ଟିଭି ଜଗତରେ ଅଭିନୟ କରି ଅନେକ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ, ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଗୁଡିକରେ ଅଭିନୟ କରି କଳାକାର ମାନେ ନିଜର ସୁନ୍ଦର ଦକ୍ଷତା ପରିଚୟ ଦେଇ ପାରିଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଶୃତି କୱର ଲାଇଫ ଷ୍ଟାଇଲ ଓ ତାଙ୍କ ଜୀବନୀ ବିଷୟରେ କିଛି ନୂଆ କଥା କହିବାକୁ ଯାଉଛୁ । ଟିଭି ଜଗତର ଜି ଟିଭି ଚ୍ୟାନେଲରେ ୨୦୦୯ରେ ପ୍ରସାରିତ ହେଇଥିବା “ପବିତ୍ର ରିସତା” ସିରିଏଲରେ ଅଭିନୟ କରିଥିବା ଅର୍ଚ୍ଚନା ଓ ପାରଖ ଖୁବ ଲୋକପ୍ରିୟ ହୋଇଥିଲେ ।
ଏହି ସିରିଏଲରେ ଅଭିନୟ କରୁଥିବା ଅନ୍ୟ ଏକ କଳାକାର ଯିଏ ନିଜର ସୁନ୍ଦର ଅଭିନୟରେ ଏହି ସିରିଏଲକୁ ଆଗକୁ ନେବାରେ ସଫଳ ହୋଇଥିଲେ । ଏହି ସିରିଏଲରେ ଓଭି ମାନବ ଦେଶମୁଖ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଶୃତି କୱର ୧୯୯୧ ମେ ୧୫ରେ ଜମଶେଦପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପାଢପଢା ବିହାରରେ ଶେଷ ହୋଇଥିଲା ।
ପିଲାଦିନୁ ଶୃତିଙ୍କୁ ଅଭିନୟ ପ୍ରତି ରୁଚି ରହିଥିଲା । ସେ ତାଙ୍କ ପାଢପଢା ପରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ୨୦୧୪ରେ ପବିତ୍ର ରିସତା ସିରିଏଲରେ ଅର୍ଚ୍ଚନା ଓ ପାରଖଙ୍କର ଝିଅ ଭୂମିକାରେ ଓଭି ମାନବ ଦେଶମୁଖ ଚରିତ୍ରରେ ଶୃତି ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଏତେ ସୁନ୍ଦର ଓ ଭଲ ହୋଇଥିଲା ଯାହା ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା ।
ଏହା ପରେ “ଡୋଲି ଅରମାନୋ କି”, “ୟେ ହେ ଆଶିକି”, “ସାବିତ୍ରୀ ଦେବୀ କଲେଜ ଆଣ୍ଡ ହସ୍ପିଟାଲ”, “କ୍ରାଇମ ପେଟ୍ରୋଲ” ସିରିଏଲରେ ଶୃତି କାମ କରିସାରିଛନ୍ତି । “ପବିତ୍ର ରିସତା” ସିରିଏଲ ଶେଷ ହେବାର ୬ବର୍ଷ ହୋଇଯାଇଛି । ଏହି ସମୟ ମଧ୍ୟରେ ଶୃତି କୱର ନିଜ ଲାଇଫ ଷ୍ଟାଇଲକୁ ବହୁତ ପରିବର୍ତ୍ତନ କରିଛନ୍ତି । ଆଗ ଅପେକ୍ଷା ସେ ବହୁତ ଷ୍ଟାଇଲିସ ଓ ସୁନ୍ଦର ଦେଖାଯାଉଛନ୍ତି ।
ଆଗରୁ ସେ ଭାରତୀୟ ସାସ୍କୃତି ଅନୁଯାୟୀ ସୁ-ଟ ଓ ଶାଢୀ ପିନ୍ଧୁଥିଲେ । କିନ୍ତୁ ବର୍ତ୍ତମାନ ସେ ତାଙ୍କର ପିନ୍ଧିବା ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ ପର୍ଯ୍ଯନ୍ତ କିଛି ଡିଫରେଣ୍ଟ ମଡଲିଙ୍ଗ କରିଛନ୍ତି । ସେ ବହୁତ ସର୍ଟ ଡ୍ରେସ ପିନ୍ଧୁଛନ୍ତି ଓ ତାଙ୍କର ହେୟାରକୁ ହାଏ ଲାଇଟ ଓ ସର୍ଟ କରିଛନ୍ତି ସେଥିପାଇଁ ସେ ତାଙ୍କର ନୂଆ ଲୁକରେ ବହୁତ ହଟ ଓ ଗରଜେସ, କିୟୁଟ ଦେଖା ଯାଉଛନ୍ତି । ବର୍ତ୍ତମାନ ସେ ଟିଭି ଜଗତରୁ ଦୂରରେ ଅଛନ୍ତି । ତାଙ୍କୁ “ମେରି ହାନିକାରକ ବିୱି” ସିରିଏଲରେ ଶେଷ ଥର ପାଇ ଅଭିନୟ କରିବାର ଦେଖା ଯାଇଥିଲା । ବର୍ତ୍ତମାନ ସେ ତାଙ୍କ ପରିବାର ସହ ମୁମ୍ବାଇରେ ବହୁତ ଭଲ ଲାଇଫ ସ୍ପେନ୍ଡ କରୁଛନ୍ତି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।