୫୦ ହଜାରରୁ ଅଧିକ ସାପ ଧରିଥିବା ଲୋକକୁ ହିଁ କାମୁଡିଲା ସାପ, ଏବେ ହସ୍ପିଟାଲରେ ଭର୍ତ୍ତି

ପଶୁ ପକ୍ଷୀଙ୍କ ପାଇଁ କାମ କରୁଥିବା ଲୋକମାନେ ତାଙ୍କ ସହିତ ଫାମିଲିୟର ହେଇଯାନ୍ତି, ସେଥିପାଇଁ ସେମାନେ ତାଙ୍କର କୌଣସି କ୍ଷତି କରିନଥାନ୍ତି । ହେଲେ କେବେ କେବେ ଏମିତି କିଛି ପରିସ୍ଥିତି ହୋଇଯାଏ, ଯାହାଦ୍ୱାରା ସେହି ପାଳିତ ପଶୁ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥାଏ । ଏହିପରି ଏକ ଘଟଣା ଘଟିଛି କେରଳ ରାଜ୍ୟରେ ।

କେରଳରେ ପ୍ରସିଦ୍ଧ ବନ୍ୟଜୀବ ସରକ୍ଷଣକର୍ତ୍ତା ରୁହନ୍ତି । ତାଙ୍କ ନାମ ହେଉଛି ବାବା ସୁରେଶ । କୁହାଯାଏ କି ବାବା ସୁରେଶ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ସାପଙ୍କୁ ଧରିଛନ୍ତି । ଅଲଗା ଅଲଗା ସାପ ମାନଙ୍କ ସହିତ ସୁରେଶଙ୍କ ଫଟୋ ଇଂଷ୍ଟାଗ୍ରାମରେ ଦେଖିପାରିବେ ।

ସାପକୁ ଧରିଦେଇଥିଲେ, ସେହି ସାପ ତାଙ୍କୁ କାମୁଡିଥିଲା

ସୁରେଶ କେରଳର ପଠାନମଥିଟ୍ଟା ରେ ଏକ ଘାତକ ସାପକୁ ଧରିବା ପାଇଁ ଚେଷ୍ଟା କରୁଥିଲେ । ସେ ସାପକୁ ଧରି ସାରିଥିଲେ । ଧରିଥିବା ସାପକୁ ଦେଖିବା ପାଇଁ ଆଖ ପାଖର ବିଭିନ୍ନ ଲୋକମାନେ ସେଠାରେ ଜମା ହୋଇଥିଲେ । ସେହି ସମୟରେ ସେହି ଘାତକ ସାପଟି ବାବା ସୁରେଶଙ୍କୁ କାମୁଡି ଦେଇଥିଲା । ସାପ ସୁରେଶଙ୍କ ଆଙ୍ଗୁଠିକୁ କାମୁଡି ଥିଲା ।

ଏହାପରେ ସେ ବେହୋସ ହୋଇ ପଡି ଯାଇଥିଲେ । ଆଖ ପାଖର ଲୋକମାନେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ଭଲ ଚିକିତ୍ସା ପାଇଁ ସୁରେଶଙ୍କୁ ତାଙ୍କର ଗୃହନଗର ତିରୁବନଂତପୁରମ ସ୍ଥିତ ଏକ ମେଡିକାଲ କଲେଜକୁ ନିଆଯାଇଥିଲା । ସେଠାରେ ତାଙ୍କୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରମାନଙ୍କ ନିରିକ୍ଷଣରେ ରଖାଯାଇଥିଲା ।

ସୁରେଶଙ୍କୁ ସାପ କାମୁଡିଥିବାର ଇତିହାସ

ସୁରେଶଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ କହିଥିଲେ କି, ସୁରେଶଙ୍କୁ ସାପ କାମୁଡିବାର ପୁରୁଣା ଇତିହାସ ଅଛି । ସୁରେଶଙ୍କୁ ଜାଣିଥିବା ବନ୍ୟଜୀବ ପ୍ରେମୀମାନେ କହିଥିଲେ, ସୁରେଶଙ୍କୁ ପିଲା ବେଳରୁ ସାପ କାମୁଡି ଥିଲେ । ଯେଉଁଥିରେ ୩୫୦ ରୁ ଅଧିକ ବିଷଧର ସାପ ଥିଲେ । ଡାକ୍ତରମାନେ କହିଥିଲେ କି, ସୁରେଶଙ୍କ ଶରୀର ଆଣ୍ଟି ଵେନମ ଉପଚାର ପାଇଁ ପ୍ରତିରୋଧି ହୋଇସାରିଛି । ଯାହାଫଳରେ ତାଙ୍କୁ ଅଧିକ ସମସ୍ୟା ହୁଏନାହିଁ ।

୨୦୧୭ରେ ବନ୍ୟଜୀବି ପ୍ରେମୀମାନେ ଉଲ୍ଲେଖ କରିଥିଲେ କି, ସୁରେଶଙ୍କ ପିଲାବେଳେ ୩୫୦୦ ରୁ ଅଧିକ ସାପ ତାଙ୍କ ପାଖରେ ଥିଲେ । ଯେଉଁଥିରୁ ୩୫୦ ରୁ ଅଧିକ ସାପ ବିଷଧର ଥିଲେ । ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ୭୨ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରମାନଙ୍କ ନିରିକ୍ଷଣରେ ରଖାଯାଇଛି ।