ପବିତ୍ର ମକର ସଙ୍କ୍ରାନ୍ତିରେ କରି ଦିଅନ୍ତୁ ଏହି 2 ଉପାୟ, ସବୁ ମନସ୍କାମନା ହେବ ପୂର୍ଣ୍ଣ

ଓଡିଶା ରାଜ୍ୟକୁ ପର୍ବ ପର୍ବାଣିର ରାଜ୍ୟ କୁହାଯାଇଥାଏ, କାରଣ ଓଡିଶାରେ ସବୁଠାରୁ ଅଧିକ ପର୍ବ ପର୍ବାଣିର ମାନ୍ୟତା ରହିଛି ଓ ଏହି ସମସ୍ତ ପର୍ବପର୍ବାଣି ଜାନୁୟାରୀ ୧୪ ତାରିଖ ତଥା ମକର ସଙ୍କ୍ରାନ୍ତିରୁ ଆରମ୍ଭ ହୋଇଥାଏ ନବବର୍ଷର ଆରମ୍ଭ ମଧ୍ୟ ମକର ସଙ୍କ୍ରାନ୍ତି ପର୍ବରୁ ହୋଇଥାଏ । ଏହି ଦିନରେ ସୂର୍ଯ୍ୟ ଦେବତା ମକର ରାଶିରେ ପ୍ରବେଶ କରିଥାନ୍ତି, ଯାହାଫଳରେ ଏହି ପର୍ବକୁ ବହୁତ ମହତ୍ଵ ଦିଆଯାଇଥାଏ ।

ଆଜିଆମେ ଆପଣ ମାନଙ୍କୁ ଏହି ପବିତ୍ର ମକର ସଙ୍କ୍ରାନ୍ତିରେ ଏପରି କିଛି କାମ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣଙ୍କର ସମସ୍ତ ମନୋକମନା ନିଶ୍ଚୟ ପୂରଣ ହେବ ଓ ଆପଣଙ୍କର ଏହି ବର୍ଷଟି ବହୁତ ସୁଖମୟ ହେବ । ଆଜିଆମେ ଆପଣ ମାନଙ୍କୁ ଦୁଇଟି ଉପାୟ ବିଷୟରେ କହିବାକୁ ଯାଉଛୁ ।

୧) ଏହି ମକର ସଙ୍କ୍ରାନ୍ତିରେ କରାଯାଉଥିବା ସମସ୍ତ କାର୍ଯ୍ୟ ତଥା ତପ, ତନ୍ତ୍ର, ସ୍ନାନ ଓ ଦାନ ଆଦିର ଭୁତ ବିଶେଷ ମହତ୍ଵ ରହିଛି । ଆପଣ ମାନେ ସମସ୍ତେ ନିଶ୍ଚୟ ଏହି ଦିନରେ ଦାନ ଧର୍ମ କରନ୍ତୁ । କାରଣ ଶାସ୍ତ୍ର ଅନୁସାରେ ମାନ୍ୟ ରହିଛି ଯେ, ଏହି ଦିନ କରାଯାଉଥିବା ଦାନର ପୂଣ୍ୟ ୧୦୦ ଗୁଣ ଅଧିକ ରହିଥାଏ । ତେଣୁ ଆପଣ ମାନେ ଏହି ଦିନରେ କୌଣସି ଗରିବ ବା ଦରିଦ୍ର ଲୋକ ମାନଙ୍କୁ ନିଶ୍ଚୟ ଦାନ କରନ୍ତୁ । ଏହି ଦିନରେ ଆପଣ ଖାଦ୍ଯ ତଥା ଖିରୀ ପୁରୀ, ଖିଚିଡି ଓ ଘିଅ ଆଦି ଦାନ କରନ୍ତୁ । ତେଣୁ ଆପଣ ମାନେ ସମସ୍ତେ ମକର ସଙ୍କ୍ରାନ୍ତି ଦିନ ନିଶ୍ଚୟ ଏହି ସବୁ ଜିନିଷକୁ ଦାନ କରନ୍ତୁ ।

୨) ଏହି ଦିନରେ ସୂର୍ଯ୍ୟ ଦେବତାଙ୍କର ପୂଜା ଅର୍ଚନା କରାଯାଇଥାଏ । ଏହି ଦିନରେ ଆପଣ ନିଶ୍ଚୟ ସୂର୍ଯ୍ୟ ଦେବତାଙ୍କ ପୂଜା ଅର୍ଚନା କରନ୍ତୁ । ଏହି ଦିନରେ ଆପଣ ସୂର୍ଯ୍ୟ ଉଦୟ ପୂର୍ବରୁ ସକାଳ ସମୟରେ ଶୀଘ୍ର ଉଠିଯିବେ ଓ ସ୍ନାନ କରିବେ । ସ୍ନାନ କରିବା ପରେ ଆପଣ ଏକ ଧଳା ବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧି ଦିଅନ୍ତୁ ଓ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଏହି ଦିନରେ ଆପଣ ମାଟିର ଜଳ ନେବେ ଅର୍ଥାତ ଯେଉଁ ଜଳ ମାଟିରୁ ବାହାରୁ ଥିବ ସେହି ଜଳକୁ ଆପଣ ଅର୍ପଣ କରିବେ ।

ଜଳ ଅର୍ପଣ କରିବା ସମୟରେ ଆପଣମାନେ ‘ଓଁ ଧନେସ୍ଵରାୟ ନମଃ’ ମନ୍ତ୍ରର ଜପ ନିଶ୍ଚୟ କରିବେ । ଏହି ମନ୍ତ୍ରକୁ ଆପଣ ଜଳ ଅର୍ପଣ କରିବା ପର୍ଯ୍ୟନ୍ତ ଜପ କରିବେ । ଜଳ ଅର୍ପଣ କରିବା ସମୟରେ ଧ୍ୟାନ ରଖିବେ ଯେ, ସେହି ଜଳ ଯେପରି ଭୂମିରେ ନପଡିବ । ଆପଣ ତଳେ ଏକ ତସଲା ରଖିଦେବେ ଓ ସେହି ଜଳକୁ ନେଇ ଏକ ଗଛ ମୂଳରେ ପକାଇ ଦେବେ । ଏହି ଦୁଇଟି ଉପାୟକୁ ଆପଣ ମକର ସଙ୍କ୍ରାନ୍ତିରେ ନିଶ୍ଚୟ କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ମନୋକାମନା ନିଶ୍ଚୟ ପୂରଣ ହେବ ଓ ଆପଣଙ୍କର ଏହି ନବବର୍ଷ ନିଶ୍ଚୟ ସୁଖମୟ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।