ଏମିତି ସ୍ତ୍ରୀ ହୋଇଥାନ୍ତି ପବିତ୍ର, ଘରକୁ ବନେଇ ଦିଅନ୍ତି ସ୍ଵର୍ଗ- Chanakya Niti

ଚାଣକ୍ୟ ନିତି ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ମନୁଷ୍ୟ ଜୀବନକୁ ସୁଖମୟ କରିବାର ବହୁତ ଉପାୟ ବର୍ଣ୍ଣନା କରାଯାଇଛି । ଚାଣକ୍ୟ ନିଜ ନୀତି ଦ୍ୱାରା ଚନ୍ଦ୍ର ଗୁପ୍ତ ମୋର୍ଯ୍ୟ କୁ ରାଜା କାରାଇ ପାରିଥିଲେ । ଚାଣକ୍ୟଙ୍କର ଏହି ପରି କିଛି ନୀତି ବିଷୟରେ ଜଣାଇବୁ ଯାହାକି ଆପନଙ୍କର ଜୀବନ ରେ କୌଣସି ନା କୌଣସି ସମୟରେ ବହୁତ ଆବଶ୍ୟକ ପଡିପାରେ । ଚାଣକ୍ୟଙ୍କ ନୀତି ଅନୁସାରେ ମହିଳାଙ୍କର ଏହି କଥା ସବୁ ବ୍ୟକ୍ତିଙ୍କୁ ଜାଣିବା ଆବଶ୍ୟକ । କୁହାଯାଏ କି ମହିଳାଙ୍କ ମନରେ କନଥାଏ ସୋୟମ ଭଗବାନ ବି ଜାଣିନାହାନ୍ତି ।

ଆଜି ଆମେ ମହିଳାଙ୍କର କିଛି ସ୍ୱଭାବ ବିଷୟରେ ଜଣାଇବୁ । ଚାଣକ୍ୟଙ୍କ ନୀତି ଅନୁସାରେ ସାଧାରତ ମହିଳାମାନେ ମିଛ କହିଥାନ୍ତି । ଏହି ଗୁଣ  ପାଇଁ ସବୁବେଳେ ସେମାନେ ହଇରାଣ ହୋଇଥାନ୍ତି । ଚାଣକ୍ୟଙ୍କ ଅନୁସାରେ ନଦୀ , ସିଙ୍ଘ ଥିବା ପଶୁ , ଶସ୍ତ୍ର , ସତା ରୂଢ ପରିବାର ଓ ମହିଳା ଉପରେ କେବେ ବିଶ୍ୱାସ କରିବା ଉଚିତ ନୁହେଁ ।

ମିଛ କହିବା ,ଦ୍ଵେଷ ,ଛଳ କରିବା, ଲୋଭ , ଅବିଚାରି ,ଅବିବେକତା ଓ ଅଜ୍ଞାନ ଏହା  ମହିଳାଙ୍କର ୭ ପ୍ରକୃତି ଅଟେ । ନିଆଁ , ସାପ , ସଂଭ୍ରାନ୍ତ ପରିବାର , ମହିଳା , ପାଣି ଓ ମୂର୍ଖ କେବେ ବି ଘାତକ ହୋଇପାରନ୍ତି ଏଥିପାଇଁ ଏମାନଙ୍କଠାରୁ ସାବଧାନ ରହିବାକୁ ପଡିବ । ସ୍ତ୍ରୀମାନେ ସବୁବେଳେ ଚଂଚଳା ଥାଆନ୍ତି ଏଥିପାଇଁ ସେମାନଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ । ଜ୍ଞାନୀ ମାନଙ୍କ ଠାରୁ କଥା କହିବା ଶୈଳୀ , ଜୁଆରୀଙ୍କ ଠାରୁ ମିଛ କହିବା , ରାଜଙ୍କଠାରୁ ନମ୍ରତା ଓ ମହିଳାଙ୍କ ଠାରୁ ବିଶ୍ୱାସଘାତକତା ଆଦି ଗୁଣ ଶିଖାଯାଏ ।

ଚାଣକ୍ୟକଙ୍କ ମତ ଅନୁସାରେ ସେହି ସ୍ତ୍ରୀ ପବିତ୍ର ହୋଇଥାଏ କି ଯେଉଁ ସ୍ତ୍ରୀ ଘର ଭିତରେ ଥାଏ । ମିଛ କୁହେ ନାହିଁ । ନିଜ ସ୍ୱାମୀ ପ୍ରତି ବିଶ୍ୱାସୀ ଥାଏ । ଘର କାର୍ଯ୍ୟରେ ନିପୁଣ ଥାଏ । ସ୍ତ୍ରୀ ମାନେ ବାସ୍ତୁ ଭଳି ହୋଇଥାନ୍ତି । ଭଲ ଦିନରେ ଧନ କୁ ସୁରକ୍ଷା ଦେବା  ଭଳି ତାଙ୍କୁ ବି ସୁରକ୍ଷାରେ ରଖିବା ଉଚିତ । ଆତ୍ମ ରକ୍ଷା ପାଇଁ ଧନ ଭଳି ତାଙ୍କୁ ବି ବଳିଦାନ କରିବା ଉଚିତ । ଯେଉଁ ସ୍ତ୍ରୀ ନିଜ ସ୍ବାମିର ଅନୁମତି ବିନା ବ୍ରତ ରଖିଥାଏ ସେ ତାର ସ୍ବାମିର ଆୟୁ କମାଇଥାଏ । ଚାରୋଟି କଥା ଗୁପ୍ତ ରଖିବା ଉଚିତ ।

ଧନର ହାନି ହେଲେ କାହାକୁ କହିବା ଉଚିତ ନୁହେଁ । ଏଥିରେ ମନୁଷ୍ୟର ମାନ ହାନି ହୋଇଥାଏ । ନିଜ ମନର ଦୁଃଖ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ । ଏହି କଥାକୁ ନେଇ ଅନ୍ୟମାନେ ଆପଣଙ୍କୁ କମଜୋର କରିପାରନ୍ତି । ପୁରୁଷକୁ ନିଜ ଘରର ଗୁପ୍ତ କଥା କାହାକୁ କହିବା ଉଚିତ ନୁହେଁ । ବିଶ୍ବାସ ଭାବରେ ନିଜ ସ୍ତ୍ରୀ ର କଥା କାହାକୁ କହିବା ଉଚିତ ନୁହେଁ । ଏହା ଦ୍ୱାରା ପୁରୁଷର ମନ ସମ୍ମାନ ହାନି ହୋଇଥାଏ । ଚତୁର୍ଥରେ ଜ୍ଞାନୀ ସେହି ବ୍ୟକ୍ତି ଅଟେ ଯାହାକି ମାଁର ଓ ଅପମାନରେ ସାମାନ୍ୟ ରୁହେ ।

କିନ୍ତୁ ଏମିତି କରିବା ବହୁତ କଷ୍ଟ ହଉଥାଏ । ଚାଣକ୍ୟ କୁହନ୍ତି କି ଜୀବନରେ ମିଳିଥିବା ଅପମାନ ଅନ୍ୟ ଆଗରେ ଚର୍ଚ୍ଚା କରିବା ଉଚିତ ନୁହେଁ । କାହିଁକି ନା ଯଦି ଏହା ଶୁଣିବା ବ୍ୟକ୍ତି ଅନ୍ୟ ମାନଙ୍କୁ କହିଦିଏ ତେବେ ଆପଣଙ୍କର ବହୁତ ଅପମାନ ହୋଇଥାଏ । ଏଥିପାଇଁ ଏହି କଥା କାହାକୁ କହିବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।