଦୁର ଫରୁଆ ଧରି ହଳଦୀ ଲଗେଇ ହୋଇ ହୁଳହୁଳି ଓ ଆମ୍ବପତ୍ର କଳସରେ ରିୟା ମଙ୍ଗୁଳା ହୋଇଥିଲେ । କିଛି ଗୁରୁଜନ ଥିଲେ ଯେଉଁମାନେ ରିୟାଙ୍କୁ ସବୁ ପରମ୍ପରା ସଠିକ ଭାବେ କରିବାରେ ବେଶ ସାହାଯ୍ୟ କରିବାର ମଧ୍ୟ ଭିଡିଓରେ ଆପଣ ଦେଖିପାରିବେ । ଏହି ସମୟରେ ରିୟା ବେଶ ଖୁସି ଥିଲେ ଓ ସବୁ ରୀତିନୀତିକୁ ମନଭରି ଉପଭୋଗ କରୁଥିଲେ ।

ରିୟା ହଳଦୀ ଲଗାଇବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତେ ପରସ୍ପରକୁ ହଳଦୀ ଲଗାଲାଗି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଦର୍ଶକ ତଥା ପ୍ରଶଂସକମାନେ ରିୟାଙ୍କ ହଳଦୀ ସେରିମନିର ଭିଡିଓ ଖୁବ ଉତ୍ସାହର ସହ ଦେଖିବା ସହିତ ରିୟାଙ୍କୁ ତାଙ୍କ ନୂଆ ଜୀବନ ପାଇଁ ଖୁବ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।