କୋଟିପତି ହେବାର ଅଛି ତ ଅକ୍ଷୟ ତୃତୀୟାରେ ଘରକୁ ନେଇ ଆସନ୍ତୁ ଏହି 7ଟିରୁ 1 ଜିନିଷ

ଭାରତରେ ପ୍ରତେକ ପୂଜା ପ୍ରତେକ ପର୍ବ ଏକ ନିଶ୍ଚିତ ରୂପେ ଥିବା ତିଥି ଅନୁସାରେ କରାଯାଏ । ଏହା ଦ୍ଵାରା ସବୁ କିଛି ଶୁଭ ହୋଇ ଥିବାର ମାନ୍ୟତା ଅଛି । ଯେମିତିକି ଏଥର ଅକ୍ଷୟ ତୃତୀୟା ଏକ ଶୁଭ ଦିନରେ ପଡୁଛି । ଏହା ଶୁକ୍ର ବାର ଦିନ ପଡୁଛି , ଏହି ଦିନକୁ ଆମେ ମାତା ଲକ୍ଷ୍ମୀ ଙ୍କର ଦିନ ବୋଲି ମଧ୍ୟ କହିଥାଉ । ଏହି ଦିନ ଆମେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କର ଆରାଧନା କରି ଥାଉ । କାରଣ ଏହି ଦିନ ଯଦି ଆମେ ମା ଲକ୍ଷ୍ମୀ ଙ୍କୁ ସନ୍ତୁଷ୍ଟ କରି ପାରିବା ତେବେ ମା ଆମ ଘର ଛାଡି କେଉଁ ଆଡେ ଜାନ୍ତିନି ।

ତେବେ ଏହା ଆମେ କିଭଳି କରିବା । ନିଜର ନିତ୍ୟ କର୍ମ ସାରି ପୂଜା କରିବା ପରେ ଯଦି ଏଭଳି କିଛି ବସ୍ତୁ ଆମେ ଆମ ସିନ୍ଧୁକ କିମ୍ବା ଲକର ମଧ୍ୟ ରେ ରଖିଦେବା ତେବେ ଆମେ ଅକ୍ଷୟ ଧନ ର ପ୍ରାପ୍ତି କରି ପାରିବା ମାନେ ଯାହା କେବେ ହେଲେ ବି ସାରିବନି କିମ୍ବା କ୍ଷୟ ହେବନି । ତେବେ କଣ ଆପଣ ଜାଣନ୍ତି କଣ ରଖିବା ଦ୍ଵାରା ମା ଲକ୍ଷ୍ମୀ ସନ୍ତୁଷ୍ଟ କିମ୍ବା ଖୁସି ହୁଅନ୍ତି ।

ତେବେ ଆସନ୍ତୁ ଜାଣିବା ଏହା କଣ ଅଟେ । ପ୍ରଥମ ବସ୍ତୁ ହେଉଛି ଗୋଟେ ଆଖି ଥିବା ବାଲା ନଡିଆ ବନ୍ଧୁ ଗଣ ସାଧାରଣତଃ ନଡିଆରେ ୩ ଟି ଆଖି ଥାଏ ମାତ୍ର ଯଦି ଆପଣଙ୍କୁ ଗୋଟେ ଆଖି ଥିବା ନଡିଆ ମିଳେ ତାହେଲେ ଆପଣ ଏହାକୁ ନାଲି କାନାରେ ଗୁଡାଇ ପୂଜା କରି ନିଅନ୍ତୁ ଓ ଏହାକୁ ଘରେ ଥିବା ସିନ୍ଧୁକ କିମ୍ବା ନିଜ ଦୋକାନ ରେ ଥିବା ଲକରରେ ସ୍ଥାପନା କରନ୍ତୁ । ଦ୍ଵିତୀୟ ଜିନିଷଟି ହେଉଛି ଶ୍ରୀ ଜନ୍ତ୍ର ।

କୁହାଯାଏ କି ଶ୍ରୀ ଜନ୍ତ୍ର ଯଦି ଆପଣ ଆଣନ୍ତି ତାହାଲେ ଏଥିରେ ମା ଲକ୍ଷ୍ମୀ ଙ୍କ ସହ ୩୩ କୋଟି ଦେବତା ମଧ୍ୟ ଥାନ୍ତି । ତେବେ ଯଦି ଆପଣ ଏହାକୁ ଆଣି ପୂଜା କରି ସ୍ଥାପନା କରିବେ ଲକର କିମ୍ବା ସିନ୍ଧୁକରେ ତାହେଲେ ଆପଣ କେବେବି ଧନର ଅଭାବ ଜାଣି ପରିବେନି । ମାନେ ରଖନ୍ତୁ ବଜାରରେ ଅନେକ ପ୍ଲାଷ୍ଟିକ ଜିନିଷ ମିଳୁଛି ତାହା କିଛି ପ୍ରଭାବ ପକାଇବ ନି ଆପଣ ଚାନ୍ଦି କିମ୍ବା ସୁନାରେ ନିର୍ମିତ ଶ୍ରୀ ଜନ୍ତ୍ର ପୂଜା କରିବାକୁ ପଡିବ ।

ତୃତୀୟ ଜିନିଷ ହେଉଛି କଉଡି ଏହା ମା ଲକ୍ଷ୍ମୀ ଙ୍କ ସହ ସମୁଦ୍ର ମନ୍ଥନ ସମୟରେ ବାହାରି ଥିଲା । ଏହା ମା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ଅଟେ । ହଳଦିଆ କଉଡି ଯାଦି ଆପଣ ଏହି ଦିନ ପୂଜା କରିକି ନିଜ ଘର ସିନ୍ଧୁକ ରେ ରଖିବେ କିମ୍ବ ନିଜ ପର୍ସ ରେ ରଖିବେ ଏହା ଦ୍ଵାରା ଆପଣ ମାଙ୍କର କୃପା ପାଇ ପାରିବେ । ଏହା ପରେ ହେଉଛି ଚତୁର୍ଥ ବସ୍ତୁ ଗୋମତୀ ଚକ୍ର ଏହା ମଧ୍ୟ ସମୁଦ୍ର ମନ୍ଥନ ସମୟରେ ଆସିଥିଲା ମା ଙ୍କର ସହ ।

ତେଣୁ ଯଦି ଆପଣ ୧୧ ଟି ଗୋମତି ଚକ୍ର ଆଣିକି ତାକୁ ପୂଜା କରିକି ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କର ପ୍ରତିମା ସହ ସ୍ଥାପନା କରିବେ ନିଜ ଘରେ । ତେବେ ଆପଣଙ୍କୁ ଅଧିକ ଶୁଭ ଫଳ ମିଳିବ । ପଞ୍ଚମ ବସ୍ତୁ ହେଉଛି ଅରଖ ଫୁଲ । ଯଦି ଆପଣ ଧଳା ଅରଖ ଫୁଲ ପୂଜା ପରେ ରଖିବେ ଏହା ଦ୍ଵାରା ଧନ ବୃଦ୍ଧି ହୁଏ । ମୋତି ଶଙ୍ଖ,ହତା ଯୋଡି ରଖିବା ଦ୍ଵାରା ମଧ୍ୟ ଧନର ବୃଦ୍ଧି ହୁଏ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।