୧୭ ବର୍ଷର ଏହି ଝିଅର ଚୁଟି ହେଉଛି ଦୁନିଆର ସବୁଠୁ ଲମ୍ବା ଚୁଟି, ଜାଣନ୍ତୁ ୬ ଫୁଟ ୩ ଇଞ୍ଚ ଲମ୍ବା ଚୁଟି ର ରାଜ

ଝିଅ ମାନଙ୍କୁ ସୁନ୍ଦର କରିବା ପାଇଁ ଚୁଟିର ବହୁତ ବଡ ଭୂମିକା ରହିଛି । ଅଧିକାଂଶ ଝିଅ ମାନଙ୍କୁ ଲମ୍ବା ଚୁଟି ରଖିବାର ସଉକ ଥାଏ । କିନ୍ତୁ ଝିଅ ମାନେ ଏକ ନିର୍ଦ୍ଧିଷ୍ଟ ଲମ୍ବାରେ ଚୁଟି ରଖିଥାନ୍ତି । ହେଲେ ଆଜି ଆମେ ଆପଣମାନଙ୍କୁ ୧୭ ବର୍ଷର ଏକ ଝିଅ ବିଷୟରେ କହିବୁ ଯାହାର ଚୁଟି ହେଉଛି ୬ ଫୁଟ ୩ ଇଞ୍ଚର । ଏହି ୧୭ ବର୍ଷ ଝିଅର ନାମ ହେଉଛି ନିଲାନ୍ସି ପଟେଲ । ନିଲାନ୍ସି ହେଉଛନ୍ତି ଗୁଜୁରାଟର ମୋଡାସା ଜିଲ୍ଲାର ବାସିନ୍ଦା । ତେବେ ଆସନ୍ତୁ ଜାଣିବା ତାଙ୍କର ଲମ୍ବା ଚୁଟିର ରହସ୍ୟ ବିଷୟରେ ।

ଏତେ ଲମ୍ବା ଚୁଟି ହୋଇଥିବାରୁ ନିଲାନ୍ସି ନିଜର ପୁରୁଣା ଗିନିଜ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । ୨୦୧୮ରେ ପ୍ରଥମ ଥର ନିଲାନ୍ସି ଗିନିଜ ବୁକ ରେକର୍ଡରେ ନା କରିଥିଲେ  । ସେହି ସମୟରେ ତାଙ୍କର ଚୁଟି ୫ ଫୁଟ ୭ ଇଞ୍ଚ ଲମ୍ବା ଥିଲା । ୨୦୧୯ରେ ନିଲାନ୍ସି ନିଜର ଗିନିଜ ରେକର୍ଡ ଭାଙ୍ଗିଥିଲେ । ସେହି ସମୟରେ ତାଙ୍କ ଚୁଟି ୬ ଫୁଟ ୩ ଇଞ୍ଚର ଥିଲା ।

ନିଜର ଏହି ଲମ୍ବା ଚୁଟି ପାଇଁ ନିଲାନ୍ସି କୌଣସି ସେଲିବ୍ରିଟିରୁ କମ ନୁହନ୍ତି । ଯେବେ ସେ କୌଣସି ବାହାର ସ୍ଥାନକୁ ଯାଆନ୍ତି, ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାନ୍ତି । ଲୋକମାନେ ତାଙ୍କ ପାଖକୁ ଆସି ସେଲଫି ନେଇଥାନ୍ତି ଓ ତାଙ୍କର ଏହି ସୁନ୍ଦର ଚୁଟିର ରହସ୍ୟ ବିଷୟରେ ପଚାରିଥାନ୍ତି । ନିଲାନ୍ସିଙ୍କ ମତରେ ଦୀର୍ଘ ୧୧ ବର୍ଷ ହେବ ସେ ତାଙ୍କ ଚୁଟିକୁ କାଟି ନାହାନ୍ତି ।

ନିଲାନ୍ସିଙ୍କ ଜନ୍ମ ୬ ଅଗଷ୍ଟ ୨୦୦୨ରେ ହୋଇଥିଲା । ଯେତେବେଳେ ସେ ୬ ବର୍ଷର ଥିଲେ, ସେହି ସମୟରେ ଏକ ହେୟାର ଡ୍ରେସର ତାଙ୍କ ଚୁଟିକୁ ବେକାର ଉପାୟରେ କାଟି ଦେଇଥିଲା । ସେଥିପାଇଁ ସେ ନିର୍ଣ୍ଣୟ ନେଇଥିଲେ କି, ସେ ଆଜି ପରଠାରୁ କେବେ ବି ନିଜ ଚୁଟିକୁ କାଟିବେ ନାହିଁ । ଏହାପରେ ୧୧ ବର୍ଷ ପର୍ଯ୍ୟନ୍ତ ଚୁଟି ନ କଟିବାରୁ ତାଙ୍କ ଚୁଟି ୬ ଫୁଟ ୩ ଇଞ୍ଚ ଲମ୍ବା ହୋଇଥିଲା ।

ନିଲାନ୍ସି ୧୨ ଶ୍ରେଣୀରେ ବିଜ୍ଞାନ ଅଧ୍ୟୟନ କରୁଛନ୍ତି । ତାଙ୍କ ପରି ଚୁଟିକୁ ଲମ୍ବା କରିବା ବହୁତ କଷ୍ଟ ଅଟେ । ନିଜ ଚୁଟିକୁ ମାଟିରୁ ଦୂରରେ ରଖିବା ପାଇଁ ନିଲାନ୍ସି ହାଇ ହିଲ୍ସର ସ୍ୟାଣ୍ଡେଲ ପିନ୍ଧିଥାନ୍ତି । ନିଲାନ୍ସି ସପ୍ତାହକୁ ୨ ଥର ନିଜ ଚୁଟିରେ ତେଲ ଲଗାନ୍ତି ଓ ୨ ଥର ନିଜ ଚୁଟିକୁ ଧୋଇଥାନ୍ତି ।