ମଣିଷଙ୍କ ଦ୍ଵାରା ଛଡ଼ାଯାଇଥିବା ଏହି ୫ଟି ସହର, ନମ୍ବର ୧ ସହର ତ ବିଲକୁଲ ନୂଆ ଅଟେ

ଦୁନିଆରେ ଏମିତି କିଛି ସହର ଅଛି ଯେଉଁଠାରେ ଗୋଟିଏ ବି ମଣିଷ ଆପଣଙ୍କୁ ମିଳିବ ନାହିଁ । ଆଜି ଆମେ ଆପଣଙ୍କୁ ସେହିପରି କିଛି ସ୍ଥାନ ବିଷୟରେ କହିବୁ, ଯେଉଁଠି ପ୍ରଥମରୁ ତ ବହୁତ ଲୋକ ବାସ କରୁଥିଲେ କିନ୍ତୁ କୌଣସି କାରଣରୁ ଲୋକମାନେ ଧୀରେ ଧୀରେ ଏହି ସ୍ଥାନକୁ ଛାଡି ଚାଲିଗଲେ । ଆଜି ବିଲକୁଲ ବିରାନ ଅଟେ ସେହି ସବୁ ସହର । ସେଠାରେ ଥିବା ଘର ସବୁ ଖଣ୍ଡର ପାଲଟିଛି । ତେବେ ଆସନ୍ତୁ ଜାଣିବା ସେହିପରି କିଛି ସହର ବିଷୟରେ ।

୧. Hashima Island Japan

୧୮୮୭ ମସିହାରେ ଏହି ସ୍ଥାନର ନିର୍ମାଣ କୋଇଲା ଖନନ ପାଇଁ କରାଯାଇଥିଲା । ୫୦୦୦ରୁ ଅଧିକ କର୍ମଚାରୀ କୋଇଲା ଖଣିରେ କାମ କରୁଥିଲେ । ଏହି ୫୦୦୦ ଲୋକଙ୍କର ରହିବା ପାଇଁ ଏହି ସ୍ଥାନ ଆଶ୍ରୟ ସ୍ଥଳୀ ଥିଲା । ହେଲେ ଜାପାନରେ ଉଦ୍ୟୋଗୀକରଣ ହେତୁ କୋଇଲା ବଦଳରେ ଅନେକ ଶସ୍ତା ବିକଳ୍ପ ମିଳିବାକୁ ଲାଗିଲା । ଯାହାଫଳରେ ଖଣିକୁ ବନ୍ଦ କରିବାକୁ ପଡିଥିଲା ।

୨. Houtouwan Village China

ବର୍ତ୍ତମାନ ଏହି ଗାଁଟିକୁ ପ୍ରକୃତି ଆପଣେଇ ନେଇଛି । ଏଠାରେ ଘରର ଛାତ ଓ କବାଟ ଘାସରେ ପରିପୂର୍ଣ୍ଣ ହୋଇଯାଇଛି । ୧୯୮୦ ମସିହାରେ ଏହି ସ୍ଥାନରେ ୩୦୦୦ ଲୋକ ରହୁଥିଲେ । ଏହି ସ୍ଥାନରେ ବଞ୍ଚିବା ପାଇଁ ଗାଁ ଲୋକଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା । ଯାହାଫଳରେ ଗାଁ ଲୋକ ଏହି ସ୍ଥାନକୁ ଛାଡିଦେଇଥିଲେ ।

୩. Oradour France

ଜର୍ମାନର ସୈନିକ ମାନଙ୍କୁ ଲାଗୁଥିଲା ଏହି ସ୍ଥାନରେ ଲୋକମାନେ କୌଣସି ବଡ ଅଧିକାରୀମାନଙ୍କୁ ଲୁଚାଇ ରଖିଛନ୍ତି, ସେଥିପାଇଁ ସୈନିକ ମାନେ ୬୪୨ ଜଣ ଲୋକଙ୍କ ଘର ଧ୍ଵଂସ କରିଥିଲେ । ହେଲେ ଫ୍ରାନ୍ସର ପ୍ରେସିଡେନ୍ଟ ଘୋଷଣା କରିଥିଲେ କି, ଏହି ସ୍ଥାନର ପୁନଃ ର୍ନିର୍ମାଣ କରାଯିବ । ଆଜି ପର୍ଯ୍ୟନ୍ତ ଏହି ନଗର ବିରାନ ହୋଇ ରହିଛି ।

୪. Poveglia Island Italy

୧୬ ତମ ସତାଦ୍ଧିରେ ଏଠାରେ ମହାମାରୀ ରୋଗ ସଂକ୍ରମଣ ହୋଇଯାଇଥିଲା । ଯାହାଫଳରେ ଏଠିକାର ଲୋକମାନେ ଏହି ରୋଗର ଶିକାର ହୋଇ ଯାଇଥିଲେ । ମହାମାରୀ ଅଧିକ ସଂକ୍ରମଣ ନହେବା ପାଇଁ ମରିଯାଇଥିବା ଲୋକମାନଙ୍କୁ ଏଠି ଜାଳିଦେଇଥିଲେ । ୧୯୨୨ ମସିହାରେ ଏଠାରେ ଏକ ମେଣ୍ଟାଲ ହସ୍ପିଟାଲ ଖୋଲାଯାଇଥିଲା । ଏଠି ଡାକ୍ତରମାନେ ରୋଗୀମାନଙ୍କ ଉପରେ ଗବେଷଣା କରୁଥିଲେ ଓ ସେମାନଙ୍କୁ ଟର୍ଚର କରୁଥିଲେ, ଯାହାଫଳରେ ଏଠିକାର ସରକାର ଏହି ସ୍ଥାନକୁ ସବୁଦିନ ପାଇଁ ବନ୍ଦ କରିଥିଲେ ।

୫. ଓର୍ଡସ ସିଟି

ଏହି ସହରରେ କୌଣସି ଜିନିଷର ଅଭାବ ନାହିଁ । ପାର୍କ, ଥିଏଟର, ହୋଟେଲ ଓ ରେଷ୍ଟୁରେଣ୍ଟ ଆଦି ସବୁ ପ୍ରକାରର ସୁବିଧା ଏହି ସ୍ଥାନରେ ଅଛି । ଯଦି କୌଣସି ଜିନିଷର ଅଭାବ ଅଛି ତାହା ହେଲା ମଣିଷ । ସହର ଗଢିଥିବା ଲୋକଙ୍କୁ ଲାଗୁଥିଲା କି ବହୁତ ମାତ୍ରାରେ ଲୋକ ଏଠାକୁ ସିଫ୍ଟ ହୋଇଯିବେ କିନ୍ତୁ ବହୁତ କମ ମାତ୍ରାରେ ଲୋକ ଏଠାକୁ ସିଫ୍ଟ ହେଉଛନ୍ତି ।