ପାଦର ଗୋଇଠି ଓ ତଳିପାଦରେ ଅସହ୍ୟ ବ୍ୟଥା କିମ୍ବା ଯନ୍ତ୍ରଣା ଅନୁଭୂତ ହେଉଛି କି ! ଜାଣନ୍ତୁ ଲକ୍ଷଣ ଓ ଏହାର ଚିକିତ୍ସା ! Dr Shakti swaroop

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାଧାରଣତଃ ଅଧିକ ସମୟ ଛିଡା ହୋଇ ରହିଲେ । ଅଧିକ ସମୟ ଚଳାବୁଲା କରିବା ଦ୍ଵାରା ମଧ୍ୟ ପାଦର ଗୋଇଠି କିମ୍ବା ତଳି ପାଦରେ ଅତ୍ୟଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଯଦି ସେହି ସମୟରେ ବ୍ୟକ୍ତି ବିଶ୍ରାମ ନିଏ ବା କିଛି ତେଲ ମାଲିସ କରିଥାଏ । ପରବର୍ତୀ କିଛି ସମୟରେ ତାହା ଭଲ ହୋଇଥାଏ । ତେବେ ଯଦି ବାରମ୍ବାର ଏପରି ଗୋଇଠି ଯନ୍ତ୍ରଣା ଆପଣ ମଧ୍ୟ ଅନୁଭୂତ କରୁଥାନ୍ତି ।

ତେବେ ଏହାର କାହିଁକି ହୋଇଥାଏ ଓ ତାହାର ଚିକିତ୍ସା ସମ୍ବଦ୍ଧରେ ଚାଲନ୍ତୁ ହାଡ ରୋଗ ବିଶିଷ୍ଟ ଡାକ୍ତର ଶକ୍ତି ସ୍ୱରୂପଙ୍କ ମୁହଁରୁ ଆଲୋଚନା କରିବା । ତେବେ ହାଡ ଦୁର୍ବଳ ରହିବା, ପାଦର ମାଂସପେଶୀ ଟାଇଟ ରହିବା, ୟୁରିକ ଏସିଡ ଯଦି ଅଧିକ ଜମା ହୋଇ ରହିଥାଏ, ଅଧିକ ଓଜନ ରହିବା ଓ ଯଦି ଅଧିକ ସମୟ ଛିଡା ହୋଇ ରହିବା ଭଳି କିଛି କାମ କରୁଥାନ୍ତି । ତେବେ ଏହି ସବୁ କ୍ଷେତ୍ରରେ ଗୋଇଠି ଯନ୍ତ୍ରଣା ଅଧିକ ଦେଖା ଦେଇଥାଏ ।

ତେବେ ଯେଉଁ ମାନେ ଏହି ଗୋଇଠି ଯନ୍ତ୍ରଣାରେ ପୀଡିତ ସେମାନେ ଯେତେବେଳେ ଡାକ୍ତରଙ୍କର ପରାମର୍ଶ ନେବାକୁ ଯାଇଥାନ୍ତି । ତେବେ ଡାକ୍ତର ପ୍ରଥମେ ସେମାନଙ୍କର କେଉଁ କାରଣରୁ ଏପରି ଗୋଇଠି କିମ୍ବା ତଳି ପାଦ ଯନ୍ତ୍ରଣା ହେଉଛି ତାହା ଜାଣିବାକୁ ଚେଷ୍ଟା କରିଥାନ୍ତି । ଏହା ସହ ବ୍ୟକ୍ତିର କିଛି ଟେଷ୍ଟ ମଧ୍ୟ କରିଥାନ୍ତି । ଯେପରି ବ୍ଲଡ୍ସ ଟେଷ୍ଟ, ଭିଡାମିନ-ଡି ଟେଷ୍ଟ, କ୍ୟାଲସିୟମ ଟେଷ୍ଟ, ୟୁରିକ ଏସିଡ ଟେଷ୍ଟ ତେବେ ଏପରି କିଛି ଟେଷ୍ଟ କରିବା ସହ ଦରକାର ପଡିଲେ ।

ଉକ୍ତ ବ୍ୟକ୍ତିର ଏକ୍ସରେ ଟେଷ୍ଟ ମଧ୍ୟ କରାଯାଇଥାଏ । ତେବେ ଗୋଇଠି ଯନ୍ତ୍ରଣାର ସଠିକ କାରଣ ଡାଇଗ୍ନୋଶିଷ୍ କରିବା ପରେ ହିଁ ଡାକ୍ତର ଏହାର ଚିକିତ୍ସା କରିଥାନ୍ତି । ତେବେ ଡାକ୍ତରଙ୍କ କହିବା ଅନୁଯାଇ ପ୍ରଥମେ ପ୍ରଥମେ ଯେଉଁ ବ୍ୟକ୍ତି ମାନଙ୍କର ପାଦର ଗୋଇଠି କିମ୍ବା ତଳି ପାଦରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ତେବେ ଯଦି ଆପଣଙ୍କର ଓଜନ ଅଧିକ ରହିଥାଏ । ତେବେ ଓଜନ କମାଇବାକୁ ଚେଷ୍ଟା କରନ୍ତୁ ।

ଯଦି ଅଧିକ ସମୟ ଚଲାବୁଲା କିମ୍ବା ଛିଡା ହେବା ଭଳି କାମ କରୁଥିବା ଲୋକ ଭଲ କମଫରଟେବଲ ବାଲା ଜୋତା ପିନ୍ଧିବାକୁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କର ଶରୀରରେ କ୍ୟାଲସିୟମର ଅଭାବ କାରଣରୁ ହାଡ, ଗଣ୍ଠି ଦୁର୍ବଳ ରହୁଥାଏ । ଆପଣ ସେହି କ୍ଷେତ୍ରରେ କ୍ୟାଲସିୟମ ସୋର୍ସ ଥିବା ଖାଦ୍ୟ ପଦାର୍ଥ ଖାଆନ୍ତୁ ।

ଘରେ ସାଧାରଣତଃ କ୍ରାଫ ଷ୍ଟ୍ରେଚିଙ୍ଗ କିମ୍ବା ହିଲ୍ ଷ୍ଟ୍ରେଚିଙ୍ଗ ଏକସରସାଇଜ ମଧ୍ୟ କରିପାରିବେ । ଅଧିକ ଗୋଇଥିବା ଯନ୍ତ୍ରଣା ହେଉଥିଲେ, ଡାକ୍ତରଙ୍କର ପରାମର୍ଶ ନିହାତି ଜରୁରୀ ଅଟେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ