“ପବିତ୍ର ରିସ୍ତା” ସିରିଏଲରେ ଅଭିନୟ କରି ଫେମସ ହୋଇଥିବା “Shruti Kanwar” ଆଜି ଦେଖାଯାଉଛନ୍ତି ଏମିତି

ଟିଭି ଜଗତରେ ଅଭିନୟ କରି ଅନେକ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ, ଷ୍ଟାଇଲ, ଲୁକ, ପର୍ଶନାଲିଟି ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଗୁଡିକରେ ଅଭିନୟ କରି କଳାକାର ମାନେ ନିଜର ସୁନ୍ଦର ଦକ୍ଷତା ପରିଚୟ ଦେଇ ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଟିଭି ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀ ଶୃତି କୱର ଲାଇଫ ଷ୍ଟାଇଲ ଓ ତାଙ୍କ ଜୀବନୀ ବିଷୟରେ କିଛି ନୂଆ କଥା କହିବାକୁ ଯାଉଛୁ । ଟିଭି ଜଗତର ଜି ଟିଭି ଚ୍ୟାନେଲରେ ୨୦୦୯ରେ ପ୍ରସାରିତ ହେଇଥିବା “ପବିତ୍ର ରିସତା” ସିରିଏଲରେ ଅଭିନୟ କରିଥିବା ଅର୍ଚ୍ଚନା ଓ ପାରଖ ଖୁବ ଲୋକପ୍ରିୟ ହୋଇଥିଲେ ।

ଏହି ସିରିଏଲରେ ଅଭିନୟ କରୁଥିବା ଅନ୍ୟ ଏକ କଳାକାର ଯିଏ ନିଜର ସୁନ୍ଦର ଅଭିନୟରେ ଏହି ସିରିଏଲକୁ ଆଗକୁ ନେବାରେ ସଫଳ ହୋଇଥିଲେ । ଏହି ସିରିଏଲରେ ଓଭି ମାନବ ଦେଶମୁଖ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଶୃତି କୱର ୧୯୯୧ ମେ ୧୫ରେ ଜମଶେଦପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପାଢପଢା ବିହାରରେ ଶେଷ ହୋଇଥିଲା ।

ପିଲାଦିନୁ ଶୃତିଙ୍କୁ ଅଭିନୟ ପ୍ରତି ରୁଚି ରହିଥିଲା । ସେ ତାଙ୍କ ପାଢପଢା ପରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ୨୦୧୪ରେ ପବିତ୍ର ରିସତା ସିରିଏଲରେ ଅର୍ଚ୍ଚନା ଓ ପାରଖଙ୍କର ଝିଅ ଭୂମିକାରେ ଓଭି ମାନବ ଦେଶମୁଖ ଚରିତ୍ରରେ ଶୃତି ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ତାଙ୍କର ଅଭିନୟ ଏତେ ସୁନ୍ଦର ଓ ଭଲ ହୋଇଥିଲା ଯାହା ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା ।

ଏହା ପରେ “ଡୋଲି ଅରମାନୋ କି”, “ୟେ ହେ ଆଶିକି”, “ସାବିତ୍ରୀ ଦେବୀ କଲେଜ ଆଣ୍ଡ ହସ୍ପିଟାଲ”, “କ୍ରାଇମ ପେଟ୍ରୋଲ” ସିରିଏଲରେ ଶୃତି କାମ କରିସାରିଛନ୍ତି । “ପବିତ୍ର ରିସତା” ସିରିଏଲ ଶେଷ ହେବାର ୬ବର୍ଷ ହୋଇଯାଇଛି । ଏହି ସମୟ ମଧ୍ୟରେ ଶୃତି କୱର ନିଜ ଲାଇଫ ଷ୍ଟାଇଲକୁ ବହୁତ ପରିବର୍ତ୍ତନ କରିଛନ୍ତି । ଆଗ ଅପେକ୍ଷା ସେ ବହୁତ ଷ୍ଟାଇଲିସ ଓ ସୁନ୍ଦର ଦେଖାଯାଉଛନ୍ତି ।

ଆଗରୁ ସେ ଭାରତୀୟ ସାସ୍କୃତି ଅନୁଯାୟୀ ସୁ-ଟ ଓ ଶାଢୀ ପିନ୍ଧୁଥିଲେ । କିନ୍ତୁ ବର୍ତ୍ତମାନ ସେ ତାଙ୍କର ପିନ୍ଧିବା ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ ପର୍ଯ୍ଯନ୍ତ କିଛି ଡିଫରେଣ୍ଟ ମଡଲିଙ୍ଗ କରିଛନ୍ତି । ସେ ବହୁତ ସର୍ଟ ଡ୍ରେସ ପିନ୍ଧୁଛନ୍ତି ଓ ତାଙ୍କର ହେୟାରକୁ ହାଏ ଲାଇଟ ଓ ସର୍ଟ କରିଛନ୍ତି ସେଥିପାଇଁ  ସେ ତାଙ୍କର ନୂଆ ଲୁକରେ ବହୁତ ହଟ ଓ ଗରଜେସ, କିୟୁଟ ଦେଖା ଯାଉଛନ୍ତି । ବର୍ତ୍ତମାନ ସେ ଟିଭି ଜଗତରୁ ଦୂରରେ ଅଛନ୍ତି । ତାଙ୍କୁ “ମେରି ହାନିକାରକ ବିୱି” ସିରିଏଲରେ ଶେଷ ଥର ପାଇ ଅଭିନୟ କରିବାର ଦେଖା ଯାଇଥିଲା । ବର୍ତ୍ତମାନ ସେ ତାଙ୍କ ପରିବାର ସହ ମୁମ୍ବାଇରେ ବହୁତ ଭଲ ଲାଇଫ ସ୍ପେନ୍ଡ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।