ମଞ୍ଚ ଉପରେ Papu Pom Pom ଙ୍କୁ ଢେଲା ମାଡ, ଭରା ମଞ୍ଚରେ ହେବାକୁ ପଡିଲା ହଟହଟା, କଣ ପାଇଁ ରାଗିଗଲେ ଲୋକେ ?

ଓଡିଆ ହାସ୍ୟ ଅଭିନେତା ପପୁ ପମପମଙ୍କ ପିଛା ଛାଡୁନି ବିବାଦ । ଦିନେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ କମେଡି କରିବାରୁ ରାସ୍ତାରେ ଗାଡି ଅଟକାଇ ତାଙ୍କ ଉପରକୁ କାଳି ମା-ଡ କରିଥିଲେ ଲୋକେ । ସେହିପରି କା-ଷ୍ଟିଂ କା-ଉ-ଚ ମାମଲାରେ ମଧ୍ୟ ତାଙ୍କ ନାଁ ସାମ୍ନାକୁ ଆସିଥିଲା । ସୌଭାଗ୍ୟବଶତଃ ଯେଉଁଥିରୁ ତାଙ୍କୁ କ୍ଳିନଚିଟ୍ ମିଳିଯାଇଛି । ହେଲେ ଏହାପରେ ମିଷ୍ଟର କହ୍ନେୟା ପୋଷ୍ଟର ପାଇଁ ସେ ପୁଣି ଥରେ ଫସିଥିଲେ । ଆଉ ଗତକାଲି ଜାଗର ଯାତ୍ରାରେ ସର୍ବ ସମୁଖରେ ଷ୍ଟେଜ ଉପରେ ପପୁ ପମପମଙ୍କୁ ପଥର ମା-ଡ ଘଟଣା ସାମ୍ନାକୁ ଆସିଛି ।

ପପୁଙ୍କ ଦେହରେ ଏହି ପଥର ସିନା ବାଜିନି ହେଲେ ଷ୍ଟେଜରେ ହଟହଟା ହୋଇଛନ୍ତି ପପୁ । ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁରଳ ଗ୍ରାମରେ ଜାଗର ଯାତ୍ରା ଚାଲିଥିବା ବେଳେ ଏଭଳି କିଛି ଘଟିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେଠାରେ ଚାଲିଥିବା ଜଗର ଯାତ୍ରାରେ ଅତିଥି ଭାବେ ପପୁ ପମପମଙ୍କୁ ଡକା ଯାଇଥିଲା । ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବାର କିଛି ସମୟ ପରେ ମଞ୍ଚ ଉପରକୁ ଆସିଥିଲେ ପପୁ ପମପମ ।

ପଥରଟି ପପୁଙ୍କ କାନ୍ଧ ଉପରେ ଯାଇ ପଛରେ ଥିବା ଡିଜିଟାଲ ଡିସପ୍ଲେ ବୋର୍ଡରେ ବାଜିବା ପରେ ତାହା ଭାଙ୍ଗି ଯାଇଥିଲା । ଏହାପରେ ମଞ୍ଚ ଉପରକୁ ଆଉ ଗୋଟିଏ ପଥର ଆସିଥିଲା ଯାହା ଆଉ ଜଣେ ଯୁବକଙ୍କ ଦେହରେ ବାଜିଥିଲା । ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟକ୍ରମ ଅଧାରୁ ପପୁଙ୍କୁ ସେଠାରୁ ପଳେଇ ଆସିବାକୁ ପଡିଥିଲା । ପପୁ ମଞ୍ଚକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ସୁରଳ ଗ୍ରାମର ନାମକରଣକୁ ନେଇ କିଛି କହିଥିଲେ ।

ତା’ପରେ ସୁରଳ ଗ୍ରାମବାସୀଙ୍କ ପ୍ରଶଂସା ନିଷ୍କପଟ ବୋଲି କହିଥିଲେ । ଏହି ସମୟରେ କିଛି ଉତ୍ତ୍ୟକ୍ତ ଲୋକ ମଞ୍ଚ ଉପରକୁ ପଥର ମାଡ କରିଥିଲେ । ହେଲେ ଭାଗ୍ୟବଶତଃ ପପୁଙ୍କ ଦେହରେ ପଥର ବାଜି ନଥିଲା । କିନ୍ତୁ ଡିଜିଟାଲ ଡିସପ୍ଲେ ବୋର୍ଡରେ ପଥର ବାଜି ତାହା ଖରାପ ହେବା ସହ ଆଉ ଏକ ପଥର ମଞ୍ଚ ଉପରେ ଥିବା ଅନ୍ୟ ଜଣେ ଯୁବକଙ୍କ ଦେହରେ ବାଜିଛି । କିଛି ଉତ୍ତ୍ୟକ୍ତ ଲୋକେ ମଞ୍ଚ ଉପରକୁ ଚଢିଯିବା ସହ କିଛି ଲୋକ ଭୟରେ ଏଣେତେଣେ ଦୌଡାଦୌଡି କରିଥିଲେ ।

ହେଲେ ପପୁ ମଞ୍ଚ ଉପରେ ସମସ୍ତଙ୍କୁ ବୁଝାସୁଝା କରିବା ସହ ସ୍ଵାଭାବିକ ଭାବେ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ । ତେବେ କେଉଁ କାରଣ ପାଇଁ ପଥର ମାଡ ହେଲା ତାହା ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଥିବା ବେଳେ ଏହାକୁ ନେଇ ପପୁଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।