ଯୁବକ ମାନଙ୍କୁ କରୋନାରେ ଅଧିକ ମାରୁଛି ହାପି ହାଇପୋକ୍ସିଆ, ଜାଣନ୍ତୁ ଏହା କଣ !

ଆରମ୍ଭରୁ ହିଁ କୋ-ଭି-ଡ୍-୧୯ କୁ ସମ୍ପୂର୍ଣ୍ଣ ଭାବେ ବୁଝିବା ମୁସ୍କିଲ ହୋଇଛି । ତେବେ କ-ରୋ-ନାର ପ୍ରଥମ ଓ ଦ୍ବିତୀୟ ଲହରରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳିଛି । ଏହି ଲହରରେ ଯୁବଗୋଷ୍ଠୀ ଅତ୍ୟଧିକ ସଂଖ୍ୟାରେ ଏହାର ଶି-କା-ର ହେଉଛନ୍ତି । ଯୁବା ଲୋକଙ୍କ ଅକ୍ସିଜେନ୍ ସ୍ଥର ଅଚାନକ ତଳକୁ ଖସୁଛି ଓ ଡାକ୍ତରମାନେ କିଛି ବୁଝିବା ଓ କରିବା ଆଗରୁ ହିଁ ସେମାନଙ୍କ ମୃ-ତ୍ୟୁ ହୋଇ ଯାଉଛି । କାରଣ ସେମାନଙ୍କ ଏକାଧିକ ଅଙ୍ଗ କାମ କରିବା ବନ୍ଦ କରି ଦେଉଛି । ତେବେ ଆସନ୍ତୁ ଜାଣିବା କ’ଣ ଅଟେ ଏହି “ହାପୀ ହାଇପୋକ୍ସିଆ” ।

କ-ରୋ-ନା ସଂ-କ୍ର-ମ-ଣ ପରେ ଏବେ ସାରା ଦୁନିଆର ରୋ-ଗୀମାନଙ୍କ ମଧ୍ୟରେ ଏକ ବିଶେଷ ଲକ୍ଷଣ ଦେଖିବାକୁ ମିଳିଛି । ରୋ-ଗୀଙ୍କ ରକ୍ତରେ ଅକ୍ସିଜେନ୍ ସ୍ଥର ବହୁତ ତଳେ ରହୁଛି, ମାତ୍ର ସେମାନଙ୍କୁ ନିଃଶ୍ୱାସ ନେବାରେ କୌଣସି ଅସୁବିଧା ହେଉନାହିଁ । ଅନ୍ୟପଟେ ଶରୀରରେ ଅକ୍ସିଜେନ୍ ର ଅଭାବ ରୋ-ଗୀକୁ କ୍ଷ-ତି ପହଞ୍ଚାଇବାରେ ଲାଗୁଛି । ଏପରି ଲକ୍ଷଣକୁ ଡାକ୍ତରମାନେ ଗମ୍ଭୀରତା ସହ ନେବାକୁ ଉପଦେଶ ଦେଉଛନ୍ତି । ସହଜ ଭାଷାରେ କହିଲେ ଶରୀର ଓ ରକ୍ତରେ ଅକ୍ସିଜେନ୍ ର ଅଭାବକୁ ହାଇପୋକ୍ସିଆ କୁହାଯାଏ ।

ଅନେକ ସମୟରେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଶରୀର ଉପରେ ପଡିଥାଏ । ସାଧାରଣତଃ, ମନୁଷ୍ୟ ଶରୀରରେ ଅକ୍ସିଜେନ୍ ସ୍ଥର ୭୫-୧୦୦ ମିଲିମିଟର ପାରଦ ମଧ୍ୟରେ ରହିଥାଏ । ସେହିପରି ଅକ୍ସିମିଟରରେ ୯୫-୧୦୦ ମଧ୍ୟରେ ଦେଖାଉଥିବା ପଲ୍ସ କୁ ସାମାନ୍ୟ ବୋଲି ମାନାଯାଏ । ଅକ୍ସିମିଟରର ରିଡିଂଗ ୯୦ରୁ ତଳକୁ ଦେଖାଇଲେ ତାହା ଚିନ୍ତାଜନକ ବୋଲି କୁହାଯାଏ ଓ ଏପରି ହେଲେ ମଣିଷକୁ ଥକାପଣ, ଦ୍ଵନ୍ଦତା, ମାନସିକ ସମସ୍ୟା ହେବା ଆରମ୍ଭ ହୋଇଯାଏ ।

ଅକ୍ସିଜେନ୍ ଠିକ୍ ଭାବେ ମସ୍ତିଷ୍କରେ ନ ପହଞ୍ଚି ପାରିବା ଏହାର କାରଣ ଅଟେ । ଅକ୍ସିଜେନ୍ ସ୍ଥର ୮୦ରୁ ତଳକୁ ଖସିଲେ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଯଥା କିଡନୀ, ହାର୍ଟ, ଲିଭର୍ ଆଦି ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଏ । ଆମେ ଯେତେବେଳେ ନିଃଶ୍ୱାସ ପ୍ରଶ୍ୱାସ ନେଉ ଅକ୍ସିଜେନ୍ ରକ୍ତରେ ମିଶି ଶରୀରର କୋଣ ଅନୁକୋଣରେ ପହଞ୍ଚି ଯାଏ । ଏହି ପ୍ରକ୍ରିୟା ଆମ ଫୁସଫୁସ୍ ରୁ ଆରମ୍ଭ ହୋଇଥାଏ । ମାତ୍ର କ-ରୋ-ନା ଭା-ଇ-ର-ସ୍ ପ୍ରଥମେ ଆମ ଫୁସଫୁସ୍ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଥାଏ ।

ଯାହାଫଳରେ ଭରପୁର ଅକ୍ସିଜେନ୍ ଆମ ର-କ୍ତରେ ମିଶି ପାରେ ନାହିଁ । ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଅକ୍ସିଜେନ୍ ଅଭାବରୁ କାର୍ଯ୍ୟ କରିବା ବ-ନ୍ଦ କରି ଦିଅନ୍ତି । ଏହାକୁ ହାଇପୋକ୍ସିଆ କୁହାଯାଏ । ଉଚ୍ଚ ସ୍ଥାନରେ ଅକ୍ସିଜେନ୍ ସ୍ଥର କମ୍ ଥିବାରୁ ଏହି ସ୍ଥିତି ପ୍ରାୟତଃ ପର୍ବତ ଆରୋହୀଙ୍କ ମଧ୍ୟରେ ଦେଖାଯାଏ । ମାତ୍ର ହାପି ହାଇପୋକ୍ସିଆ ଏହି ସ୍ଥିତିରୁ ବହୁତ ଅଲଗା ଅଟେ । ଦି ନ୍ୟୁୟର୍କ ଟାଇମ୍ସରେ ଆମେରିକୀୟ ଡାକ୍ତର ରିଚାର୍ଡ ଲେଭେଣ୍ଟନ, ହାପି ହାଇପୋକ୍ସିଆ ଲକ୍ଷଣ ଦେଖା ଯାଉଥିବା ରୋ-ଗୀଙ୍କ ସହ ନିଜ ଅନୁଭୂତିକୁ ଏକ ସଂପାଦକୀୟରେ ଲେଖିଥିଲେ ।

ତାଙ୍କ ଅନୁସାରେ ଗମ୍ଭୀର କ-ରୋ-ନା ରୋ-ଗୀଙ୍କ ଠାରେ ଏହି ହାପି ବା ସାଇଲେଣ୍ଟ ହାଇପୋକ୍ସିଆ ସ୍ଥିତି ଦେଖିବାକୁ ମିଳୁଛି । ଏଥିରେ ରୋ-ଗୀର ଅକ୍ସିଜେନ୍ ସ୍ଥର ତୀବ୍ର ଭାବେ ହ୍ରାସ ପାଏ, ମାତ୍ର ସାଧାରଣ ରୋ-ଗୀଙ୍କ ପରି ଏହାକୁ ଅନୁଭବ କରି ହୁଏ ନାହିଁ । ହାପି ହାଇପୋକ୍ସିଆ ସ୍ଥିତିରେ ରୋ-ଗୀ କୌଣସି ପ୍ରକାର ଅସୁବିଧାରେ ଥିବା ଦେଖା ଯାଏ ନାହିଁ । ତେବେ ଏଥି ପ୍ରତି ସଚେତନ ରହିବା ଅକ୍ସିମିଟରରେ ଅକ୍ସିଜେନ୍ ସ୍ଥର ଲଗାତାର ମାପିବା ଅତ୍ୟନ୍ତ ଜରୁରୀ ଅଟେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।