ତ ଏଥିପାଇଁ ବାପାଙ୍କ ହୃଦୟର ସବୁଠୁ ପାଖରେ ଥାନ୍ତି ଝିଅମାନେ

ଯଦି ଆପଣ ସୋସିଆଲ ମିଡିଆ ବହୁତ ଅଧିକ ବ୍ୟବହାର କରୁଛନ୍ତି ତେବେ ଆପଣ ମଧ୍ୟ ଦେଖିଥିବେ କି ବାପା ମା’ଙ୍କର ପରି ହେଉଛନ୍ତି ତାଙ୍କର ଝିଅମାନେ । ଏହି କଥାର କୌଣସି ସନ୍ଦେହ ନାହିଁ କି ସବୁ ଝିଅ ନିଜ ବାପାଙ୍କର ପ୍ରିୟ ହୋଇଥାଏ । ସାଧାରଣତଃ ସମାଜରେ ପୁଅ ଓ ଝିଅକୁ ନେଇ ବହୁତ ପାର୍ଥକ୍ୟ ରହିଥାଏ । ଝିଅ ତା’ ମା ସହ ମଧ୍ୟ ବହୁତ ଶୀଘ୍ର ତାଳମେଳ ରଖିପାରେ କିନ୍ତୁ ପୁଅ ବାପା ସହ ଏମିତି କରିପାରେ ନାହିଁ । ଆଜି ଆମେ ଆପଣଙ୍କୁ ବାପା ଓ ଝିଅ ମଧ୍ୟରେ ଥିବା ଗଭୀର ଭଲ ପାଇବା ବିଷୟରେ କହିବୁ ।


ବାପାଙ୍କୁ କରି ନିଅନ୍ତି ସାଙ୍ଗ

ପ୍ରାୟ ଗୋଟେ ପରିବାରରେ ଝିଅ ବଡ ହେବା ପରେ ମା’ ଝିଅକୁ ସହନଶୀଳତା ଓ ବ୍ୟବହାର ବିଷୟରେ ଶିଖେଇଥାଏ । ଯାହା ଫଳରେ ମା’ଙ୍କର ଏହି ସବୁ କଥା ପାଇଁ ଝିଅମାନେ ଚିଡିଯାଇଥାନ୍ତି । ହେଲେ ବାପା ଏହି ସବୁ କଥା ଉପରେ ଅଧିକ ଗୁରୁତ୍ଵ ଦିଅନ୍ତି ନାହିଁ, ସେଥିପାଇଁ ଝିଅମାନେ ତାଙ୍କ ବାପାଙ୍କୁ ବହୁତ ଭଲ ପାଆନ୍ତି ଓ ବାପାଙ୍କୁ ନିଜର ସାଙ୍ଗ କରିଥାନ୍ତି ।


ବାପା ପାଟି କରନ୍ତି ନାହିଁ

ପରିବାରରେ କିଛି ଭୁଲ ପାଇଁ ପୁଅ ମାନଙ୍କୁ ବାପା ଓ ମା’ ପାଟି କରନ୍ତି । ହେଲେ ଏହି ସମୟରେ ଝିଅମାନେ ବଞ୍ଚିଯାନ୍ତି । ସାଧାରଣତଃ ବାପା ଝିଅ ମାନଙ୍କ ଉପରେ ଅଧିକ ଶକ୍ତ ହୋଇପାରନ୍ତି ନାହିଁ ଓ ପାଟି ମଧ୍ୟ କରନ୍ତି ନାହିଁ ସେଥିପାଇଁ ଝିଅମାନେ ବାପାଙ୍କୁ ବହୁତ ଭଲପାନ୍ତି ।


ପରମିସନ ପାଇଁ ହଁ

ସାଧାରଣତଃ କୌଣସି ନିସ୍ପତି ପାଇଁ ଯଦି ବାପା ହଁ କହିଦେବେ ତେବେ ଅନ୍ୟ କାହାକୁ ପଚାରିବା ଦରକାର ନାହିଁ । ସେଥିପାଇଁ ଝିଅମାନଙ୍କର ନିସ୍ପତିରେ ବାପା ହଁ କହିଥାନ୍ତି, ଯାହା ଫଳରେ ସବୁ ଝିଅଙ୍କ ପାଇଁ ତାଙ୍କ ବାପା ବହୁତ ପ୍ରିୟ ଥାଆନ୍ତି ।


ବାପା ହେଉଛନ୍ତି ସୁପର ହିରୋ

କୌଣସି ନିସ୍ପତି ହେଉ ବା ପରିସ୍ଥିତି ହେଉ ଯଦି ବାପା କହିଦେବେ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ ମୁଁ ଅଛି, ତେବେ ଝିଅମାନଙ୍କ ପାଇଁ ବାପା ତାଙ୍କର ସୁପର ହିରୋ ହୋଇଥାନ୍ତି । ଯାହାଫଳରେ ଜୀବନର ସବୁ ଅସୁବିଧାରେ ବାପା ଝିଅ ପାଖରେ ଠିଆ ହୋଇଥାନ୍ତି ।


ବିଦା ହେବାର ସମୟ

ଝିଅ ଗରିବ ପରିବାରର ହେଉ ବା ଧନୀ ପରିବାରର ହେଉ ତା’ ବାପା ପାଇଁ ସବୁଠୁ ଅଧିକ କଠିନ ସମୟ ହୋଇଥାଏ ତା’ର ବିଦାୟ ସମୟ । ଝିଅମାନେ ମଧ୍ୟ ସବୁଠୁ ଅଧିକ ନିଜ ବାପାଙ୍କୁ ମନେ ପକାଇଥାନ୍ତି ।