ଆପଣାନ୍ତୁ ସୌଭାଗ୍ୟ ବଢାଉଥିବା ଏହି ପାରମ୍ପରିକ ଉପାୟ, ମହାଲକ୍ଷ୍ମୀଙ୍କର ବର୍ଷିବାକୁ ଲାଗିବ କୃପା

ସବୁ ମଣିଷ ନିଜ ଜୀବନରେ ଗରିବ ଓ ଦରିଦ୍ରତାକୁ ଦୂର କରିବା ପାଇଁ ଚେଷ୍ଟା କରିଥାନ୍ତି । ଏଥିପାଇଁ ସେମାନେ ରାତି ଦିନ କଷ୍ଟ କରିଥାନ୍ତି । ହେଲେ କିଛି ଲୋକଙ୍କୁ ନିଜ କଷ୍ଟର ଫଳ ମିଳିପାରେ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ବ୍ୟକ୍ତିର ଭାଗ୍ୟ ବ୍ୟକ୍ତିକୁ ତା ସହିତ ନଥାଏ । ହେଲେ ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯାହାକୁ ଆପଣ ବ୍ୟବହାର କଲେ ଭାଗ୍ୟଶାଳୀ ହୋଇପାରିବେ ଓ ଆପଣଙ୍କୁ ନିଜ କଷ୍ଟର ସଠିକ ଫଳ ମିଳିବା ସହିତ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ରହିବ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


୧. ଯଦି ଆପଣ ନିଜ ଘର ତିଜୋରି ବା ଆଲମାରିରେ ୯ ଟି ଲକ୍ଷ୍ମୀ କାରକ କଉଡି ଓ ଗୋଟିଏ ତମ୍ବାର ମୁଦ୍ରା ରଖିବେ, ତେବେ ଏହା ଦ୍ଵାରା ଆପଣଙ୍କ ତିଜୋରି ସବୁବେଳେ ଧନରେ ଭରପୁର ରହିବ । ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର କେବେ ଟଙ୍କାର ଅଭାବ ହେବ ନାହିଁ ।

୨. ଯଦି ଆପଣ ନିଜ ଦରିଦ୍ରତାକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ନିୟମିତ ରୂପେ କଦଳୀ ଗଛରେ ଜଳ ଅର୍ପଣ କରନ୍ତୁ ଓ ଏକ ଘିଅ ଦୀପ ମଧ୍ୟ କଦଳୀ ଗଛ ପାଖରେ ଲଗାନ୍ତୁ ।


୩. ଯଦି ଆପଣ ନିଜ ଆର୍ଥିକ ପରିସ୍ଥିତିକୁ ମଝବୁତ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଭୋଜନ କରିବା ପୂର୍ବରୁ କୁକୁର ଓ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ । ଏହି ଉପାୟ ନିୟମିତ ରୂପରେ କଲେ ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ହୋଇଯିବ ।

୪. ଗୁରୁବାର ଦିନ ଯଦି ଆପଣ ତୁଳସୀ ଗଛରେ କ୍ଷୀର ଅର୍ପଣ କରିବେ, ତେବେ ଏହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ ।


୫. ଯଦି ଜୀବନରେ ଚିନ୍ତା ମୁକ୍ତ ହେବାକୁ ଚହୁଁଛନ୍ତି, ତେବେ ବୁଧବାର ରାତିରେ କଞ୍ଚା ହଳଦୀକୁ ଗୁଲି କରି ଭଗବାନ କୃଷ୍ଣଙ୍କୁ ଅର୍ପିତ କରନ୍ତୁ । ତାର ପରଦିନ ତାକୁ ଏକ ହଳଦିଆ ଫିତାରେ ବାନ୍ଧି ନିଜ ଡାହାଣ ଭୁଜାରେ ବାନ୍ଧି ଦିଅନ୍ତୁ । ଏହା ଦ୍ଵାରା ଆପଣ ଚିନ୍ତା ମୁକ୍ତ ହୋଇଯିବେ ।

୬. ଯଦି ଆପଣ ଆର୍ଥିକ ସୁଖ ପାଇବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଡିମିରି ଗଛର ମୂଳକୁ ନେଇ ଗୋଟେ ଏକ କପଡାରେ ବାନ୍ଧିଦିଅନ୍ତୁ, ଏହାପରେ ସେହି କପଡାକୁ ଏକ ଚାନ୍ଦିର କବଚରେ ବାନ୍ଧି ନିଜ ବେକରେ ଧାରଣ କରନ୍ତୁ ।

ଯଦି ଆପଣ ସଠିକ ଭାବରେ ଏହି ସବୁ ଉପାୟକୁ କରିବେ, ତେବେ ଆପଣଙ୍କୁ ଆର୍ଥିକ ସୁଖ ଲାଭ ହେବା ସହିତ ଆପଣଙ୍କର ଦରିଦ୍ରତା ଦୂର ହେବ ଓ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ସବୁବେଳେ ଆପଣଙ୍କ ଉପରେ ରହିବ ।