କଣ ଆପଣ ଜାଣିଛନ୍ତି ପାଞ୍ଚ ପାଣ୍ଡବଙ୍କ ସହିତ ଦ୍ରୌପଦୀଙ୍କ ଚଉଠି ରାତି କେମିତି ହୋଇଥିଲା

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ମହାଭାରତର ଏକ ରୋମାଞ୍ଚକ ବିଷୟ । ବନ୍ଧୁଗଣ ଆପଣମାନେ ତ ପାଞ୍ଚ ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀଙ୍କ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଦ୍ରୌପଦୀଙ୍କର ଜନ୍ମ ରାଜା ଦ୍ରୁପଦଙ୍କ ଯଜ୍ଞ କୁଣ୍ଡରୁ ସେହି ସମୟରେ ହୋଇଥିଲା ଯେତେବେଳେ ସେ ତାଙ୍କର ଶତ୍ରୁ ଦ୍ରୋଣାଚାର୍ଯଙ୍କ ବଧ ପାଇଁ ପୁତ୍ର ପ୍ରାପ୍ତି ଯଜ୍ଞ କରୁଥିଲେ । ରାଜା ଦ୍ରୁପଦଙ୍କ ଅଗ୍ନି କୁଣ୍ଡରୁ ଗୋଟିଏ ପୁତ୍ର ଦୁଷ୍ଟଦ୍ୟୁମ୍ନଙ୍କ ସହିତ ଦ୍ରୌପଦୀଙ୍କର ଆବିର୍ଭାବ ହୋଇଥିଲା ।

ରାଜା ଦ୍ରୁପଦ ତାଙ୍କର ଏହି ପୁତ୍ରୀଙ୍କ ବିବାହ ପାଇଁ ସ୍ଵୟଂବର ରଖିଥିଲେ । ସେହି ସ୍ଵୟଂବରକୁ ଅର୍ଜୁନ ବ୍ରାହ୍ମଣ ବେଶରେ ଯାଇ ରଖିଥିବା ସର୍ତ୍ତ ପୁରଣ କରି ଦ୍ରୌପଦୀଙ୍କୁ ନିଜର ପତ୍ନୀ କରି ନେଇଥିଲେ । ଯେଉଁ ସମୟରେ ଦ୍ରୌପଦୀଙ୍କ ସ୍ଵୟଂବର ହେଉଥିଲା ସେହି ସମୟରେ ପାଞ୍ଚ ପାଣ୍ଡବଙ୍କ ସହିତ ମାତା କୁନ୍ତୀ ବ୍ରାହ୍ମଣ ବେଶରେ ରହୁଥିଲେ ଓ ଭିକ୍ଷା ମାଗି ନିଜ ପେଟ ପୋଷୁଥିଲେ ।

ପାଞ୍ଚ ପାଣ୍ଡବ ଯେତିକି ଭିକ୍ଷା ମାଗି ଆଣୁଥିଲେ ମା’ କୁନ୍ତିଙ୍କୁ ଆଣି ଦେଉଥିଲେ । ମା’ କୁନ୍ତୀ ଭିକ୍ଷାକୁ ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ । ସେହିପରି ଭାବରେ ଯେତେବେଳେ ଅର୍ଜୁନ ଓ ଭିମ ଦ୍ରୌପଦୀଙ୍କୁ ନେଇ ଘରକୁ ଆସିଲେ ସେମାନେ ଦ୍ଵାର ପାଖରେ ଠିଆ ହୋଇ ମା’ କୁନ୍ତିଙ୍କୁ କହିଲେ ଦେଖ ମା’ ଆଜି ଆମେ କଣ ଆଣିଛୁ । କିନ୍ତୁ ଘର କାମରେ ବ୍ୟସ୍ତ ଥିବା ମା’ କୁନ୍ତୀ ସେମାନଙ୍କୁ ନ ଦେଖି କହିଦେଲେ କି ପାଞ୍ଚ ଭାଇ ମିଶି ଏହାକୁ ଉପଭୋଗ କର ।

ଆପଣମାନେ ଜାଣିଥିବେ କି କୁନ୍ତୀଙ୍କ ସହ ପାଞ୍ଚ ଭାଇ ମଧ୍ୟ ବଡ ସତ୍ୟବାଦୀ ଥିଲେ । ମା’ଙ୍କ ମୁହଁରୁ ବାହାରୁ ଥିବା ପ୍ରତ୍ୟେକ କଥାକୁ ଆଦେଶ ଭାବି ପାଳନ କରୁଥିଲେ । ସେହି କାରଣରୁ ମା’ଙ୍କ ମୁହଁରୁ ବାହାରିଥିବା କଥା ଶୁଣି ପାଞ୍ଚ ପାଣ୍ଡବ ଚିନ୍ତାରେ ପଡିଗଲେ । ମାତା କୁନ୍ତୀ ମଧ୍ୟ ଦ୍ରୌପଦୀଙ୍କୁ ଦେଖିବା ପରେ ଚିନ୍ତାରେ ପଡିଗଲେ । ସେହି ସମୟରେ ମାତା କୁନ୍ତୀ ଯୁଧିଷ୍ଟିରଙ୍କୁ ଡାକି କହିଲେ ଯେ ଏହାର ଏମିତି ଏକ ଉପାୟ ବାହାର କର ଯେଉଁଥିରେ କି ଦ୍ରୌପଦିଙ୍କର କିଛି କ୍ଷତି ହେବ ନାହିଁ ଓ ମୋ କଥା ମଧ୍ୟ ମିଥ୍ୟା ହେବ ନାହିଁ ।

ଯେତେବେଳେ କାହାରି ପାଖରେ ଏହାର କିଛି ଉତ୍ତର ମିଳିଲା ନାହିଁ ତେବେ ରାଜା ଦ୍ରୁପଦ ଚିନ୍ତାରେ ପଡିଗଲେ । ସେ ସଭାରେ ବସିଥିବା ପ୍ରଭୁ ଶ୍ରୀ କୃଷ୍ଣ ଓ ବ୍ୟାସ ଋଷିଙ୍କୁ କହିଲେ କି ଧର୍ମ ବିପରୀତ ଗୋଟିଏ ସ୍ତ୍ରୀର ୫ ଟି ପତି କେମିତି ହୋଇ ପାରିବେ । ସେତେବେଳେ ବ୍ୟାସଋଷି କହିଥିଲେ କି ଦ୍ରୌପଦୀଙ୍କୁ ତାଙ୍କ ପୂର୍ବ ଜନ୍ମରେ ମହାଦେବଙ୍କ ଠାରୁ ଏମିତି ହିଁ ବରଦାନ ମିଳିଥିଲା । ମହାରୁଷିଙ୍କ କଥା ଶୁଣିବା ପରେ ରାଜା ଦ୍ରୁପଦ ଦୌପଦୀଙ୍କର ପାଞ୍ଚ ପାଣ୍ଡବଙ୍କ ସହିତ ବିବାହ ପାଇଁ ରାଜି ହୋଇଥିଲେ ।

ଏହା ପରେ ପ୍ରଥମେ ପାଣ୍ଡବଙ୍କ ବଡ ଭାଇ ଯୁଧିଷ୍ଟିରଙ୍କ ସହ ଦ୍ରୌପଦୀଙ୍କ ବିବାହ କରାଯାଇଥିଲା ଓ ସେହି ରାତିରେ ଦ୍ରୌପଦୀ ଯୁଧିଷ୍ଟିରଙ୍କ ସହ ତାଙ୍କର ପତ୍ନୀ ଧର୍ମ ପାଳନ କରିଥିଲେ । ଏହା ପରଦିନ ଦ୍ରୌପଦୀଙ୍କ ବିବାହ ଭୀମଙ୍କ ସହ ହୋଇଥିଲା ଓ ସେହି ରାତିରେ ଦ୍ରୌପଦୀ ଭୀମଙ୍କ ସହ ତାଙ୍କର ପତ୍ନୀ ଧର୍ମ ପାଳନ କରିଥିଲେ । ସେହିପରି ଭାବରେ ଅର୍ଜୁନ ନକୁଳ ଓ ସହଦେବଙ୍କ ସହ ଦ୍ରୌପଦୀଙ୍କ ବିବାହ କରାଯାଇଥିଲା ଓ ସେମାନଙ୍କ ସହ ମଧ୍ୟ ଦ୍ରୌପଦୀ ତାଙ୍କର ପତ୍ନୀ ଧର୍ମ ପାଳନ କରିଥିଲେ ।

ଏଥିରେ ଚିନ୍ତା କରିବାର ବିଷୟ ହେଲା କି ଜଣଙ୍କ ସହିତ ପତ୍ନୀ ଧର୍ମ ପାଳନ କରି ସାରିବା ପରେ ଅନ୍ୟ ପାତିମାନଙ୍କ ସହ ସେ ପତ୍ନୀ ଧର୍ମ କିପରି ପାଳନ କରିଥିଲେ । ଏହା ପଛରେ ମଧ୍ୟ ଭଗବାନ ଶିବଙ୍କର ବରଦାନ ଥିଲା । ଯେତେବେଳେ ଭଗବାନ ଶିବ ଦ୍ରୌପଦୀଙ୍କୁ ୫ ପତି ପାଇବାର ବରଦାନ ଦେଇଥିଲେ, ସେତେବେଳେ ଭଗବାନ ଶିବ ଦ୍ରୌପଦୀଙ୍କୁ ଆଉ ଏକ ବରଦାନ ଦେଇଥିଲେ କି ସେ ତାଙ୍କର ପତ୍ନୀ ଧର୍ମ ପାଳନ କରିବା ପରେ ପ୍ରତ୍ୟେକ ଦିନ ସେ ତାଙ୍କର କୁଆଁରୀ ଅବସ୍ଥାକୁ ଫେରି ଆସିବେ ।

ଏହି କାରଣରୁ ଦ୍ରୌପଦୀଙ୍କୁ ତାଙ୍କର ୫ ପତି କୁଆଁରୀ ଅବସ୍ଥାରେ ହିଁ ପାଇଥିଲେ । କିନ୍ତୁ ସନ୍ତାନ କଥା ଉଠିବାରୁ ଭଗବାନ ଶ୍ରୀକୃଷ୍ଣ କହିଥିଲେ କି ଦ୍ରୌପଦୀ ପ୍ରତିବର୍ଷ ଜଣେ ପାଣ୍ଡବଙ୍କ ସହ ସମୟ ବିତାଇବ ଓ ପାଣ୍ଡବଙ୍କ ମଧ୍ୟରେ ଏହା ନିର୍ଦ୍ଧାରିତ ହୋଇଥିଲା କି ଯେତେବେଳେ କୋଠରୀରେ ଦ୍ରୌପଦୀ କୌଣସି ପାଣ୍ଡବଙ୍କ ସହ ସମୟ ବିତାଉଥିବେ ତାଙ୍କ କୋଠରୀରେ ଅନ୍ୟ କୌଣସି ପାଣ୍ଡବ ପ୍ରବେଶ କରି ପାରିବେ ନାହିଁ ।