ଏବେ ଏବେ – ଭାରତର ଜବରଦସ୍ତ ଏୟାର ସର୍ଜିକାଲ ଷ୍ଟ୍ରାଇକ ପରେ ପାକ ଥରହର, ପାକିସ୍ଥାନରେ ଡକାଗଲା ଏମରଜେନ୍ସି ମିଟିଂ, ଆଲୋଚନା ହେବ କେମିତି…

ଭାରତୀୟ ବାୟୁସେନା ଦ୍ଵାରା ମଙ୍ଗଳବାର ଦିନ ଭୋରୁ ପାକ ଅଧିକୃତ କାଶ୍ମୀର ରେ ଆକ୍ରମଣ କରି ଆତଙ୍କି ସଂଗଠନ ଜୈସ-ଏ-ମହମ୍ମଦ ର ପମୁଖ କ୍ୟାମ୍ପ ଗୁଡିକୁ ଧ୍ଵଂସ କରାଯିବା ପରେ ପାକିସ୍ଥାନ ରେ ଏମରଜେନ୍ସି ମିଟିଂ ଡକା ଯାଇଛି । ପାକିସ୍ଥାନ ର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେସି ଭାରତୀୟ ସୈନ୍ୟ ବିମାନ ଦ୍ଵାରା କରା ଯାଇଥିବା ଆକ୍ରମଣ ପରେ ବିଦେଶ କାର୍ଜ୍ୟାଳୟରେ ଏକ ଆପାତକାଳୀନ ପରାମର୍ଶ ବୈଠକ ଡକାଇଛି ।

ଏହି ବୈଠକ ରେ ପୂର୍ବ ବିଦେଶ ସଚିବମାନେ ଓ ବରିଷ୍ଠ ରାଜନୟିକ ଭାଗ ନେବେ, ଯେଉଁଥିରେ ବର୍ତ୍ତମାନ ସ୍ଥିତି ଉପରେ ବିଚାର-ପରାମର୍ଶ କରାଯିବ । ପାକିସ୍ଥାନୀ ଖବର କାଗଜ ଡନ ର ୱେବସାଇଟ ରେ ପ୍ରକାଶିତ ଖବରରେ ଏହି ସୂଚନା ଦିଆ ଯାଇଛି ।

ଭୋର 3.30 ରେ କରା ଯାଇଥିଲା ବମ ବ୍ଳାଷ୍ଟ

ଖବର ଅନୁସାରେ ଇଣ୍ଡିଆନ ଏୟାର ଫୋର୍ସ ଆଜି ଭୋର 3.30ରେ ବମ ବ୍ଳାଷ୍ଟ କରିଥିଲେ । ଇଣ୍ଡିଆନ ଏୟାର ଫୋର୍ସ ପାକିସ୍ଥାନ ଅଧିକୃତ କାଶ୍ମୀର ରେ ଆତଙ୍କି ସଂଗଠନ ଜୈସ-ଏ-ମହମ୍ମଦର କ୍ୟାମ୍ପ କୁ ଧ୍ଵଂସ କରିଛି ।

ସୂଚନା ଅନୁସାରେ ଭାରତ ପକ୍ଷରୁ ପିଓକେ ରେ ବାଲାକୋଟ, ଚକୋଟି ଓ ମୁଯଫ୍ଫରାବାଦ ରେ ଭୋର 3.30 ରେ ଏହି କାର୍ଯ୍ୟକୁ ସଫଳ କରାଯାଇଛି । ଏହି ଆକ୍ରମଣରେ ବାଲାକୋଟ ରେ ଜୈସ ର କଣ୍ଟ୍ରୋଲ ରୁମ ପୁରା ଧ୍ଵଂସ ହୋଇ ଯାଇଛି ।

ସୂଚନା ଅନୁସାରେ ଭାରତୀୟ ବାୟୁସେନା ଦ୍ଵାରା କରାଯାଇଥିବା ଏହି ଆକ୍ରମଣ ପରେ ଭାରତ ର ରାଷ୍ଟ୍ରୀୟ ସୁରକ୍ଷା ଉପଦେଶକର୍ତ୍ତା ଅଜିତ ଡୋଭାଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରା ଘଟଣା ବିଷୟରେ ସୂଚନା ଦେଇଥିଲେ ।

ସୂଚନା ଅନୁସାରେ ଜାମ୍ମୁ କାଶ୍ମୀର ର ପୁଲବାମାରେ ଜୈସ-ଏ-ମହମ୍ମଦ ଦ୍ଵାରା ହୋଇଥିବା ଆତଙ୍କି ଆକ୍ରମଣ ଦ୍ଵାରା ରାଗରେ ଥିବା ଭାରତ ତରଫରୁ ମଙ୍ଗଳବାର ଭୋରୁ Pok ରେ ଜୈସ ର ପ୍ରମୁଖ କ୍ୟାମ୍ପ ଗୁଡିକରେ ଆକ୍ରମଣ କରା ଯାଇଛି । ଭାରତୀୟ ବାୟୁସେନା ଦ୍ଵାରା କରା ଯାଇଥିବା ଏହି ଏୟାର-ଷ୍ଟ୍ରାଇକ ରେ ପାକିସ୍ଥାନ ଅଧିକୃତ କାଶ୍ମୀର ରେ ଚାଲିଥିବା ଜୈସ ର ଆତଙ୍କି କ୍ୟାମ୍ପ ଗୁଡିକୁ ଲକ୍ଷ କରି ବମ ବ୍ଳାଷ୍ଟ କରାଯାଇଥିଲା । ଏହି ସର୍ଜିକାଲ ଷ୍ଟ୍ରାଇକ କୁ ନେଇ ଭାରତୀୟ ସେନା ଓ ବାୟୁସେନା କିଛି ସମୟ ପରେ ଏକ ପ୍ରେସ କନଫରେନ୍ସ କରିବେ ।

ସୂଚନା ଅନୁସାରେ ଭାରତୀୟ ବାୟୁସେନାର 12ଟି ମିରାଜ-2000 ଲଢେଇ ବିମାନ ଜୈସ ର ଆତଙ୍କି କ୍ୟାମ୍ପ ଉପରେ 1000 କିଲୋ ରୁ ଅଧିକ ବିସ୍ଫୋଟକ ପକାଇଛନ୍ତି । ଏହି ବିସ୍ଫୋଟକ ଜୈସ ର କ୍ୟାମ୍ପ କୁ ଧ୍ଵଂସ କରି ଦେଇଛି । ସେଆର କରନ୍ତୁ ଓ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।