ଆପଣଙ୍କ ପାଖେ ଚିରାଫଟା ନୋଟ ଥିଲେ ଏହାକୁ କେମିତି ବ୍ୟବହାର କରିବେ ? ଏଥର ଆଉ ଟେନସନ ନାହିଁ, ଦେଖନ୍ତୁ କଣ କହୁଛି RBI ଗାଇଡଲାଇନ

ଆପଣଙ୍କ ପାଖେ କିଛି ଚିରାଫଟା ନୋଟ୍ ନିହାତି ଭାବେ ଥିବ । ଯାହା ଦୋକାନୀ ନେବାକୁ ମନା କରି ଦେଉଥିବେ । ଚିରାଫଟା, ପୋଡା ଓ ଦର୍ଦରା ନୋଟ୍ ଆପଣଙ୍କ ପାଖେ ଥିଲେ ଏହାକୁ କଣ କରିବେ ଜାଣିଛନ୍ତି କି ? କିଛି ଲୋକ ଚିରା ନୋଟ୍ ରେ ଧଳା ଟେପ୍ ଲଗାଇ କାମ ଚଳେଇ ଦିଅନ୍ତି । ଆଉ କିଛି ଲୋକ ଦଲାଲଙ୍କ ହାତରେ ପଡି ବହୁତ କମ୍ ମୂଲ୍ଯରେ ଏହି ଚିରା ଟଙ୍କା ତାଙ୍କୁ ଦେଇ ଦିଅନ୍ତି । ଆଜି ଆମେ ଆପଣଙ୍କୁ ଚିରା ନୋଟର ସଠିକ ବ୍ୟବହାର ବିଷୟରେ କହିବୁ ।

ତେବେ ଏହି ଚିରାଫଟା ନୋଟକୁ ବଦଳ କରିବାକୁ ହେଲେ ଆପଣଙ୍କୁ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆର ଗାଇଡଲାଇନକୁ ମାନିବାକୁ ହେବ । ଆପଣଙ୍କ ପାଖରେ କଟା ଓ ଫଟା ନୋଟ ଥିଲେ ଏହାକୁ ଆପଣ ବ୍ଯାଙ୍କରେ ସହଜରେ ବଦଳାଇ ପାରିବେ । ଆରବିଆଇ ଗାଇଡଲାଇନ ଅନୁସାରେ ଯଦି କୌଣସି ବ୍ଯାଙ୍କ ସେହି ଚିରା ନୋଟ ବଦଳାଇବାକୁ ମନା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବ୍ଯାଙ୍କ ଫଟା ନୋଟ ଗ୍ରହଣ ନକଲେ ଗ୍ରହଣ ଆରବିଆଇ ର ଅଫିସିଆଲ ୱେବସାଇଟରେ ଏନେଇ ଅଭିଯୋଗ କରିପାରିବେ ।

ରିଜର୍ଭ ବ୍ଯାଙ୍କର ଗାଇଡଲାଇନ ମୁତାବକ ଚିରାଫଟା ନୋଟ ବଦଳାଇବାକୁ ଏକ ନିର୍ଦ୍ଦିଷ୍ଟ ସୀମା ନିର୍ଦ୍ଧାରଣ କରାଯାଏ । ଜଣେ ବ୍ୟକ୍ତି ଗୋଟିଏ ଥରରେ ଅତି ବେଶୀରେ 20ଟି ନୋଟ୍ ବଦଳାଇ ପାରିବେ । କିନ୍ତୁ ଏହାର ସମୁଦାୟ ମୂଲ୍ୟ 5 ହଜାର ଟଙ୍କାରୁ ଅଧିକ ନହେବା ଉଚିତ । ଅଧିକାଂଶ ଭାଗ ଜଳି ଯାଇଥିବା ନୋଟ ମଧ୍ୟ ବ୍ଯାଙ୍କରେ ବଦଳା ଯାଇପାରିବ ନାହିଁ ।

ତାହା କେବଳ ଆରବିଆଇ ଦ୍ଵାରା ଇସ୍ୟୁ ହୋଇଥିବା ଅଫିସରେ ଜମା ହୋଇପାରିବ । ଯେଉଁ ନୋଟ ଯେତିକି ଫଟା ହୋଇଥାଏ ସେହି ଅନୁସାରେ ତାହାର ମୂଲ୍ୟ ମିଳିଥାଏ । 2000 ଟଙ୍କିଆ ନୋଟର ଯଦି 88 ସେଣ୍ଟିମିଟର ଅଂଶ ଭଲ ଥିବ ତେବେ ଏହାର ସଂପୂର୍ଣ୍ଣ ମୂଲ୍ୟ ମିଳିପାରିବ । ଯଦି 44 ସେଣ୍ଟିମିଟର ଅଂଶ ରହିଛି ତେବେ ଏହାର ଅଧା ମୂଲ୍ୟ ମିଳିବ । 200 ଟଙ୍କିଆ ନୋଟର 88 ବର୍ଗ ସେମି ଅଂଶ ଥିଲେ ପୁରା ଟଙ୍କାର ମୂଲ୍ୟ ମିଳିବ । ହେଲେ 39 ବର୍ଗ ସେମି ଥିଲେ ଏହାର ଅଧା ଦାମ ମିଳିବ ।

ଆରବିଆଇ ମୁତାବକ ପୁରୁଣା ଓ ଫଟା ନୋଟ ବ୍ଯାଙ୍କରେ ସହଜରେ ବଦଳାଇ ହେବ ଓ ଏଥିପାଇଁ ବ୍ଯାଙ୍କ କୌଣସି ଶୁଳ୍କ ନିଏନାହିଁ । କିନ୍ତୁ ସଂପୂର୍ଣ୍ଣ ଜଳି ଯାଇଥିବା ଓ ଖଣ୍ଡ ଖଣ୍ଡ ହୋଇଥିବା ନୋଟକୁ ବଦଳାଇ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।