ଅଷ୍ଟମଙ୍ଗୁଳାରେ ବାପଘର ଆସିଛନ୍ତି Prerana, ଝିଅ-ଜ୍ଵାଇଁ ଘରେ ପହଞ୍ଚୁ ପହଞ୍ଚୁ ଏମିତି ସ୍ଵାଗତ କଲେ ବାପଘର ଲୋକେ, ଦେଖନ୍ତୁ video

ନିକଟରେ ଓଲିଉଡର ଚର୍ଚ୍ଚିତ ଲଭ ଗୁରୁ ଅଶ୍ଵିନୀ ଏବଂ ସୁନ୍ଦରୀ ଉପସ୍ଥାପିକା ପ୍ରେରଣାଙ୍କ ବିବାହ ଖବର ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଓଲିଉଡର ଏହି ଦୁଇ ପ୍ରତିଭାବାନ କଳାକାରଙ୍କ ବିବାହ ଶେଷ ହୋଇ ଅଷ୍ଟମଙ୍ଗୁଳା ମଧ୍ୟ ସରିଛି । ଆଉ ଏବେବି ଅଶ୍ଵିନୀ ଓ ପ୍ରେରଣାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି । ଅଶ୍ଵିନୀ ଓ ପ୍ରେରଣା ଅନେକ ସମୟରେ ଏକାଠି କାମ କରିବାର ଦେଖାଯାଏ । ମଞ୍ଚ ଉପରେ ଦୁହିଁଙ୍କ ଉପସ୍ଥାପନା ଶୈଳୀ ବେଶ ସ୍ଵତନ୍ତ୍ର ଓ ନିଆରା ।

ଉଭୟଙ୍କ ଉପସ୍ଥାପନା ଦର୍ଶକଙ୍କୁ ଯେକୌଣସି କାର୍ଯ୍ୟକ୍ରମରେ ବାନ୍ଧି ରଖେ । ତେବେ ଅଶ୍ଵିନୀ ଓ ପ୍ରେରଣା ସବୁବେଳେ ପରସ୍ପରକୁ ଭଲ ବନ୍ଧୁ ବୋଲି କହୁଥିବା ବେଳେ ହଠାତ ଉଭୟଙ୍କ ବାହାଘର ଖବର ସମସ୍ତଙ୍କୁ ବେଶ ଚକିତ କରିଥିଲା । ସେମାନଙ୍କର ହଳଦୀ ରଶମ ଠାରୁ ଆରମ୍ଭ କରି ବିବାହ ଏବଂ ରିସେପସନ ପାର୍ଟି ପର୍ଯ୍ୟନ୍ତ ସବୁକିଛି ବେଶ ଚର୍ଚ୍ଚାରେ ରହିଥିଲା । ଏପରିକି ପ୍ରେରଣା ବିବାହ ପରେ ଶ୍ଵଶୁର ଘରେ କିପରି ସମୟ ବିତାଉଛନ୍ତି ଏହାକୁ ନେଇ ମଧ୍ୟ ଲୋକେ ବେଶ ଆଗ୍ରହୀ ଥିଲେ ।

ପ୍ରେରଣା ନିଜ ଜାଆ, ନଣନ୍ଦଙ୍କ ସହ କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଥିଲେ । ରିଲ୍ ଲାଇଫରେ ଅଶ୍ଵିନୀ ଓ ପ୍ରେରଣାଙ୍କ ଯୋଡି ଯେମିତି ସମସ୍ତଙ୍କୁ ବହୁତ ଭଲ ଲାଗେ ରିୟଲ ଲାଇଫରେ ମଧ୍ୟ ଠିକ ସେମିତି ଏହି ଯୋଡିକୁ ସମସ୍ତେ ଭଲପାଇବା ଦେଇଛନ୍ତି । ସେମାନଙ୍କ ବାହାଘରରେ ଓଲିଉଡ ଜଗତରେ ଅନେକ ଦିଗଜ ଅଭିନେତା, ଅଭିନେତ୍ରୀ ଏବଂ ସଙ୍ଗୀତଜ୍ଞ ମାନେ ଦେଖିବାକୁ ମିଳିଥିଲେ ।

ଅନୁଭବ ମହାନ୍ତି ଓ ପପୁ ପମପମ୍ ଙ୍କ ଠାରୁ ଆରମ୍ଭ କରି ନବ ବିବାହିତା ରିୟା ମଧ୍ୟ ଅଶ୍ଵିନୀ ଓ ପ୍ରେରଣାଙ୍କ ବିବାହରେ ଯୋଗ ଦେଇଥିଲେ । ତେବେ ଉଭୟଙ୍କ ବିବାହକୁ ଆଠଦିନ ବିତି ସାରିଥିବା ବେଳେ ଏବେ ପ୍ରେରଣା ନିଜ ବାପଘରକୁ ଅଷ୍ଟମଙ୍ଗୁଳାରେ ବୁଲିବାକୁ ଆସିଛନ୍ତି । ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବିବାହ କରିଥିବା ପ୍ରେରଣା ଏବଂ ଅଶ୍ଵିନୀ ପରମ୍ପରା ଅନୁଯାୟୀ ଅଷ୍ଟମଙ୍ଗୁଳା ମଧ୍ୟ ପାଳନ କରିଛନ୍ତି । ତେବେ ବିବାହ ପରେ ପ୍ରେରଣାଙ୍କ ମୁହଁରେ ଏକ ଅଲଗା ଚମକ ଦେଖିବାକୁ ମିଳିଛି ।

ପ୍ରେରଣାଙ୍କ ବାପଘର ଖୁବ ଜାକଜକମରେ ନବ ବିବାହିତା ଝିଅ ଏବଂ ଜ୍ଵାଇଁଙ୍କ ସ୍ଵାଗତ କରିଥିବା ଦେଖିବାକୁ ମିଳୁଛି । ପ୍ରେରଣା ଘରେ ଯାଇ ପ୍ରଥମେ ନିଜ ଇଷ୍ଟ ଦେବତାଙ୍କୁ ପୂଜା କରି ମୁଣ୍ଡିଆ ମାରି ଆଶୀର୍ବାଦ ମଧ୍ୟ ନେଇଛନ୍ତି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।