ଅଜୀତ ଡୋଭାଲ ଲିଡ କରିଥିଲେ ପ୍ରତିଶୋଧର ଅପରେସନକୁ….. ବାୟୁସେନା ୧୦୦୦ KGର ବମ ପକାଇ PAKରେ ମଚାଇଲେ ବିନାସ, ୨୧ ମିନିଟରେ ଏମିତି… ଦେଖନ୍ତୁ ଭିଡିଓ

ପୁଲୱାମା ଆତଙ୍କି ଆକ୍ରମଣ ପରେ ପାକିସ୍ତାନକୁ ସବକ ଶିଖାଇବା ପାଇଁ ଭାରତର ସମସ୍ତେ ନାଗରିକମାନେ ସରକାରଙ୍କୁ ଗୁହାରି କରୁଥିଲେ । ସେଥିପାଇଁ ଭାରତର ଲୋକମାନଙ୍କୁ ବାୟୁସେନା ତରଫରୁ ଏକ ଛୋଟ ଉପହାର ଦିଆ ଯାଇଛି । ଭାରତ ମଙ୍ଗଳବାର ଦିନ ପାକିସ୍ତାନ ଭିତରେ ଏୟାରଫୋର୍ସରୁ ଆକ୍ରମଣ କରି କେତେକ ଆତଙ୍କବାଦୀ ଶିବିରକୁ ନିଶାନା କରିଥିଲେ ।

ଏହି କାର୍ଯ୍ୟକାରୀ ଦ୍ଵାରା ୩୦୦ରୁ ଅଧିକ ଆତଙ୍କି ମାନଙ୍କର ମୁର୍ତ୍ୟୁ ହେବାର ସମ୍ଭାବନା ଅଛି । ଏହା ଭାରତର ଦ୍ଵିତୀୟ ସର୍ଜିକଲ ସ୍ଟ୍ରାଇକ କୁହା ଯାଉଛି । ଏହା ପୂର୍ବରୁ ୨୦୧୬ରେ ଉରି ଆକ୍ରମଣ ପରେ ଭାରତୀୟ ସେନା ସର୍ଜିକଲ ସ୍ଟ୍ରାଇକ କରି ପାକିସ୍ତାନକୁ ଗଭୀର ଆଘାତ ଦେଇଛି । ଆସନ୍ତୁ ଜାଣିବା ଭାରତୀୟ ବାୟୁସେନାର ଏହି ଅପରେସନ ବିଷୟରେ ।

୨୧ ମିନିଟର ଅପରେସନ :

ଭାରତୀୟ ବାୟସେନାର ଏହି ଅପରେସନ କେବଳ ୨୧ ମିନିଟର ଥିଲା । ଏହି ୨୧ ମିନିଟରେ ଭାରତର ୧୨ଟି ମିରାଜ ୨୦୦୦ ଫାଇଟର ପାକିସ୍ତାନର ଅଲଗା ଅଲଗା ଅଞ୍ଚଳରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୩୦୦ରୁ ଅଧିକ ଆତଙ୍କି ମରିବାର ସମ୍ଭାବନା ଅଛି । ସୂତ୍ର ଅନୁସାରେ ଭାରତୀୟ ବାୟୁସେନା ବାଲାକୋଟ ଏବଂ ମୁଜଫରାବାଦ ସେକ୍ଟରରେ ଏହି ଆକ୍ରମଣ କରିଥିଲେ ।

ଭାରତୀୟ ସେନାଙ୍କ ତରଫରୁ ୧୦୦୦ କିଲୋର ବମ ବ୍ୟବହାର କରାଯାଇଥିଲା । ଆଜତକ ରିପୋର୍ଟ ଅନୁସାରେ ଏହି ପୁରା ଅପରେସନକୁ ଅଜୀତ ଡୋଭାଲ ଲିଡ କରିଥିଲେ ।

ଏହା ପୂର୍ବରୁ ପାକିସ୍ତାନର ସେନାର ମିଡିୟା ଶାଖା ଅନ୍ତର – ସେବା ଜନ ସମ୍ପର୍କ (ଆଈଏସପୀଆର)ର ମହାନିର୍ଦେଶକ ମେଜର ଜେନେରାଲ ଆସିଫ ଗଫୂର ନେ ଟ୍ୱୀଟ କରି ଭାରତୀୟ କାର୍ଯ୍ୟକାରୀର ପୁଷ୍ଟି କରିଛନ୍ତି । ଗଫୁର ଟ୍ୱୀଟ କରିଛନ୍ତି କି , “ଭାରତୀୟ ବାୟୁସେନାର ବିମାନ ମୁଜଫରାବାଦ ସେକ୍ଟରରୁ ପଶିଥିଲେ ।

ପାକିସ୍ତାନ ବାୟୁସେନା ତରଫରୁ ଠିକ ସମୟରେ ଏବଂ ପ୍ରଭାବୀ ଜବାବ ମିଳିବା ପରେ ସେ ଜଲ୍ଦି ନିଜର ବମ ପକାଇ ବାଲାକୋଟା ରୁ ବାହାରି ଆସିଥିଲେ ।

କହିଦେଉଛୁ ଯେ ପୁଲୱାମା ଆକ୍ରମଣ ପରେ ପିଏମ ମୋଦୀଙ୍କର ସରକାର ଲଗାତାର ପାକିସ୍ତାନକୁ ଜବାବ ଦେବା ପାଇଁ ସଂକେତ ଦେଉଥିଲେ । ଅନ୍ୟ ପଟେ ଭାରତ ତରଫରୁ ପାକିସ୍ତାନର ବ୍ୟାପାର ମୋର୍ଚା ଉପରେ ବି ଶକ୍ତ କାର୍ଯ୍ୟଅନୁଷ୍ଠାନ କରା ଯାଉଛି ।

ଭାରତ ବର୍ତ୍ତମାନ ହିଁ କିଛି ଦିନ ତଳେ ପାକିସ୍ତାନ ଠାରୁ ମୋସ୍ଟ ଫେଭରେଟ ନେଶନର ଟ୍ୟାଗ ହଟାଇ ଦେଇଛି । ଯେତେବେଳେ କି ପାକିସ୍ତାନରରୁ ଆସୁଥିବା ଜିନିଷ ଉପରେ ୨୦୦ % ଟାକ୍ସ ବଢାଇ ଦିଆଯାଇଛି । ଏଥିରେ ପାକିସ୍ତାନ ଚିନ୍ତିତ ନଜର ଆସୁଛି ।

ପୋଷ୍ଟଟିକୁ ଶେୟାର କରନ୍ତୁ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।