ପଡିଆରେ Siraj ଙ୍କୁ ଚିଡାଇଲେ ବାଂଲାଦେଶୀ କ୍ରିକେଟର Liton Das, ଆଉ ତା’ପରେ ଏମିତି ବଦଲା ନେଲେ Siraj ଓ Kohli, ଦେଖନ୍ତୁ ମଜା ଆସିଯିବ

ଟିମ୍ ଇଣ୍ଡିଆର “ମିଆଁ ଭାଇ” ବୋଲି କୁହା ଯାଉଥିବା ମହମ୍ମଦ ସିରାଜ ଦମଦାର ଫର୍ମରେ ଅଛନ୍ତି । ବର୍ତ୍ତମାନ ଟିମ୍ ଇଣ୍ଡିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ନିଜ ନାଁ ବନେଇ ସାରିଛନ୍ତି ସିରାଜ । ଚଳିତ ବର୍ଷ ୱିକେଟ ନେବା ମାମଲାରେ ସେ ଏକ ନମ୍ବରରେ ଅଛନ୍ତି । ବର୍ତ୍ତମାନ ବାଂଲାଦେଶ ସହ ଚାଲିଥିବା ଟେଷ୍ଟ ମ୍ଯାଚରେ ସେ ଖୁବ କମାଲ ପ୍ରଦର୍ଶନ କରୁଛନ୍ତି । ଚଳିତ ବର୍ଷ ଏବେ ପର୍ଯ୍ୟନ୍ତ ସିରାଜ ସମସ୍ତ ଫର୍ମାଟରେ ସମୁଦାୟ 38ଟି ୱିକେଟ ହାସଲ କରି ସାରିଛନ୍ତି । 34ଟି ୱିକେଟ ହାସଲ କରି ଅକ୍ସର ପଟେଲ ଦୁଇ ନମ୍ବର ସ୍ଥାନରେ ଅଛନ୍ତି ।

ଆଉ ଏତେ ଭଲ ଫର୍ମରେ ଥିବା ବୋଲରଙ୍କୁ ଚିଡାଇବା ବ୍ୟାଟ୍ସମ୍ୟାନଙ୍କ ପାଇଁ ମହଙ୍ଗା ପଡିଯାଏ । ହେଲେ ବାଂଲାଦେଶୀ କ୍ରିକେଟର ଲିଟନ ଦାସ ମଇଦାନ ଉପରେ ଲିଟନ ଦାସଙ୍କୁ ଚିଡାଇ ବଡ ଭୁଲ୍ କରିଦେଲେ । ବାଂଲାଦେଶ ବିପକ୍ଷରେ ଚାଲିଥିବା ଟେଷ୍ଟ ମ୍ଯାଚର ପ୍ରଥମ ଇନିଂସରେ ସିରାଜ ଆରମ୍ଭରୁ ଦୁଇଟି ୱିକେଟ ନେଇ ସାରିଥିଲେ । ଲିଟନ ଦାସଙ୍କୁ ବୋଧ ହୁଏ ଅନୁଭବ ହୋଇଥିଲା କି, ସେ ଭଲରେ ସେଟ୍ ହୋଇ ସାରିଲେଣି ଓ ଯିଏ ବି ବୋଲିଂ କଲେ ଧୂଆଁଦାର ବ୍ୟାଟିଂ କରିବେ ।

ଏହି ସମୟରେ ସିରାଜଙ୍କ ଏକ ବଲରେ ଚଉକା ମାରିଥିଲେ ଲିଟନ ଦାସ । ଏହି ସମୟରେ ସିରାଜ କିଛି କହିବାରୁ ଲିଟନ ପରିହାସ ଢଙ୍ଗରେ କାନରେ ହାତ ଦେଇ ଶୁଣା ନଯିବା ଭଳି ଅଭିନୟ କରିଥିଲେ । ଠିକ ଏହା ପରେ ସିରାଜ ଲିଟନ ଦାସଙ୍କ ଷ୍ଟମ୍ପକୁ ଏମିତିନ ଉଡେଇଥିଲେ ଯେ ସେ କିଛି ବୁଝି ପାରି ନଥିଲେ । ସେଇଠୁ ପାଭିଲିୟନ ଫେରିଥିଲେ ଲିଟନ ଦାସ ।

ସିରାଜଙ୍କୁ ଥଟ୍ଟା କରିବା କେତେ ଯେ ମହଙ୍ଗା ହୋଇପାରେ ସିରାଜ ସେହି କ୍ଷଣି ଦେଖାଇଥିଲେ । ଲିଟନଙ୍କୁ ଆଉଟ କରିବା ପରେ ସିରାଜ ଠିକ ଲିଟନଙ୍କ ଭଳି ନିଜ କାନରେ ହାତ ଦେଇଥିଲେ । ବିରାଟ କୋହଲି ମଧ୍ୟ ସିରାଜଙ୍କ ସହ ଏଥିରେ ମିଶି ଯାଇଥିଲେ । ଯେତେବେଳେ ଲିଟନ ସିରାଜଙ୍କୁ ଛେଡିଥିଲେ ସେତେବେଳେ ବାଂଲାଦେଶର ଦର୍ଶକମାନେ ମଧ୍ୟ ଷ୍ଟାଡିୟମରୁ ସିରାଜଙ୍କୁ ଛେଡିଥିଲେ । କିନ୍ତୁ ସିରାଜ ଲିଟନ ଦାସଙ୍କୁ କ୍ଳିନ ବୋଲ୍ଡ କରିବା ପରେ ବାଂଲାଦେଶୀ ଦର୍ଶକ ଏକଦମ ଚୁପ୍ ହୋଇ ଯାଇଥିଲେ ।

ବିରାଟ କୋହଲି ଓ ମହମ୍ମଦ ସିରାଜ ମିଶି ଲିଟନ ଦାସ ଏବଂ ବାଂଲାଦେଶୀ ଦର୍ଶକଙ୍କୁ ସମାନ ଢଙ୍ଗରେ ପରିହାସ କରିଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।