Supreme Court ଙ୍କ ବଡ ନିସ୍ପତି, ପୈତୃକ ସମ୍ପତ୍ତି ଉପରେ ଝିଅଙ୍କର ରହିବ ସମାନ ଅଧିକାର, ଯଦି ନ ମିଳେ ତ ଝିଅମାନେ କରି ପାରିବେ ଏମିତି…

ପୈତୃକ ସମ୍ପତ୍ତି ଉପରେ ଝିଅ ମାନଙ୍କର ମଧ୍ୟ ସମାନ ଅଧିକାର ରହିଛି । ସୁପ୍ରିମ କୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ପୁଣି ଥରେ ଦୋହରାଇଛନ୍ତି । ହିନ୍ଦୁ ପର୍ସନାଲ ଲ ଏବଂ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହା ଲାଗୁ ହୋଇବ । ଏନେଇ କୋର୍ଟ କହିଛନ୍ତି କି, ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅମାନଙ୍କୁ ସମାନ ଅଧିକାର ମିଳିବ । ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ଜନ୍ମଗତ ଅଧିକାର ରହିଛି । ଏଥିପାଇଁ ଝିଅଙ୍କ ବାପାଙ୍କ ମୃତ୍ୟୁ ୧୯୫୬ ମସିହା ପୂର୍ବରୁ ହୋଇଥିଲେ ବି ଏହି ନିୟମ କାର୍ଯ୍ୟକାରୀ ହେବ ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ ଅବଦୁଲ ଲାଜିର ଏବଂ ଜଷ୍ଟିସ କ୍ରୀଷ୍ଣା ମୁରାରୀଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ହୋଇଥିଲା । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି କି, ଝିଅଙ୍କୁ ପୈତୃକ ସମ୍ପତ୍ତି ଦେବାରେ କେହି ମଧ୍ୟ ଅବରୋଧ କରିପାରିବେ ନାହିଁ । ପୂର୍ବର ଏକ ମାମଲାର ଉଦାହରଣ ଦେଇ କୋର୍ଟ କହିଛନ୍ତି କି, ପୈତୃକ ସମ୍ପତ୍ତି ଉପରେ ସମସ୍ତ ସନ୍ତାନଙ୍କର ସମାନ ଅଧିକାର ରହିଛି । ଯଦି କୌଣସି ଝିଅକୁ ଏହା ନମିଳେ ତେବେ ସେ ଏଥିପ୍ରତି ଦାବି କରିପାରିବେ ।

୨୦୧୮ ମସିହାରେ ଏ ସମ୍ବନ୍ଧରେ ରାୟ ଶୁଣାଇ ଉଭୟ ପୁଅ ଏବଂ ଝିଅଙ୍କୁ ସମାନ ଅଧିକାର ମିଳିବ ବୋଲି କୋର୍ଟ କହିଥିଲେ । ପୈତୃକ ସମ୍ପତ୍ତିକୁ ନେଇ ସୁପ୍ରିମ କୋର୍ଟ ପୂର୍ବରୁ ମଧ୍ୟ ଏହି ରାୟ ଦେଇଥିଲେ । ତେବେ ବର୍ତ୍ତମାନ ନିଜେ ପୂର୍ବରୁ ଦେଇଥିବା ରାୟକୁ ସୁପ୍ରିମ କୋର୍ଟ ପୁଣି ଥରେ ଦୋହରାଇଛନ୍ତି । ପୈତୃକ ସମ୍ପତ୍ତି ବିଭାଜନ ପରେ ପୁଅଙ୍କ ଭଳି ଝିଅ ମାନଙ୍କୁ ମଧ୍ୟ ସେଥିରୁ ସମାନ ଅଧିକାର ମିଳିବ ।

କାରଣ ପୁଅଙ୍କ ଭଳି ଝିଅଙ୍କର ମଧ୍ୟ ଏହା ଜନ୍ମଗତ ଅଧିକାର ଅଟେ ବୋଲି କହିଛନ୍ତି କୋର୍ଟ । ଏଥିପାଇଁ ୧୯୫୬ ପୂର୍ବରୁ ବି ବାପାଙ୍କର ମୃତ୍ୟୁ ହୋଇଥିଲେ ଏହା କାର୍ଯ୍ୟକାରୀ ହୋଇପାରିବ । ସୁପ୍ରିମକୋର୍ଟ ଦେଇଥିବା ଶୁଣାଣିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କି, ଝିଅଙ୍କୁ ସେମାନଙ୍କ ପୈତୃକ ସମ୍ପତ୍ତିରେ ଭାଗୀଦାର ହେବାରୁ କେହି ମଧ୍ୟ ବଞ୍ଚିତ କରିପାରିବେ ନାହିଁ । ଯଦି କେହି ତାଙ୍କୁ ଏଥିରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଝିଅ ଏଥିପାଇଁ କୋର୍ଟରେ ଦାବି କରିପାରିବେ ।

ପୁଅ ଏବଂ ଝିଅଙ୍କୁ ସମାନ ଅଧିକାର ମିଳିବ ବୋଲି କୋର୍ଟ ପୂର୍ବରୁ ମଧ୍ୟ ଏହିପରି ରାୟ ଶୁଣାଇଥିଲେ । ଏ ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।