ସାରା ବିଶ୍ଵକୁ ଘାରିଲାଣି 5G ଭୟ, କଣ ବନ୍ଦ ହେଇଯିବ 5G ସେବା ? ଦେଖନ୍ତୁ ଏହା ବିମାନ ଗୁଡିକ ଉପରେ କିପରି ପକାଉଛି ପ୍ରଭାବ ?

ଆମେରିକାର ଆରମ୍ଭ ହୋଇଥିବା ୫ଜି ସେବାକୁ ନେଇ ଏବେ ସାରା ବିଶ୍ଵ ଆତଙ୍କିତ ହେବାରେ ଲାଗିଛି । ବିଶେଷ କରି ବହୁ ବିମାନ କମ୍ପାନୀ ଏବେ ଆମେରିକାକୁ ଯିବାକୁ ଭୟ କରୁଛନ୍ତି । କାରଣ ୫ଜି ସେବା ଯୋଗୁଁ ବିମାନର ଇଞ୍ଜିନ ଓ ବ୍ରେକ ଖରାପ ହୋଇଯିବାର ସମ୍ଭାବନା ରହିଛି । ଏୟାର ଇଣ୍ଡିଆ ଠାରୁ ଜାପାନ ଏୟାରଲାଇନ୍ସ ଓ ଇମିରେଟ ଏୟାରଲାଇନ ଆଦି ସଂସ୍ଥା ଆମେରିକାକୁ ସେମାନଙ୍କ ବିମାନ ଉଡାଣ ବାତିଲ କରି ଦେଇଛନ୍ତି ।

ଏୟାର ଇଣ୍ଡିଆ ୮ଟି ବିମାନର ଉଡାଣ ବାତିଲ କରିଛି । ସେଗୁଡିକ ହେଉଛି, ଦିଲ୍ଲୀ-ନ୍ୟୁୟର୍କ, ଦିଲ୍ଲୀ-ଚିକାଗୋ, ଦିଲ୍ଲୀ-ସାନ୍ସଫ୍ରାନ୍ସିସକୋ ଓ ଦିଲ୍ଲୀ-ନେୱକ । ଏହି ରୁଟରେ ଯାତ୍ରା କରୁଥିବା ବିମାନ ଗୁଡିକର ଉଡାଣକୁ ସଂପୂର୍ଣ୍ଣ ଭାବେ ବାତିଲ କରାଯାଇଛି । ଅନ୍ୟ କମ୍ପାନୀ ଗୁଡିକ ଆମେରିକାର ପ୍ରମୁଖ ସହର ଯଥା, ସାନ୍ସଫ୍ରାନ୍ସିସକୋ, ଓର୍ଲାଣ୍ଡୋ, ସିୟାଟେଲ, ମାୟାମୀ, ନ୍ୟୁୟର୍କ, ୱେଷ୍ଟର୍ଣ୍ଣ ଚିକାଗୋ ଓ ବୁଷ୍ଟନ ଆଡିକୁ ଯାତ୍ରା କରିବାକୁ ଥିବା ବିମାନ ଉଡାଣକୁ ରବ୍ଦ କରିଛନ୍ତି ।

ଏୟାର ଇଣ୍ଡିଆ ଟ୍ବିଟ କରି କହିଛି କି, ଆମେରିକାରେ ୫ଜି ସେବା ଆରମ୍ଭ ହୋଇଥିବାରୁ ସେଠାକୁ ଯିବାକୁ ଥିବା ବିମାନ ଗୁଡିକର ଉଡାଣ ସାରଣୀରେ ସଂଶୋଧନ ଓ ପରିବର୍ତ୍ତନ କରାଯାଇଛି । ଇମିରେଟ ଏୟାରଲାଇନ ମଧ୍ୟ ଏହାର ଯାତ୍ରୀମାନଙ୍କୁ ଉଡାଣ ସାରଣୀରେ ହୋଇଥିବା ପରିବର୍ତ୍ତନ ବିଷୟରେ ଅବଗତ କରାଇଛି । ଚଳିତ ମାସ ୧୯ ତାରିଖରୁ ଆମେରିକା ଯିବାକୁ ଥିବା ବିମାନ ଗୁଡିକୁ ରବ୍ଦ କରାଯାଇଛି ବୋଲି କମ୍ପାନୀ ଏକ ଟ୍ବିଟ କରି ଜଣାଇଛି ।

ଜାପାନ ଏୟାରଲାଇନ୍ସ ମଧ୍ୟ ସମାନ କାରଣ ଦର୍ଶାଇ ଆମେରିକା ଯିବାକୁ ଥିବା ବିମାନ ଗୁଡିକୁ ରବ୍ଦ କରିଛି । ଏମିତିକି ଆମେରିକାର ପ୍ରମୁଖ ବିମାନ କମ୍ପାନୀ ୟୁଏସ ଏୟାରଲାଇନ୍ସ, ଆମେରିକାନ ଏୟାରଲାଇନ୍ସ, ଡେଲଟା ଏୟାରଲାଇନ୍ସ, ୟୁନାଇଟେଡ ଏୟାରଲାଇନ୍ସ ଓ ସାଉଥ ଇଷ୍ଟ ଏୟାରଲାଇନ୍ସ, ମଧ୍ୟ ୫ଜି ସେବାର ଆରମ୍ଭକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ନୂଆ ୫ଜି ସେବା ଯୋଗୁଁ ଯାତ୍ରୀବାହୀ ବିମାନ ସେବା ପ୍ରଭାବିତ ହେବାକୁ ଥିବା ବେଳେ ମାଲବାହୀ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।

ତେବେ ଆମେରିକାରେ ୫ଜି ସେବା ଯୋଗାଉଥିବା ଏଟିଆଣ୍ଡଟି ଟେଲିକମ କମ୍ପାନୀ ପକ୍ଷରୁ ବିମାନ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ୫ଜି ସେବାକୁ ସ୍ଥଗିତ ରଖାଯାଇଛି । ବୋଇଂ ୭୭୭ ବିମାନରେ ଥିବା ଏଲ ମିଟରର ରେଡିଓ ତରଙ୍ଗକୁ ୫ଜି ପ୍ରଭାବିତ କରିବା ସହ ବିମାନର ଇଞ୍ଜିନ ଓ ବ୍ରେକକୁ ମଧ୍ୟ ୫ଜି ଅଚଳ କରିଦେବ ଆଶଙ୍କା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।