୬୫ ବର୍ଷୀୟ ମହିଳାଙ୍କର ୧୮ ମାସରେ ହୋଇଛି ୮ ଟି ଶିଶୁ, ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ବିହାର ରେ ଘଟିଛି ଏଭଳି ଏକ ଘଟଣା ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣ ମଧ୍ୟ ଚମକିପଡିବେ । ବିହାରର ମୁଜାଫରପୁର ଜିଲ୍ଲାର ଛୋଟି କୋଥିଆ ଗାଁର ଲୀଲା ଦେବୀ 21 ବର୍ଷ ପୂର୍ବେ ତାଙ୍କର ଚତୁର୍ଥ ସନ୍ତାନ କୁ ଜନ୍ମ ଦେଇଥିଲେ । ଲୀଲା ବର୍ତ୍ତମାନ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଅଧୀନରେ ଥିବା ଜାତୀୟ ମାତୃତ୍ୱ ସୁବିଧା ଯୋଜନା (NMBS) ର ହିତାଧିକାରୀ । ଏହି ସୁବିଧା ଅନୁସାରେ ଥରେ ଶିଶୁ କୁ ଜନ୍ମ ଦେଲେ 5000 ଟଙ୍କା ସହାୟତା ରାଶି ମିଳିଥାଏ ।

ପ୍ରକୃତରେ ଘଟଣାଟି ହେଉଛି ଯେ ଏହି ବୃଦ୍ଧା ଙ୍କ ନାମ ପକାଇ ଗର୍ଭବତୀ ଙ୍କ ପାଇଁ ଥିବା ଯୋଜନାରେ ସରକାରୀ ଟଙ୍କା ଚଳୁ କରାଯାଇଛି । ଯେବେ ଉପର ସ୍ତର ସରକାରୀ ଅଫିସର ଏହାକୁ ଧରିଥିଲେ ଏହି ମହିଳା ଙ୍କୁ ଡକାଯାଇଥିଲା ଏବଂ ସମ୍ପୂର୍ଣ୍ଣ ଘଟଣାର ଫର୍ଦଫାସ ହୋଇଥିଲା । ଏନେଇ ଏବେ ତଦନ୍ତ ର ନିର୍ଦେଶ ଦିଆଯାଇଛି ।


ସଂସ୍ଥାର ବିତରଣକୁ ବୃଦ୍ଧି କରିବା ପାଇଁ NMBS ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅଧୀନରେ ମା’ଙ୍କୁ 5000 ଟଙ୍କା ଏବଂ ଆଶା ଶ୍ରମିକ 600 ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଖବର କାଗଜ ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦଲିଲଗୁଡିକ ଦର୍ଶାଉଛି ଯେ ଲୀଲା ଗତ 18 ମାସ ମଧ୍ୟରେ 8 ଟି ସନ୍ତାନ ଜନ୍ମ ଦେଇଛନ୍ତି । ଏଥିରେ ଉଭୟ ଲୀଲା ଏବଂ ତାଙ୍କ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ସହିତ ଗାଁ ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇ ଯାଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲୀଲା କହିଛନ୍ତି, “ମୁଁ ବର୍ତ୍ତମାନଠାରୁ 21 ବର୍ଷ ତଳେ ପୁଅକୁ ଜନ୍ମ ଦେଇଥିଲି । ମୁଁ ଜାଣିବାକୁ ପାଇଲି ଯେ ମୁଁ ଏହି ଯୋଜନାର ହିତାଧିକାରୀ ଏବଂ ମୁଁ ଏକ ସପ୍ତାହ ପୂର୍ବରୁ ସହାୟତା ପାଇଛି । କିନ୍ତୁ ବାସ୍ତବରେ ମୋତେ ଟଙ୍କା ମିଳିନାହିଁ । ମୋ ନାମ ପକାଇ ଅନ୍ୟ କେହି 5 ହଜାର ଟଙ୍କା ଲେଖାଏଁ ନେଇଛନ୍ତି । ଯେତେବେଳେ ମୁଁ CSP କେନ୍ଦ୍ରକୁ ଯାଇ ଅପରେଟରଙ୍କଠାରୁ ଜାଣିଲି, ସେମାନେ ଏକ ମାମଲା ଦାୟର କରିବାକୁ ମନା କରିଦେଲେ । ସେ କହିଛନ୍ତି ଯେ ମୋ ନାମରେ ପ୍ରତ୍ୟାହାର ହୋଇଥିବା ଟଙ୍କା ମତେ ଫେରସ୍ତ କରିବାକୁ ପଡ଼ିବ ।

ଏହି ଯୋଜନାର ସୁଯୋଗ ନେଉଥିବା ଲୀଲା କେବଳ ବୃଦ୍ଧ ମହିଳା ନୁହଁନ୍ତି । ଏହି ଜିଲାରେ 50 ରୁ ଅଧିକ ମହିଳା ଠକେଇର ଶିକାର ହୋଇଛନ୍ତି । ଆକାଉଣ୍ଟରେ ନକଲି କାଗଜପତ୍ର ଦେଖାଇ ଟଙ୍କା ବାହାର କରାଯାଇଛି । ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ଜାଲିଆତି ଦୀର୍ଘ ଦିନ ଧରି ଜିଲ୍ଲାରେ ଚାଲିଆସୁଛି । ଏହା ପଛରେ କିଛି ସରକାରୀ ଅଫିସର ମାନଙ୍କର ହାତ ରହିଛି ସେମାନେ ସାଧାରଣ ଲୋକଙ୍କ ନାମ ପକାଇ ସରକାରୀ ଧନ ଲୁଣ୍ଠନ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।