Jyotish Shastra- ଦୁନିଆର ସବୁଠାରୁ ଶକ୍ତିଶାଳୀ ଓ ଭାଗ୍ୟଶାଳୀ ରାଶି ହେଉଛନ୍ତି ଏହି 4ଟି ରାଶି, ଦେଖନ୍ତୁ କଣ ଏହା ଆପଣଙ୍କ ରାଶି ନୁହେଁ ତ ?

ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର ଗ୍ରହ ଯେଉଁ ରାଶିରେ ଥାଏ ସେହି ବ୍ୟକ୍ତିର ତାହା ନାମ ରାଶି ହୋଇଥାଏ । ଯାହାକୁ ଚନ୍ଦ୍ର ରାଶି ମଧ୍ୟ କହନ୍ତି । ଏହି ଅନୁସାରେ ସବୁ ରାଶିର ଅଲଗା ଅଲଗା ନାମ ରାଶି ଥାଏ । ସେହି ଅନୁସାରେ ବ୍ୟକ୍ତିର ରାଶି ବିଷୟରେ ଜଣା ପଡେ ଏବଂ ତାଙ୍କର ଭବିଷ୍ୟତ ଓ ସ୍ଵଭାଵ ବିଷୟରେ ଜଣା ପଡେ । ସବୁ ବ୍ୟକ୍ତିଙ୍କର ସ୍ଵଭାଵ ସମାନ ନଥାଏ । କିଛି ରାଶି ଏମିତି ବି ଥାଆନ୍ତି କି ଅନ୍ୟ ରାଶିଙ୍କ ତୁଳନାରେ ବହୁତ ଭାଗ୍ୟଶାଳୀ ଥାଆନ୍ତି । ୧୨ଟି ରାଶୀଙ୍କ ମଧ୍ୟରୁ ୪ ଟି ରାଶି ବହୁତ ଭାଗ୍ୟଶାଳୀ ଅଟନ୍ତି । ତେବେ ଆସନ୍ତୁ ଜାଣିବା  ସେହି ୪ ଟି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ।

ମେଷ ରାଶି

ଏହା ରାଶି ଚକ୍ରର ପ୍ରଥମ ରାଶି ଅଟେ । ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ହୋଇଥାନ୍ତି । ମଙ୍ଗଳ ଗ୍ରହ ମାନଙ୍କର ସେନାପତି ହୋଇଥାସନ୍ତି । ଏଥିପାଇଁ ମେଷ ରାଶିର ବ୍ୟକ୍ତି ମାନେ ନେତୃତ୍ୱ ନେଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ଗ୍ରହର ରାଶିମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତ ପରିଶ୍ରମ ସହ ନେତୃତ୍ୱ କ୍ଷମତା କାରଣରୁ ସବୁ କାର୍ଯ୍ୟରେ ସଫଳତା ପାଇଥାନ୍ତି ।

ବିଛା ରାଶି

ଏହି ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟନ୍ତି । ଏଥିପାଇଁ ଏହି ରାଶିର ବ୍ୟକ୍ତି ମାନେ ବହୁତ ସାହାସି ଓ ପରାକ୍ରମ ଥାଆନ୍ତି । ଏମାନେ ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ମଧ୍ୟ କରିଦେଖାଇଥାନ୍ତି । ନିଜର ସବୁ କାର୍ଯ୍ୟକୁ ସଚୋଟତା ସହିତ କରିଥାନ୍ତି । ନିଜ ପରିଶ୍ରମ ଦ୍ୱାରା ଅନ୍ୟ ରାଶିର ବ୍ୟକ୍ତିଙ୍କ ଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତିମାନେ ସବୁ କାରଣକୁ ଅତି ନିଷ୍ଠାର ସହିତ କରିଥାନ୍ତି ।

ମକର ରାଶି

ଶନି ସବୁ ଗ୍ରହଙ୍କର ନ୍ୟାୟାଧୀଶ ଅଟନ୍ତି । ମକର ରାଶିର ସ୍ୱାମୀ ଗ୍ରହ ଶନି ଗ୍ରହ ଅଟନ୍ତି । ଏଥିପାଇଁ ଏହି ରାଶିର ବ୍ୟକ୍ତି ମାନଙ୍କୁ ଶନି ଦେବଙ୍କ କୃପା ସଦାସର୍ବଦା ମିଳିଥାଏ । ଏହି କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ଠାରେ ଆତ୍ମବିଶ୍ୱାସ ପୂର୍ଣ୍ଣ ମାତ୍ର ରେ ଭାରି ରହିଥାଏ । ଏମାନେ ସବୁ ଲାଭ କ୍ଷେତ୍ରରେ ନେତୃତ୍ୱ ନେବାରେ ସଫଳ ହୋଇଥାନ୍ତି । ଏମାନେ ନିଜର କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ଦ୍ୱାରା ସବୁ କାର୍ଯ୍ୟକୁ ଠିକ ତୁଲାଇବାରେ ସଫଳ ହୋଉଥାନ୍ତି ।

କୁମ୍ଭ ରାଶି

ଏହା ରାଶି ଚକ୍ରର ଏଗାରତମ ରାଶି ଅଟେ । ଏହି ରାଶିର ସ୍ୱାମୀ ଗ୍ରହ ଶନି ଦେବ ଅଟନ୍ତି । ଶନି ଦେବଙ୍କୁ କର୍ମର ଫଳ ଦାତା ମଧ୍ୟ କୁହାଯାଏ । ଅର୍ଥାତ ଏହି ଗ୍ରହ ଆମ ଖରାପ ଓ ଭଲ କର୍ମର ଫଳ ଦେଇଥାଏ । ଯଦି ଏହି ରାଶିର ବ୍ୟକ୍ତି ସଚୋଟତାର କାର୍ଯ୍ୟ କରିଥାନ୍ତି ତେବେ ଶନି ଦେବ ଏମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥାଆନ୍ତି ଓ ନିଜ କାର୍ଯ୍ୟ କ୍ଷେତ୍ରରେ ଶୀର୍ଷ ସ୍ଥାନ ପର୍ଯ୍ୟନ୍ତ ପହଂଚାଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନେ ସବୁ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବୁଝି ବିଚାରି କରିଥାନ୍ତି । ଏମାନେ ବହୁତ ବୁଦ୍ଧିମାନ ଅଟନ୍ତି । ଏମାନେ ସବୁ ପରିସ୍ଥିତିକୁ ଖାପ ଖୁଇଲା ଭଳି କାର୍ଯ୍ୟ କରିଥାନ୍ତି । ଏମାନେ ସବୁ କାର୍ଯ୍ୟରେ ପ୍ରାୟତଃ ସଫଳତା ପାଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।