ଦିନିକିଆ କ୍ରିକେଟ ମ୍ଯାଚରେ ସବୁଠୁ ଦ୍ରୁତତମ ଦ୍ଵିଶତକ କରିଥିବା କ୍ରିକେଟରଙ୍କ ଲିଷ୍ଟରେ ରହିଛନ୍ତି 4 ଭାରତୀୟ, ଦେଖନ୍ତୁ ଏହି ଲିଷ୍ଟରେ କିଏ କିଏ ଅଛନ୍ତି

ନିକଟରେ ବାଂଲାଦେଶ ବିପକ୍ଷରେ ସବୁଠୁ ଦ୍ରୁତତମ ଦ୍ଵିଶତକ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭାରତୀୟ ଯୁବ କ୍ରିକେଟର ଇଶାନ କିଶାନ । ସବୁଠୁ ଦ୍ରୁତତମ ଦ୍ଵିଶତକ ହାସଲ କରିଥିବା କ୍ରିକେଟରଙ୍କ ଲିଷ୍ଟରେ ସେ ନିଜ ନାଁ ସାମିଲ କରି ପାରିଛନ୍ତି । ତେବେ ଇଶାନ କିଶାନଙ୍କ ବ୍ଯତୀତ ଆହୁରି ତିନିଜଣ ଭାରତୀୟ ଏହି ଲିଷ୍ଟରେ ଥିବାବେଳେ ଆସନ୍ତୁ ଜାଣିବା କ୍ରମାନ୍ଵୟରେ ଦ୍ରୁତତମ ଦ୍ଵିଶତକ ତାଲିକାରେ ଆଉ କେଉଁ କ୍ରିକେଟ ତାରକା ରହିଛନ୍ତି ।

ଏହି ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ନଭେମ୍ବର 2013 ରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଦ୍ଵିଶତକ ହାସଲ କରିଥିଲେ ରୋହିତ । ଦିନିକିଆ ମ୍ଯାଚରେ ମାତ୍ର 156 ବଲରେ ଏହି 200 ରନର ରେକର୍ଡ କରିଥିଲେ ରୋହିତ । ଏଥିରେ 12ଟି ଚଉକା 16ଟି ଛକା ସାମିଲ ଥିଲା ।

ଦିନିକିଆ କ୍ରିକେଟରେ ଦ୍ରୁତତମ ଦ୍ଵିଶତକ କରିଥିବା କ୍ରିକେଟରଙ୍କ ଲିଷ୍ଟରେ ଅଷ୍ଟମ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ତିଲ । ମାର୍ଚ୍ଚ 2015ରେ ୱେଲିଂଟନ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହି ଦ୍ଵିଶତକ କରିଥିଲେ ମାର୍ଟିନ ଗୁପ୍ତିଲ । ସେ ମାତ୍ର 153 ବଲରେ 24ଟି ଚଉକା ଓ 11ଟି ଛକା ସହ ଏହି ରେକର୍ଡ ହାସଲ କରିଥିଲେ ।

ଏହି ଲିଷ୍ଟର ସପ୍ତମ ଓ ଷଷ୍ଠ ସ୍ଥାନରେ ମଧ୍ୟ ରୋହିତ ଶର୍ମାଙ୍କ ନାମ ରହିଛି । 2017 ଡିସେମ୍ବରରେ ମାତ୍ର 152 ବଲରେ ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଏହି ରେକର୍ଡ କରିଥିଲେ ରୋହିତ ଶର୍ମା । ଏହି ମ୍ଯାଚରେ 13ଟି ଚଉକା ସହ 12ଟି ଛକା ମାରିଥିଲେ ରୋହିତ । ଏହା ପୂର୍ବରୁ 2014ରେ ଶ୍ରୀଲଙ୍କା ବିପକ୍ଷରେ ଇଡେନ ଗାର୍ଡେନରେ 33ଟି ଚଉକା ଓ 9ଟି ଛକା ସହ 173 ବଲରେ 264 ରନ୍ କରିଥିଲେ ରୋହିତ । ଦିନିକିଆ କ୍ରିକେଟରେ ସବୁଠୁ ଲମ୍ବା ପାରି ଖେଳିଥିବା ବ୍ୟାଟ୍ସମ୍ୟାନ ଲିଷ୍ଟରେ ଏକ ନଂ ସ୍ଥାନରେ ଅଛନ୍ତି ରୋହିତ ।

ଏହି ମ୍ଯାଚରେ ସେ 151 ବଲରେ ଦ୍ଵିଶତକ କରିଥିଲେ । ପାକିସ୍ତାନର ଫକର ଜମାନ ଏହି ଲିଷ୍ଟରେ ପଞ୍ଚମ ସ୍ଥାନରେ ଅଛନ୍ତି । ମାତ୍ର 148 ବଲରେ ଏହି ରେକର୍ଡ ହାସଲ କରିଥିଲେ ଫକର । ଜୁଲାଇ 2018ରେ ଜିମ୍ବାୱେ ବିପକ୍ଷରେ 156 ବଲରେ 210 ରନ୍ କରି ସେ ଅପରାଜିତ ରହିଥିଲେ । ଏହି ମ୍ଯାଚରେ 24ଟି ଚଉକା ସହ 6ଟି ଛକା ମାରିଥିଲେ ଫକର ଜମାନ ।

କ୍ରିକେଟ ର ଭଗବାନ ସଚିନ ତେନ୍ଦୁଲକର ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ମାତ୍ର 147 ବଲରେ ଦ୍ଵିଶତକ ହାସଲ କରିଥିଲେ ସଚିନ । ଫେବୃୟାରୀ 2010ରେ ସାଉଥ ଆଫ୍ରିକା ବିପକ୍ଷରେ ଗ୍ଵାଲିୟରରେ ସେ ଏହି ରେକର୍ଡ ହାସଲ କରିଥିଲେ । ସଚିନ ଏହି ମ୍ଯାଚରେ 25ଟି ଚଉକା ସହ 3ଟି ଛକା ମାରିଥିଲେ ।

ଏହି ଲିଷ୍ଟରେ ତୃତୀୟରେ ରହିଛନ୍ତି ବିରେନ୍ଦ୍ର ସେହବାଗ । ସେ ମାତ୍ର 140 ବଲରେ ଦ୍ଵିଶତକ କରିଥିଲେ । ଡିସେମ୍ବର 2011ରେ ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 25ଟି ଚଉକା ଓ 7ଟି ଛକା ସହ ସେ ଏହି ରେକର୍ଡ ହାସଲ କରିଥିଲେ ।

ୱେଷ୍ଟଇଣ୍ଡିଜର କ୍ରିଶ ଗେଲ୍ ଏହି ଲିଷ୍ଟରେ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ମାତ୍ର 138 ବଲରେ ଦ୍ଵିଶତକ ମାରିଥିଲେ ଗେଲ୍ । ଫେବୃୟାରୀ 2015ରେ ଜିମ୍ବାୱେ ବିପକ୍ଷରେ ଏହି ରେକର୍ଡ କରିଥିଲେ ଗେଲ୍ । ଏହି ମ୍ଯାଚରେ ସେ 10ଟି ଚଉକା ଓ 16ଟି ଛକା ମାରିଥିଲେ ।

ଆଉ ନିକଟରେ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ନିଜ ନାଁ ବନେଇ ସାରିଛନ୍ତି ଇଶାନ କିଶାନ । ମାତ୍ର 126 ବଲରେ ଦ୍ଵିଶତକ ମାରି ଇଶାନ କିଶାନ ଏହି ଲିଷ୍ଟର ପ୍ରଥମ ସ୍ଥାନ ଅକ୍ତିଆର କରି ନେଇଛନ୍ତି । ଗତ 12 ତାରିଖ ଦିନ ବାଂଲାଦେଶ ବିପକ୍ଷ ମ୍ଯାଚରେ ଛତ୍ରଗ୍ରାମ କ୍ରିକେଟ ଗ୍ରାଉଣ୍ଡରେ 131 ବଲ ଖେଳି ସେ 210 ରନ୍ ହାସଲ କରିଛନ୍ତି । ଇଶାନ କିଶାନ ଏହି ମ୍ଯାଚରେ ସମୁଦାୟ 24ଟି ଚଉକା ଓ 10ଟି ଛକା ମାରିଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।