ସାଧାରଣତଃ ଅନେକ ପିଲା ବହୁତ ସମୟ ପାଠ ପଢିଥାନ୍ତି ସତ କିନ୍ତୁ ତାହା ସେତେ ଭଲ ମନେ ରୁହେ ନାହିଁ ପରୀକ୍ଷାରେ ମଧ୍ୟ ଭଲ ନମ୍ବର ଆସି ନଥାଏ । ଆଉ ଅନ୍ୟପଟେ ତାଙ୍କଠୁ କମ୍ ପଢିଥିବା ପିଲାର ଭଲ ନମ୍ବର ଆସିଥାଏ । ତେବେ ଚାଲନ୍ତୁ ଜାଣିବା କଣ ସେହି କାରଣ ଯାହା ଆପଣଙ୍କ ପାଠପଢାରେ ବାଧା ସୃଷ୍ଟି କରିଥାଏ । ଆପଣଙ୍କର ବା ଆପଣଙ୍କ ପିଲାର ଯଦି ପାଠ ମନେ ରହୁ ନାହିଁ ଆଉ ଆପଣ ଶୀଘ୍ର ପାଠ ମନେ ରଖିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଆପଣେଇ ଦେଖନ୍ତୁ ।
ପ୍ରଥମରେ ହେଉଛି ପାଠପଢାରେ ବ୍ଯବଧାନ । କେତେକ ପିଲା ଥାନ୍ତି ଯେଉଁମାନେ ନିୟମିତ ଅଧ୍ୟୟନ କରନ୍ତି ନାହିଁ, କେବଳ ପରୀକ୍ଷା ସମୟରେ କିମ୍ବା ପରୀକ୍ଷାର କିଛି ଦିନ ପୂର୍ବରୁ ହିଁ ପାଠ ପଢନ୍ତି । ଯାହା ସେମାନଙ୍କ ପାଠପଢା ଇଚ୍ଛା ଶକ୍ତି ଓ ସ୍ମରଣ ଶକ୍ତିକୁ ପ୍ରଭାବିତ କରିଥାଏ । ଆଉ କେତେକେ ପିଲା ଆଜିକାଲି ଅନେକ ସମୟ ଧରି ଫୋନରେ ଗେମ୍ ଖେଳିବାକୁ ପସନ୍ଦ କରୁଛନ୍ତି । ଖେଳିବା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ । କିନ୍ତୁ ଯଦି ଆପଣ ଆବଶ୍ୟକ ଠାରୁ ଅଧିକ ଖେଳିବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ।
ତା ସହିତ ଏହା ଆପଣଙ୍କ ପାଠପଢାରେ ମଧ୍ୟ ଖୁବ ବାଧା ସୃଷ୍ଟି କରିଥାଏ । ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେବାର ଆଉ ଏକ କାରଣ ହେଉଛି ଅଳସୁଆପଣ । ଯେଉଁ ପିଲାଙ୍କର ଆପଣଙ୍କ ଠାରୁ ଅଧିକ ନମ୍ବର ବା ମାର୍କ ଆସିଥାଏ, ସେମାନେ ଆପଣଙ୍କ ଠାରୁ ଅଧିକ ବୁଦ୍ଧିମାନ ବୋଲି ଭାବନ୍ତୁ ନାହିଁ । ସେମାନଙ୍କର ସବୁଠୁ ଭଲ ଗୁଣ ହେଉଛି ସେମାନେ ଅଳସୁଆ ନ ହୋଇ ଲଗାତାର ପାଠ ପଢନ୍ତି । ଆଉ ସବୁଠୁ ବଡ କଥା ହେଲା ସେମାନେ ସବୁ ପାଠକୁ ସମୟ ଅନୁସାରେ ଶେଷ କରନ୍ତି ।
ଆପଣ ଯଦି ଆରମ୍ଭରୁ ଏହି ଅଭ୍ଯାସ ରଖିବେ ତେବେ ଆପଣଙ୍କୁ ସଫଳ ହେବାରେ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ସବୁ କାର୍ଯ୍ୟ ସମୟରେ କରି ପାଠ ଠିକ ସମୟରେ ଶେଷ କରିବାକୁ ଚେଷ୍ଟା କରନ୍ତୁ । କେତେକେ ପିଲା ଯେତେ ଇଚ୍ଛା କଲେ ମଧ୍ୟ ସେମାନଙ୍କର ପାଠପଢାରେ ମନ ଲାଗେ ନାହିଁ । ଏଥିପାଇଁ ଦୈନିକ ୨୦ ରୁ ୩୦ ମିନିଟ ଯୋଗ କରନ୍ତୁ । ଏହାଦ୍ବାରା ଆପଣ ପାଠପଢାରେ ମନ ଲଗାଇ ପାରିବେ ।
ପାଠ ପଢିବା ସମୟରେ ପାଖରେ ମୋବାଇଲ ଫୋନ ଓ ଗେମ୍ ଆଦି ରଖନ୍ତୁ ନାହିଁ । ଏଥିଦ୍ଵାରା ଆପଣଙ୍କ ମନ ପାଠରେ ବିଲକୁଲ ଲାଗିବା ନାହିଁ । ସେଥିପାଇଁ ପଢିବା ସମୟରେ ଆପଣଙ୍କ ଧ୍ୟାନ ନଷ୍ଟ କରୁଥିବା ଜିନିଷ ଗୁଡିକୁ ନିଜଠୁ ଦୂରେଇ ରଖନ୍ତୁ । ଯଥା ସମ୍ଭବ ସକାଳ ସମୟରେ ପାଠ ପଢିବାକୁ ଚେଷ୍ଟା କରନ୍ତୁ । ଏହି ସମୟ ପାଠ ମନେ ରଖିବାର ସବୁଠୁ ଉତ୍ତମ ସମୟ ଅଟେ । ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ, ଏହା ମଧ୍ୟ ପାଠପଢାରେ ଖୁବ ସାହାଯ୍ୟ କରେ ।
ଆପଣ ଯାହା ପଢୁଛନ୍ତି ତାକୁ ଥରେ ଦୁଇ ଥର ଲେଖନ୍ତୁ । ଏହାଦ୍ବାରା ଆପଣଙ୍କର ପାଠ ଶୀଘ୍ର ମନେ ରହିବ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।