ଆଜିଠୁ ଆରମ୍ଭ ପ୍ରବଳ ବର୍ଷା, ଆଗକୁ ଆହୁରି ବଢିବ, କେଉଁ ଜିଲ୍ଲାରେ କେତେ ଢାଳିବ କଣ ହେବ?

ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଯାହା ୨୩ ତାରିଖ ରୁ ସୃଷ୍ଟି ହୋଇଥାନ୍ତା ତାହା ଏବେ ୨୪ ତାରିଖ ମାନେ ଆସନ୍ତା କାଲି ସୃଷ୍ଟି ହେବାକୁ ଯାଉଛି । କିନ୍ତୁ ଏହାର ପ୍ରଭାବରେ ଆଜି ଠାରୁ ଆମ ଓଡ଼ିଶାରେ ଅଧିକାଂଶ ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଛି, ବେଶି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ଆଊ ବାକି ଜିଲ୍ଲା ମାନଙ୍କରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି ।

ବର୍ଷା ର ପରିମାଣ ଆସନ୍ତା କାଲି ଠାରୁ ବୃଦ୍ଧି ପାଇବ । ଆଜି କେଉଁ କେଉଁ ଜିଲ୍ଲା ମାନଙ୍କୁ ୟିଲୋ ୱର୍ଣ୍ଣି ଦିଆଯାଇଛି ଏବଂ କେଉଁ ଜିଲ୍ଲା ମାନଙ୍କରେ ବର୍ଷା ର ପରିମାଣ ବୃଦ୍ଧି ପାଇବ ଚାଲନ୍ତୁ ଜାଣିବା । ଭାରତୀୟ ପାଣିପାଗ ବିଭାଗ ତରଫରୁ ଆସିଚି ଲାଟେସ୍ତ୍ ଖବର ତାହା ହେଉଛି ଯେ ଉତ୍ତର ବଙ୍ଗୋପସାଗରେ ଯେଉଁ ଲଘୁଚାପ ଆଜି ସୃଷ୍ଟି ହେବାର ଥିଲା ତାହା ଆସନ୍ତା କାଲି ସୃଷ୍ଟି ହେବାର ସମ୍ଭାବନା ରହିଛି ।

କିନ୍ତୁ ଏହାର ପ୍ରଭାବ ଆଜି ଠାରୁ ଦେଖିବାକୁ ମିଳିବ । ଆମ ଉପକୂଳ ଜିଲ୍ଲା ଏବଂ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିିବ । କାଲି ଠାରୁ ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ପାଇଁ ୟେଲୋ ୱର୍ଣୀ ମଧ୍ୟ ଦିଆଯାଇଛି । କାଲି ଠାରୁ ବର୍ଷା ବହୁତ୍ ଜୋରେ ହେବ ଏବଂ ପାଖାପାଖି ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିଵ ।

ଆଜି ୟେଲୋ ୱର୍ଣୀ ଦିଆ ଯାଇଥିବା ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂପୁର, ଢେ଼ଙ୍କାନାଳ ଏବଂ ବୌଦ୍ଧ, ତାହା ଛଡା ଖୋର୍ଦ୍ଧା ରେ ବି ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ । ଉପକୂଳ ସବୁ ଜିଲ୍ଲା ମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି ।

କାଲି ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଆକ୍ଟିଭ ହେବା ପରେ ଆଜି ଯେଉଁ ଜିଲ୍ଲା ସବୁ ୟେଲୋ ୱର୍ଣୀ ଦିଆଯାଇଛି ସେହି ଜିଲ୍ଲା ମାନଙ୍କରେ ପ୍ରବଳ ରୁ ପ୍ରବଳ ମାତ୍ର ରେ ବର୍ଷା ହେବ । ବାକି ସବୁ ଜିଲ୍ଲା ମାନଙ୍କରେ ମଧ୍ୟ ପ୍ରବଳ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଠାରୁ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କାଲି ଠାରୁ ସୃଷ୍ଟି ହେବ କିନ୍ତୁ ବର୍ଷା ଆଜିଠାରୁ ଲାଗିରହିିବ ।

ଆସନ୍ତା କାଲିଠାରୁ ବର୍ଷା ବୃଦ୍ଧି ହେବାସହ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ଆଊ କେଉଁ କେଉଁ ଜିଲ୍ଲା ଗୁଡ଼ିକ କୁ ୱର୍ଣୀ ଦିଆଗଲେ ଆମେ ଅପଡେଟ କରିବୁ । ଆପଣ ଆପଣଙ୍କ ଅଞ୍ଚଳରେ ସୁରକ୍ଷିତ ରୁହନ୍ତୁ । ଆପଣଙ୍କ ଅଞ୍ଚଳରେ ପାଣିପାଗ କେମିତି ରହିଛି କମ୍ମେନ୍ଟ ରେ ଜଣାନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।