ପାଣି ବୋତଲରେ କାହିଁକି ରହିଥାଏ ଏକ୍ସପାୟାରୀ ଡେଟ୍ ? ସତରେ କଣ ପାଣି ବି ଏକ୍ସପାୟାର ହୁଏ ? ହୋସ୍ ଉଡେଇବା ଭଳି ତଥ୍ୟ !

ଆଜିକାଲି ସହର ଠାରୁ ନେଇ ଗାଁ ପର୍ଯ୍ୟନ୍ତ ସବୁଠି କିଣା ପାଣି ବୋତଲର ଚାହିଦା ବଢିବାରେ ଲାଗିଛି । ହେଲେ ପାଣି ଏକ୍ସପାୟାର ହୁଏ କି ନାହିଁ ଏହି ପ୍ରଶ୍ନ ଏବେବି ଲୋକଙ୍କ ମନରେ ଉଙ୍କି ମାରୁଛି । ପାଣି ଯଦି ଏକ୍ସପାୟାର ହୁଏନି ତେବେ ପାଣି ବୋତଲ ଉପରେ ଏକ୍ସପାରୀ ଡେଟ କାହିଁକି ଲେଖା ଯାଇଥାଏ ? ଆଉ ଯଦି ପାଣି ସତରେ ଏକ୍ସପାୟାର ହୁଏ ତେବେ ତାହା କଣ କ୍ଷତି କରିଥାଏ ? ଆପଣଙ୍କ ମନର ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଛୁ ।

ବାସ୍ତବରେ ବିଶେଷଜ୍ଞଙ୍କ ମତରେ ପାଣି ବୋତଲ ଉପରେ ଯେଉଁ ଏକ୍ସପାରୀ ଡେଟ ଲେଖା ଯାଇଥାଏ ତାହା ପାଣିର ନୁହେଁ ବରଂ ପାଣି ରହିଥିବା ପ୍ଲାଷ୍ଟିକ ବୋତଲର । ପାଣି ବୋତଲ ପ୍ଲାଷ୍ଟିକରେ ନିର୍ମିତ ହୋଇଥାଏ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ପରେ ପ୍ଲାଷ୍ଟିକ ଧୀରେ ଧୀରେ ପାଣିରେ ଦ୍ରବୀଭୂତ ହେବା ଆରମ୍ଭ କରିଦିଏ । ତେଣୁ ଯେଉଁ ବୋତଲରେ ପାଣି ଭରାଯାଏ ତା’ ଉପରେ ଏହାର ଏକ ଏକ୍ସପାରୀ ଡେଟ ଲେଖା ଯାଇଥାଏ । ଆପଣ ଏବେବି ଭାବୁଥିବେ ପାଣି କଣ ଏକ୍ସପାରୀ ହୁଏ କି ?

ଉତ୍ତର ହେଉଛି ନା’, ପାଣି କେବେବି ଏକ୍ସପାୟାର ହୁଏନାହିଁ । ଏମିତି କିଛି ପ୍ରକ୍ରିୟା ଅଛି ଯାହା ମାଧ୍ୟମରେ ପାଣିକୁ ଶୁଦ୍ଧ କରା ଯାଇପାରେ । ଅଧିକ ସମୟ ଯାଏଁ ଯଦି କେଉଁଠାରେ ପାଣି ରହୁଛି ତେବେ ଏହାକୁ ପାନ କରିବା ପୂର୍ବରୁ ପରିଷ୍କାର କରିନେବା ଆବଶ୍ୟକ । ପାଣି ଗୋଟିଏ ସ୍ଥାନରେ ଅଧିକ ଦିନ ରହିଲେ ତାହା ଖରାପ ହେବାର ସମ୍ଭାବନା ରହିଥାଏ ।

କିନ୍ତୁ ପାଣି ଖରାପ ହୁଏନାହିଁ । ପାଣି ରଖା ଯାଉଥିବା ସ୍ଥାନ ହିଁ ଦର୍ଶାଏ ପାଣି ଅପରିଷ୍କାର ହେବ କି ନାହିଁ । ପାଣି ଖୋଲାରେ କିମ୍ବା କୌଣସି ଜାଗାରେ ଅଧିକ ଦିନ ରହିଲେ ତାହା ଦୂଷିତ ହେବାର ଆଶଙ୍କା ରହିଥାଏ । ଆଉ ଦୂଷିତ ଜଳ ପାନ କଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ଅଧିକ ଦୂଷିତ ଜଳକୁ ପରୀକ୍ଷାଗାରରେ ପୁନର୍ବାର ଶୁଦ୍ଧ କରିହେବ ।

ଆପଣ ଘରେ ପିଉଥିବା ପାଣିକୁ ଭଲଭାବେ ଫୁଟେଇ ଏକ ସଫା କପଡାରେ ଛାଣି ପାନ କରିପାରିବେ । ଆଉ ମନେରଖନ୍ତୁ ପାଣି ରହୁଥିବା ପ୍ଲାଷ୍ଟିକ ବୋତଲକୁ ଅଧିକ ଦିନ ଘରେ ରଖି ବ୍ୟବହାର କରନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।