ଅନିଦ୍ରା(Insomnia) ସମସ୍ଯା ହେଉଛି ? ଏହାକୁ ପାଦରେ ଲଗେଇ ଶୋଇ ପଡନ୍ତୁ, କୁମ୍ଭକର୍ଣ୍ଣ ଭଳି ନିଦ ଆସିବ, ନିଜେ ବି ଜାଣି ପାରିବେନି କେତେବେଳେ ଶୋଇପଡିବେ

ଆଜିକାଲି ଅନେକ ଲୋକ ଅନିଦ୍ରତା ତଥା ନିଦ ନ ହେବା ପରି ସମସ୍ଯାର ସମୁଖୀନ ହେଉଛନ୍ତି । ରାତିରେ ଭଲ ନିଦ୍ରା ମଣିଷକୁ ସକାଳେ ଶକ୍ତି ଏବଂ ଫୁର୍ତ୍ତି ଯୋଗାଇଥାଏ । ଚିନ୍ତା ମୁକ୍ତ ହେବା ପାଇଁ ଏବଂ ଜୀବନକୁ ସନ୍ତୁଳିତ ରଖିବା ପାଇଁ ଉତ୍ତମ ନିଦ୍ରାର ଖୁବ ଆବଶ୍ୟକ ରହିଛି । ନିଦର ଅଭବ ଯୋଗୁଁ ଆପଣଙ୍କ ଶରୀରକୁ ସଂପୂର୍ଣ୍ଣ ଆରମ ମିଳିପାରେ ନାହିଁ । ଯାହାଫଳରେ ମନ ଅଶାନ୍ତ ରହିବା ସହ ଅନେକ ପ୍ରକାର ଗମ୍ଭୀର ରୋଗ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ଏଥିପାଇଁ ଆଜୟ ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର କହିବୁ ଯାହାର ପ୍ରୟୋଗ ଆପଣଙ୍କ ଶରୀର ଓ ମନ ଉଭୟକୁ ଆରାମ ଯୋଗାଇବାରେ ସାହାଯ୍ୟ କରିବ ଓ ଆପଣ ଭଲ ନିଦ୍ରା ଯାଇପାରିବେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହାକୁ ନିହାତି ପ୍ରୟୋଗ କରନ୍ତୁ, ଦେଖିବେ ନିଶ୍ଚୟ ସୁଫଳ ମିଳିବ । ରାତିରେ ଶୋଇବା ପୂର୍ବରୁ କ୍ଷୀର ପାନ କରିବା ବହୁ ବର୍ଷ ପୁରୁଣା ଅଟେ । ଯଦି ଆପଣଙ୍କୁ କ୍ଷୀର ଖାଇବା ପସନ୍ଦ ଅଟେ, ତେବେ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ଉଷୁମ କ୍ଷୀର ନିଅନ୍ତୁ ଓ ସେଥିରେ ଏକ ଚାମୁଚ ମହୁ ମିଶାଇ ଦିଅନ୍ତୁ ।

ଏହି ମହୁ କ୍ଷୀରକୁ ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ ସେବନ କରନ୍ତୁ । ଏହି ପାନୀୟ ନିଦ ହେବା ପାଇଁ ଏକ ଟନିକ ଭଳି କାର୍ଯ୍ୟ କରିଥାଏ ଏବଂ ଆପଣଙ୍କ ମସ୍ତିଷ୍କକୁ ରିଲାକ୍ସ କରିଥାଏ । କ୍ଷୀର ସହ ମହୁ ମିଶାଇ ପିଇବା ଦ୍ଵାରା ଏହା ଅନିଦ୍ରା ସମସ୍ଯାକୁ ଦୂର କରି ଗଭୀର ନିଦ ଜୀବରେ ସାହାଯ୍ୟ କରିଥାଏ । କ୍ଷ୍ଯୀରରେ ଟ୍ରିପ୍ଟୋଫନ ନାମକ ଏମିନୋ ଏସିଡ ଥାଏ, ଯାହା ନିଦ୍ରାର ହରମୋନ ସ୍ତର ବଢାଇବାରେ ସାହାଯ୍ୟ କରିଥାଏ ।

ଯଦି ଆପଣଙ୍କୁ କ୍ଷୀର ପିଇବା ପସନ୍ଦ ନୁହେଁ ତେବେ ଆପଣଙ୍କୁ ଆଉ ଏକ ଉପଚାର ବିଷୟରେ କହିବୁ । ଏକ ପ୍ୟାନରେ ଅଧ ଲିଟର ପାଣି ନେଇ ଭଲ ଭାବେ ଫୁଟାନ୍ତୁ ଓ ସେଥିରେ ଏକ ଚାମୁଚ ପାନମଧୁରୀ ପକାନ୍ତୁ । ପାନମଧୁରୀର ସମସ୍ତ ପୋଷକତତ୍ତ୍ଵ ପାଣିରେ ଆସିଯିବା ପରେ ଗ୍ଯାସ ବନ୍ଦ କରି ଏହି ପାଣିକୁ ଗୋଟିଏ ଗ୍ଳାସରେ ଛାଣି ନିଅନ୍ତୁ । ଉଷୁମ ଥିବା ବେଳେ ଏହାକୁ ସେବନ କରନ୍ତୁ । ଆପଣ ଚାହିଁଲେ ଅଳ୍ପ କ୍ଷୀର ଓ ମହୁ ମିଶାଇ ଏହାକୁ ସେବନ କରିପାରିବେ । ଶୋଇବା ପୂର୍ବରୁ ପ୍ରତିଦିନ ଏହାକୁ ପାନ କଲେ ଦେଖିବେ ଆପଣଙ୍କୁ କୁମ୍ଭକର୍ଣ୍ଣ ପରି ନିଦ ଆସିବ ।

ଏହା ବ୍ଯତୀତ ଆପଣ ଏକ ପାତ୍ରରେ ଫାଳେ ଲେମ୍ବୁ ଚିପୁଡି ଦିଅନ୍ତୁ ଓ ସେଥିରେ ଏକ ଚାମୁଚ ସୋରିଷ ତେଲ ମିଶାନ୍ତୁ । ଏହି ତେଲକୁ ଆପଣ ରାତିରେ ଶୋଇବା ପୂର୍ବରୁ ପାଦରେ ଭଲ ଭାବେ ମାଲିସ କରିବା ଦ୍ଵାରା ମଧ୍ୟ ଭଲ ନିଦ ହେବ । ପ୍ରାଚୀନ କାଳରେ ତପସ୍ଵୀ ମାନେ ଭୂମିରେ ଶୟନ କରୁଥିଲେ । ନିଦ୍ରା ସମସ୍ଯା ଦୂର କରିବା ପାଇଁ ଭୂମିଶଯ୍ୟା ମଧ୍ୟ ଏକ ଅନନ୍ୟ ଉପଚାର ଅଟେ । ମୁନିଋଷି ମାନେ ଭୂମିରେ ଶୟନ କରି ଅସାଧାରଣ ଶାରୀରିକ ଓ ମାନସିକ ବଳ ଲାଭ କରୁଥିଲେ । ଏହାସହ ଭୂମିରେ ଶୟନ କରିବା ଦ୍ଵାରା ପେଟ ସମସ୍ଯା ମଧ୍ୟ ଦୂର ହୋଇଥାଏ ।

ଏହି ସମସ୍ତ ଉପଚାର ମଧ୍ୟରୁ ଆପଣଙ୍କୁ ଯେଉଁ ଉପଚାର ସୁବିଧା ଆପଣ ତାହା ଆପଣେଇ ପାରିବେ । ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ହେଲଥ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।