ବଙ୍ଗାଲ ର IAS ବିହାରର IPS ସହିତ କରିଲେ ବିବାହ, କିନ୍ତୁ କରିଦେଲେ ଏମିତି ଭୁଲ କି ଉଠିଲା ପ୍ରଶ୍ନ

ପଶ୍ଚିମବଙ୍ଗ ର ହାୱଡା ଜିଲ୍ଲାରେ ଜଣେ ଆଇଏଏସ ଅଧିକାରୀ ଭ୍ୟାଲେଣ୍ଟାଇନ୍ସ ଡେ ର ମଉକାରେ ନିଜ ଆଇପିଏସ ଗାର୍ଲ ଫ୍ରେଣ୍ଡଙ୍କ ସହ ବିବାହ କରିଥିଲେ । ଆଇଏଏସ ତୁଷାର ସିଙ୍ଗଲା ୨୦୧୫ ବ୍ୟାଚର ବଙ୍ଗାଲ କ୍ୟାଡ଼ରର ଅଧିକାରୀ ଅଟନ୍ତି ଓ ସେ ହାୱଡାର ଏସଡିଏମରେ ଅଛନ୍ତି । ସେ ବିହାର କ୍ୟାଡ଼ରର ଆଇପିଏସ ଅଧିକାରୀ ନବଜୋତ ଶିମିଙ୍କ ସହ ନିଜ ଅଫିସ ରେ ବିବାହ କରିଥିଲେ ।

ଗୋଟେ ତରଫରୁ ନବଦମ୍ପତ୍ତି ଯୋଡି ପାଇଁ ଶୁଭକାମନା ମିଳୁଥିଲା ତ ଅନ୍ୟ ତରଫରୁ ନିଜ ଅଫିସ ରେ ବିବାହ କରିଥିବାରୁ ତୁଷାରଙ୍କ ଉପରେ କିଛି ପ୍ରଶ୍ନ ମଧ୍ୟ ଉଠିଥିଲା ।

ଖବର ଅନୁସାରେ ଜଣା ପଡିଛି କି ଶୁକ୍ରବାର ଦିନ ତୁଷାର ନିଜ ଅଫିସରେ ବିବାହ କରିଥିଲେ । ଯାହାଫଳରେ ବିବାହକୁ ନେଇ ପଞ୍ଜୀକରଣ ସମ୍ବନ୍ଧିତ ଔପଚାରିକତାକୁ ପୂରଣ କରିଥିଲେ । ରେଜିଷ୍ଟ୍ରେଶନ ପରେ ଏହି ଯୋଡି ପୂଜା ପାଠ ପାଇଁ ମନ୍ଦିର ମଧ୍ୟ ଯାଇଥିଲେ ।

ମନ୍ତ୍ରୀ କହିଲେ କିଛି ବି ଭୁଲ ନାହିଁ ଏହି ମାମଲାରେ

ରାଜ୍ୟର ମନ୍ତ୍ରୀ ଓ ହାୱଡା ଜିଲ୍ଲାର ତୃଣମୁଳ ଅଧ୍ୟକ୍ଷ ଅରୁଣ ରାୟଙ୍କୁ ପ୍ରଶ୍ନ କରାଗଲା ତ, ଏହାର ଉତ୍ତର ଦେଇ ସେ କହିଥିଲେ, ଏଥିରେ କିଛି ବି ଭୁଲ ନାହିଁ । ମ୍ୟାରେଜ ରେଜେଷ୍ଟ୍ରି ଆଇନ ର ଏକ ପ୍ରକ୍ରିୟା ଅଟେ । ତେଣୁ ମୋତେ ଲାଗୁନାହିଁ କି ସରକାରୀ ଅଫିସରେ ଦୁଇ ଲୋକଙ୍କର ବିବାହ କୌଣସି ସମସ୍ୟା ଅଟେ ।

ଏହି ଦୁଇଜଣ ପଞ୍ଜାବର ଅଧିବାସୀ ଅଟନ୍ତି । ବିବାହ ପାଇଁ ତୁଷାର ଶିଂଗାଲ ସୁଟ-ବୁଟରେ ନଜର ଆସିଥିଲେ ଓ ନବଜୋତ ଶିମି ଲାଲ ଶାଢୀରେ ନଜର ଆସିଥିଲେ । ବିବାହ ପରେ ଦୁଇଜଣଙ୍କ ୱେଡିଙ୍ଗ ସୁଟ ମଧ୍ୟ ହୋଇଥିଲା ।