KBC ରେ 5 କୋଟି ଜିତିବା ପରେ Sushil Kumar ଙ୍କ ଜୀବନରେ ଆରମ୍ଭ ହେଇଗଲା ସବୁଠୁ ଖରାପ ସମୟ, ସେ ନିଜେ କହିଲେ ନିଜର ଦୁଃଖ

ଅମିତାଭ ବଚ୍ଚନଙ୍କ ଦ୍ଵାରା ପରିଚାଳିତ ରିୟାଲିଟି ଶୋ ‘କୌନ ବନେଗା କରୋଡ ପତି’ ର ନୂଆ ସିଜନ ୨୩ ଅଗଷ୍ଟରୁ ଆରମ୍ଭ ହୋଇ ଯାଇଛି । ବହୁ ବର୍ଷ ଧରି ପ୍ରସାରିତ ହୋଇ ଆସୁଥିବା ଏହି ଶୋ କୁ ଏବେ ପର୍ଯ୍ୟନ୍ତ ଅନେକ କରୋଡପତି ମିଳି ସାରିଛନ୍ତି । କିନ୍ତୁ ସୁଶୀଲ କୁମାରଙ୍କୁ ଲୋକେ ଆଜି ବି ମାନେ ରଖିଛନ୍ତି । ଏହି ଶୋ ରୁ ସୁଶୀଲ କୁମାର ୫ କୋଟି ଟଙ୍କା ଜିତିଥିଲେ । ବିହାରର ସୁଶୀଲ କୁମାର ଅଧିକ ପାଠ ପଢି ନଥିଲେ । ତଥାପି କେବିସି-୫ ରେ ପ୍ରତ୍ଯେକ ପ୍ରଶ୍ନର ସଠିକ ଉତ୍ତର ଦେଇ ସେ ୫ କୋଟି ଟଙ୍କା ଜିତି ପାରିଥିଲେ ।

କିନ୍ତୁ ସୁଶୀଲ କୁମାରଙ୍କ ଭାଗ୍ୟ ତାଙ୍କ ସାଥ୍ ଦେଇ ନ ଥିଲା । ଏତେ କୋଟି ଟଙ୍କା ଜିତିବା ପରେ ମଧ୍ୟ ସେ ଆଜି ଗରିବୀରେ ଜୀବନ କାଟୁଛନ୍ତି । ସୁଶୀଲଙ୍କ ମୁତାବକ ତାଙ୍କ ଜୀବନର ସବୁଠୁ ଖରାପ ସମୟ ଶୋ ଜିତିବା ପରେ ହିଁ ଆରମ୍ଭ ହୋଇ ଯାଇଥିଲା । ଗତ ବର୍ଷ ଫେ-ସ-ବୁ-କ-ରେ ଏକ ପୋଷ୍ଟ ସେୟାର କରି ସେ ଲେଖିଥିଲେ, “୨୦୧୫-୧୬ ସମୟ ମୋ ଜୀବନର ସବୁଠୁ ଚ୍ୟାଲେଞ୍ଜିଙ୍ଗ ସମୟ ଥିଲା । ସେହି ସମୟରେ କିଛି ବୁଝା ପଡୁ ନଥିଲା । ମାସରେ ୧୦-୧୫ ଦିନ ଲେଖାଏଁ ବିହାରରେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡୁଥିଲା । ଯାହାଫଳରେ ଧୀରେ ଧୀରେ ପାଠପଢା ବନ୍ଦ ଯାଇଥିଲା ।

ଅନୁଭବ ନ ଥାଇ ମୁଁ ନୂଆ ନୂଆ ବିଜନେସ ଆରମ୍ଭ କରି ଦେଉଥିଲି । ଯେପରି ମିଡିଆକୁ କହିପାରିବି କି ମୁଁ ବେକାର ନାହିଁ । କିନ୍ତୁ ଅଳ୍ପ ଦିନରେ ବିଜନେସ ଡୁବି ଯାଉଥିଲା । ମୁଁ ଦିଲ୍ଲୀରେ ସାଙ୍ଗମାନଙ୍କ ସହ କାର ନେଇ ଚଲାଇବା ଆରମ୍ଭ କଲି । ଏହି କାମ ପାଇଁ ମାସରେ କିଛି ଦିନ ଦିଲ୍ଲୀ ଯିବାକୁ ପଡୁଥିଲା । ସେହି ସମୟରେ JNU ର କିଛି ଛାତ୍ରଙ୍କ ସହ ପରିଚୟ ହୋଇଥିଲା । ସେମାନଙ୍କ ସହ ମିଶି ଜାଣିପାରିଲି ମୁଁ ଗୋଟେ କୂପବେଙ୍ଗ ଅଟେ, ଯାହାକୁ ଅନେକ ବିଷୟ ଜଣାନାହିଁ ।

କେବିସି ଜିତିବା ପରେ ମୋତେ ଡୋନେସନର ଚସ୍କା ଲାଗି ଯାଇଥିଲା ଓ ମୁଁ ପ୍ରତି ମାସ ୫୦ ହଜାର ଟଙ୍କା ଦାନରେ ଦେଉଥିଲି । ଏହି ସମୟରେ ଲୋକେ ମୋତେ ଖୁବ ଠକିଥିଲେ । କେବିସି ଜିତିବା ପରେ ପତ୍ନୀଙ୍କ ସହ ମଧ୍ୟ ସମ୍ପର୍କ ଖରାପ ହେବାକୁ ଲାଗିଲା ।

ଦିନେ ପତ୍ନୀଙ୍କ ସହ ଝଗଡା ପରେ ବାହାରେ ବୁଲୁଥିଲେ, ସେହି ସମୟରେ ଜଣେ ଇଂରାଜୀ ପତ୍ରକାରଙ୍କ କଲ୍ ଆସିଥିଲା । ସେ ଏମିତି କିଛି ପ୍ରଶ୍ନ ପଚାରିଥିଲେ ଯାହା ଶୁଣି ମୁଁ ଖୁବ ଚିଡି ଯାଇଥିଲି ଓ ତାଙ୍କୁ କହିଥିଲି କି ମୋର ସବୁ ପଇସା ସରିଗଲାଣି, ମୁଁ ଦୁଇଟି ଗାଈ ପାଳିଛି । କ୍ଷୀର ବିକ୍ରି କରି ଭରଣପୋଷଣ କରୁଛି । ଏହି ଖବରର ଯାହା ପ୍ରଭାବ ପଡିଥିଲା ତାହା ସମସ୍ତେ ଜାଣିଛନ୍ତି ।” ଏହି ଖବର ପରେ ତାଙ୍କୁ ଲୋକେ ପ୍ରୋଗ୍ରାମ ଗୁଡିକରେ ନିମନ୍ତ୍ରଣ କରିବା ବନ୍ଦ କରି ଦେଇଥିଲେ । ସୁଶୀଲ ଦିନସାରା ସିଗ୍ରେଟ ମଧ୍ୟ ପିଇବାକୁ ଲାଗିଥିଲେ ।

ସେ ମୁମ୍ବାଇରେ ଏକ ପ୍ରଡ଼କ୍ସନ ହାଉସରେ ମଧ୍ୟ କାମ କରିବାକୁ ଜିଥିଲେ । କିନ୍ତୁ ବୋର ହୋଇ ଘରକୁ ପଳେଇ ଆସିଥିଲେ । ସେ ପରେ ବୁଝି ପାରିଥିଲେ ଜୀବନରେ ମନର ଶାନ୍ତି ହିଁ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଅଟେ । ବଡ ଲୋକ ହେବାଠୁ ଜଣେ ଉତ୍ତମ ମଣିଷ ହେବା ହିଁ ହଜାର ଗୁଣ ଠିକ ଅଟେ । ଏହାପରେ ତାଙ୍କୁ ପର୍ଯ୍ଯାବରଣ ପାଇଁ କାମ କରିବାକୁ ସୁଯୋଗ ମିଳିଥିଲା ଓ ସେ ଏବେ ଖୁବ ଖୁସି ଅଛନ୍ତି । ଆପଣଙ୍କୁ ସୁଶୀଲ କୁମାରଙ୍କ କାହାଣୀ ଭଲ ଲାଗିଥିଲେ ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।