ବଡ ଖବର : ବର୍ତ୍ତମାନ ହିଁ ଭାରତୀୟ ସୀମାରେ ପଶୁଥିଲା ପାକିସ୍ତାନର ଡ୍ରୋନ…. ଭାରତୀୟ ସେନା ତାକୁ…

ଭାରତ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି । ଭାରତ ପାକିସ୍ତାନର ଅଧିକୃତ କାଶ୍ମୀର ଉପରେ ଭଲରେ ବମବାରି କରିଛି । ବାୟୁସେନାର ପାଖାପାଖି ୧୨ ଟି ମିରାଜ ୨୦୦୦ ବିମାନ POKରେ ଥିବା ଆତଙ୍କି ଠିକଣା ଉପରେ ୧୦୦୦ କିଲୋର ବମ ପକାଇଛନ୍ତି ।

ବର୍ତ୍ତମାନ କଚ୍ଛ ବର୍ଡରରୁ ବଡ ଖବର ସାମନାକୁ ଆସୁଛି । ଭାରତୀୟ ସେନା ବର୍ଡରରେ ଏକ ପାକିସ୍ତାନୀ ଡ୍ରୋନକୁ ମାରି ତଳେ ପକାଇ ଦେଇଛନ୍ତି । ପାକିସ୍ତାନ ସେନାର ଡ୍ରୋନ ଭାରତୀୟ ସେନା ମଧ୍ୟରେ ପଶିବାକୁ ଚେଷ୍ଟା କରୁଥିଲା । ଭାରତୀୟ ଖୁଫିୟା ଏଜେଂସିମାନଙ୍କୁ ପାକିସ୍ତାନ ଆତଙ୍କିମାନଙ୍କର ୧୩ଟି ଲଞ୍ଚ ପ୍ୟାଡ ବିଷୟରେ ଜଣା ଥିଲା, ଯେଉଁଥିରେ ବାଲାକୋଟ ଅଞ୍ଚଳରେ ଥିବା ଲଞ୍ଚ ପ୍ୟାଡକୁ ଭାରତୀୟ ସେନା ନଷ୍ଟ କରି ଦେଇଛନ୍ତି ।

୧୩ ଲଞ୍ଚ ପ୍ୟାଡର ପୁରା ସୂଚନାର ନକ୍ଶା ଆଜତକ ପାଖରେ ଅଛି । କିଛି ଦିନ ହେବ ଏହି ସବୁ ଲଞ୍ଚ ପ୍ୟାଡ ଉପରେ ସୁରକ୍ଷା ଏଜେଂସିମାନଙ୍କ ତରଫରୁ ନଜର ରଖା ଯାଇଥିଲା ।

ଏହି ୧୩ ଟି ଠିକଣା ଉପରେ ଥିଲା ନଜର :

ଭାରତୀୟ ସୁରକ୍ଷା ଏଜେଂସିମାନଙ୍କ ପାଖରେ ପାକିସ୍ତାନର ସେହି ୧୩ଟି ଠିକଣାର ସୂଚନା ଥିଲା । ଯେଉଁ ଠାରୁ ଜୈଶ-ଏ-ମୋହମ୍ମଦ ଆତଙ୍କି ସଂଗଠନ ଚାଲୁଥିଲା । କୁହାଯାଉଛି କି ପାକିସ୍ତାନ ଅଧିକୃତ କାଶ୍ମୀରର Kel, shardi, dudhmial, athmuqam, jura, leepa, pcciban chamm, Fwd kathua, katli, lanjote, nikial, khuiretta, mandharରେ ଜୈଶ-ଏ-ମୋହମ୍ମଦଙ୍କର ୧୩ଟି ଆତଙ୍କି କ୍ୟାମ୍ପ ଚାଲୁଥିଲେ ।

କେମିତି କରାଗଲା ଆକ୍ରମଣ :

ଭାରତୀୟ ବାୟୁସେନା ପାଖାପାଖି ୧୨ଟି ମିରାଜ ୨୦୦୦ ବିମାନରୁ ବାଲାକୋଟ ଏବଂ ମୁଜ୍ଜଫରାବାଦରେ ଭଲ ଭାବରେ ବମ ବାରି କରିଛନ୍ତି । ମୁଜ୍ଜଫରାବାଦ, ଚକୋଟୀ, ବାଲାକୋଟରେ ଭଳି କେତେକ ଅଞ୍ଚଳରେ ବମ ପକାଇଛନ୍ତି । କୁହାଯାଉଛି କି ଜୈଶଙ୍କର କେତେକ କ୍ୟାମ୍ପ ଏହି ଆକ୍ରମଣରେ ନଷ୍ଟ ହୋଇଯାଇଛି ।

ସୂତ୍ର ଅନୁସାରେ ଭାରତୀୟ ଏୟରଫୋର୍ସର କେତେକ ବିମାନ ତଡକେ ପଠାନକୋଟ ଏୟରବେସ ଏବଂ ମଧ୍ୟ ଭାରତର ଆଦାମପୁର ଏୟରବେସରୁ ଉଡିଥିଲେ । ଏହା ପରେ ମିରାଜ ୨୦୦୦ ବିମାନ ପାକିସ୍ତାନ ରଡାରକୁ ଜାମ କରିଥିଲା ଏବଂ ବମ ପକାଇଥିଲେ ।

ଶେୟର କରନ୍ତୁ ଓ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।