Collestor ହେଲେ ପଞ୍ଚମ ଶ୍ରେଣୀ ଛାତ୍ରୀ Navya, କିନ୍ତୁ କିପରି ? ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

କହିବାକୁ ଗଲେ କଲେକ୍ଟର ହେବାକୁ ହେଲେ ପ୍ରଥମେ IAS ଅଫିସର ହେବାକୁ ପଡିଥାଏ । କିନ୍ତୁ IAS ଅଫିସର ହେବା ପାଇଁ କେତେକ ପରିଶ୍ରମ କରିବାକୁ ପଡିଥାଏ ଏହା କେବଳ ଜଣେ IAS ଅଫିସର ହିଁ କହି ପାରିବେ । କିନ୍ତୁ ବର୍ତ୍ତମାନ ଗୋଟିଏ ଖବର ବହୁତ ଭାଇରାଲ ହେଉଛି । ଯେଉଁଥିରେ କୁହାଯାଉଛି କି ଗୋଟିଏ ପଞ୍ଚମ ଶ୍ରେଣୀର ଛାତ୍ରୀ କଲେକ୍ଟର ହୋଇ ଯାଇଛି । ଯାହାକି ବହୁତ ଆଶ୍ଚର୍ଯ୍ୟକର । ସମସ୍ତଙ୍କ ମନରେ ପରସନ ଆସୁଥିବ କି ପଞ୍ଚମ ଶ୍ରେଣୀରେ ପଢୁ ପଢୁ କଲେକ୍ଟର କେମିତି ହୋଇଗଲେ ।

ରାଜସ୍ଥାନର ଦୋସା ସହରରେ ଏହିଭଳି କିଛି ଦେଖିବାକୁ ମିଳିଛି । ଏଠି ଗୋଟିଏ ପଞ୍ଚମ ଶ୍ରେଣୀର ଛାତ୍ରୀକୁ ଗୋଟିଏ ଦିନ ପାଇଁ କଲେକ୍ଟରର କ୍ଷମତା ଦିଆ ଯାଇଛି । ଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଓ ପ୍ରୋଶ୍ଚାହନ ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କାଉନ୍ସିଲିଙ୍ଗ ଅର୍ଥାତ କଲେକ୍ଟର କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ଝିଅ ନବ୍ୟା ଅବସ୍ଥି ଜିଲ୍ଲା କଲେକ୍ଟରଙ୍କୁ ଏକ ପ୍ରଶ୍ନ ପଚାରି ଥିଲେ । ନବ୍ୟା ପଚାରିଥିଲେ କି ଆପଣ ଝିଅମାନଙ୍କର ଭବିଷ୍ୟତ ପାଇଁ କଣ ଭାବିଛନ୍ତି ।

କୁନି ଝିଅର ଏହି ପ୍ରଶ୍ନର ପ୍ରଶଂସା କରିବା ସହିତ କଲେକ୍ଟର ନବ୍ୟାକୁ ନିଜ ସିଟରେ ବସାଇ ଗୋଟିଏ ଦିନ ପାଇଁ କଲେକ୍ଟରର ସବୁ କ୍ଷମତା ଦେଇ ଥିଲେ । କଲେକ୍ଟର ସିଟରେ ବସିବା ପରେ ନବ୍ୟାଙ୍କୁ କିଛି ମହତ୍ଵପୂର୍ଣ ମାମଲାରେ କିଛି ନିଷ୍ପତି ନେବା ପାଇଁ ଅନୁମତି ଦିଆ ଯାଇ ଥିଲା । ନବ୍ୟା ସଙ୍ଗେ ସଙ୍ଗେ ତାଙ୍କ ସ୍କୁଲରେ ଲାଇବେରି ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ମିଳିବା ପରେ ବର୍ତ୍ତମାନ ନବ୍ୟା ସ୍କୁଲରେ ଲାଇବେରିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ।

ପିଲାମାନଙ୍କ ପରୀକ୍ଷା ପାଖେଇ ଆସୁଥିବାର ଦେଖି ଜିଲ୍ଲା ମାଜିଷ୍ଟେଟଙ୍କ ପକ୍ଷରୁ ନାରୀ ସଶକ୍ତି କରଣକୁ ପ୍ରୋସ୍ତାହନ ଦେବା ପାଇଁ କାଉନ୍ସିଲିଙ୍ଗ କରାଯାଇ ଥିଲା । ଯାହାକୁ କଲେକ୍ଟର ନିଜେ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ରୁ ବି ଅଧିକ ସ୍କୁଲର ପଞ୍ଚମରୁ ଆରମ୍ଭ କରି ଦ୍ଵାଦଶ ପର୍ଯ୍ୟନ୍ତ ପାଠ ପଢୁଥିବା ଛାତ୍ରୀମାନେ ଯୋଗ ଦେଉଥିଲେ । ଏଠି ନାରୀମାନଙ୍କୁ ନେଇ ବହୁତ ଆଲୋଚନା କରାଯାଇ ଥିଲା । କିନ୍ତୁ ପଞ୍ଚମ ଶ୍ରେଣୀର ଛାତ୍ରୀର କଲେକ୍ଟର ହେବାର ଘଟଣାକୁ ନେଇ ବର୍ତ୍ତମାନ ଦେଶରେ ଚର୍ଚା ହେଉଛି ।