ଗୋଟିଏ ହିଁ ହିରୋଇନ ଙ୍କ ପଛରେ ପାଗଳ ହେଇ ସାରିଛନ୍ତି TV ଇଣ୍ଡଷ୍ଟ୍ରି ର ଏହି 4 ଫେମସ ଅଭିନେତା, ହିରୋଇନ ଙ୍କ ନାଁ ଜାଣି ହେବେ ଆଶ୍ଚର୍ଯ୍ୟ !

ଟିଭି ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ଅନେକ ଅଭିନେତା କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁ ଅଭିନେତା ମାନେ ସବୁଠୁ ଅଧିକ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି ସେମାନେ ହେଲେ ଅବିନାଶ ମୁଖାର୍ଜୀ, ଶେହବାନ ଆଜିମ, ମୋହସିନ ଖାନ ଓ ପାରସ କଲାୱତ । ଏମାନେ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟରେ ଜାଗା ବନାଇବା ସହ ଅନେକ ଝିଅଙ୍କୁ ମଧ୍ୟ ନିଜର ଦିୱାନା ବନେଇ ସାରିଛନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ନିଜ ଲୁକ ଓ ଆକ୍ଟିଙ୍ଗରେ ଝିଅଙ୍କୁ ଦିୱାନା କରିଥିବା ଏହି ଅଭିନେତା ମାନେ ନିଜେ ଜଣେ ଅଭିନେତ୍ରୀଙ୍କ ଉପରେ ଲଟ୍ଟୁ ହୋଇ ସାରିଛନ୍ତି ।

ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଶିବାଙ୍ଗୀ ଯୋଶୀ, ଯିଏ ନିଜ ଚୁଲବୁଲି ଅନ୍ଦାଜରେ ଏହି ଅଭିନେତାଙ୍କୁ ଲଟ୍ଟୁ କରୁଛନ୍ତି । ‘ସସୁରାଲ ସିମର କା-୨’ ରେ ଆରବ ଗୋସ୍ଵାଲଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଅବିନାଶ ମୁଖାର୍ଜୀଙ୍କ ନାମ ଏହି ଲିଷ୍ଟରେ ପ୍ରଥମେ ଆସୁଛି, ଯିଏ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ଉପରେ ଲଟ୍ଟୁ ହୋଇ ସାରିଛନ୍ତି । ସେ ନିଜେ ଏକ ଟିଭି ଇଣ୍ଟରଭ୍ୟୁରେ କହିଥିଲେ କି, ଶିବାଙ୍ଗୀ ଯୋଶୀ ଟିଭିର ସବୁଠୁ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

‘ତୁଝସେ ହେ ରାବତା’ ସିରିଏଲରେ ମହ୍ଲାର ଭୂମିକା ତୁଲାଉଥିବା ଅଭିନେତା ଶେହବାନ ଆଜିମ ତାଙ୍କ କୋ-ଷ୍ଟାର ରିମ ଶେଖଙ୍କ ଉପରେ ଲଟ୍ଟୁ ଥିବା କଥା ଆପଣ ଜାଣିଥିବେ । କିନ୍ତୁ ଏକ ଇଣ୍ଟରଭ୍ୟୁ ରେ ରିମ ଶେଖଙ୍କ ସାମନାରେ ସେ କହିଥିଲେ କି, ଶିବାଙ୍ଗୀ ଖୁବ ସୁନ୍ଦରୀ ଅଟନ୍ତି ଓ ବିନା ମେକଅପରେ ମଧ୍ୟ ଖୁବ ପ୍ରିଟି ଲାଗନ୍ତି ।

ଶିବାଙ୍ଗୀ ଯୋଶୀଙ୍କ ଉପରେ ଲଟ୍ଟୁ ଥିବା ଅଭିନେତାଙ୍କ ଲିଷ୍ଟରେ ତାଙ୍କ କୋ-ଷ୍ଟାର ମୋହସିନ ଖାନ ଙ୍କ ନାମ ମଧ୍ୟ ସାମିଲ ଅଟେ । ସିରିଏଲ ‘ୟେ ରିସ୍ତା କ୍ଯା କେହଲାତା ହେ’ ରେ କାର୍ଯ୍ୟ କରିବା ସମୟରେ ଶିବାଙ୍ଗୀଙ୍କ ପ୍ରେମରେ ଲଟ୍ଟୁ ହୋଇ ଯାଇଛନ୍ତି ମୋହସିନ । ଶିବାଙ୍ଗୀଙ୍କୁ ବିବାହ ମଧ୍ୟ କରିବାକୁ ଚାହାନ୍ତି ମୋହସିନ । ସେଥିପାଇଁ ନିଜ ପିତାମାତାଙ୍କୁ ମନେଇବାରେ ମଧ୍ୟ ଲାଗି ପଡିଛନ୍ତି ।

ଏହି ଲିଷ୍ଟରେ ଶେଷରେ ଅଛନ୍ତି ଲୋକପ୍ରିୟ ସିରିଏଲ ‘ଅନୁପମା’ ରେ ଅନୁପମାଙ୍କ ସାନ ପୁଅ ସମର ଶାହଙ୍କ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ପାରସ କଲାୱତ । ପାରସ ମଧ୍ୟ ଶିବାଙ୍ଗୀ ଯୋଶୀଙ୍କୁ ଖୁବ ପସନ୍ଦ କରନ୍ତି । ଗୋଟିଏ ଇଭେଣ୍ଟ ସମୟରେ ସେ ଯେତେବେଳେ ଶିବାଙ୍ଗୀ ଯୋଶୀଙ୍କ ସହ ଭେଟିଥିଲେ, ତାଙ୍କ ଦସ୍ତଖତ ଦେଖି ସେ ଖୁବ ପ୍ରଭାବିତ ହୋଇଥିଲେ । ସେ ଶିବାଙ୍ଗୀ ଯୋଶୀଙ୍କ ଠାରେ ସେହି ସବୁ ଗୁଣ ଦେଖିବାକୁ ପାଇଥିଲେ ଯାହା ଜଣେ ଜୀବନସାଥି ପାଖେ ରହିବା ଉଚିତ ।

ତେବେ ଏମାନଙ୍କ ମଧ୍ୟରୁ କେଉଁ ଅଭିନେତାଙ୍କ ସହ ଶିବାଙ୍ଗୀଙ୍କ ଯୋଡି ଆପଣଙ୍କୁ ସବୁଠୁ ଅଧିକ ଭଲ ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।