ତ୍ଵଚାରେ ଚମକ ପାଇଁ କ’ଣ ଖାଇବେ ? ଦେଖନ୍ତୁ Dietician Niharika Dash କ’ଣ କହୁଛନ୍ତି

ଆଜିର ବ୍ୟସ୍ତ ବହୁଳ ଜୀବନଶୈଳୀ, ଅସ୍ଵାସ୍ଥ୍ୟକର ଖାଦ୍ୟପେୟ ଓ ନିଦ୍ରାରେ ଅନିୟମିତତା ଯୋଗୁଁ ଅନେକ ପ୍ରକାରା ରୋଗ ସହ ତ୍ଵଚା ଜନିତ ସମସ୍ଯା ମଧ୍ୟ ଦେଖିବାକୁ ମିଳୁଛି । ଖାସ କରି ଯୁବପିଢି ତ୍ଵଚା ସମସ୍ଯାକୁ ନେଇ ଖୁବ ଚିନ୍ତିତ ରହୁଛନ୍ତି । ସନ୍ତୁଳିତ ଓ ନିୟମିତ ଜୀବନଶୈଳୀ ସହ ସଠିକ ଖାଦ୍ୟପେୟ ଅଭ୍ୟାସ ମଧ୍ୟ ଆପଣଙ୍କ ତ୍ଵଚା ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଚାଳନ୍ତୁ ଜାଣିବା ଡାଏଟିସିଆନ ନିହାରିକା ଦାଶଙ୍କ ଠାରୁ, ତ୍ଵଚାକୁ ସୁସ୍ଥ ଓ ଚମକଦାର ରଖିବା ପାଇଁ କେଉଁ ଭଳି ଡାଏଟ ନେବା ଉଚିତ ।

ଆପଣଙ୍କ ତ୍ଵଚାକୁ ସୁସ୍ଥ ଏବଂ ଉଜ୍ଵଳ ରଖିବାକୁ ସଠିକ ଖାଦ୍ଯ ଖାଇବା ନିହାତି ଜରୁରୀ ଅଟେ । ଖାସ ଝିଅ ଏବଂ ପୁଅଙ୍କର ବୟସ ବଢିବା ସହ ଯୁବାବସ୍ଥାରେ ପାଦ ଦେବା ବେଳକୁ ମୁହଁରେ ବ୍ରଣ ହେବାର ଦେଖା ଯାଇଥାଏ । ଅସନ୍ତୁଳିତ ହରମୋନ ଯୋଗୁଁ ବିଶେଷ କରି ଝିଅ ମାନଙ୍କର ଅଧିକ ବ୍ରଣ ହେବାର ଦେଖାଯାଏ । ଆଜିକାଲି ଏହା ଏକ ସାଧାରଣ ସମସ୍ଯା ହୋଇଗଲାଣି । ସେଥିପାଇଁ ତ୍ଵଚାକୁ ନେଇ ଅନେକ ଯୁବା ଯୁବତୀ ଖୁବ ଚିନ୍ତିତ ରୁହନ୍ତି । ତ୍ଵଚାକୁ ପରିଷ୍କାର ଏବଂ ଚମକଦାର କରିବାକୁ ଅନେକ ପ୍ରକାର ପ୍ରୟାସ କରନ୍ତି ।

ତେବେ ଡାଇଟିସିଆନ ନିହାରିକା ଦାଶଙ୍କ ଅନୁଯାୟୀ, ତ୍ଵଚକୁ ସୁସ୍ଥ, ସୁନ୍ଦର ଓ କୋମଳ ରଖିବାକୁ ହେଲେ ଆପଣଙ୍କୁ ଉଚିତ ଖାଦ୍ଯାଭ୍ଯାସ କରିବାକୁ ପଡିବ । କେବଳ ଏତିକି ନୁହେଁ ଏଥିପାଇଁ ଏକ୍ସରସାଇଜ ଓ ଖାସ କରି ଷ୍ଟ୍ରେସ ଫ୍ରି ମଧ୍ୟ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହାସହ ଉଚିତ ସମୟରେ ନିଦ୍ରା ଯିବାକୁ ହେବ ଓ ବିଶେଷ କରି ଆପଣଙ୍କ ଶରୀରକୁ ହାଇଡ୍ରେଟେଡ ରଖିବାକୁ ପଡିବ । ଏଥିପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବା ମଧ୍ୟ ନିହାତି ଆବଶ୍ୟକ ଅଟେ ।

ଏହାସହ ସାଇଟ୍ରିକ ଖାଦ୍ୟ ଯଥା ଭିଟାମିନ-ସି ଏବଂ ଭିଟାମିନ-ଇ ଜାତୀୟ ଖାଦ୍ଯ ଆପଣଙ୍କ ଡାଏଟରେ ସଠିକ ପରିମାଣରେ ସାମିଲ କଲେ ଏବଂ କେମିକାଲ ରୁ ନିଜ ତ୍ଵଚାକୁ ଦୂରେଇ ରଖିପାରିଲେ ଆପଣଙ୍କ ତ୍ଵଚା ନିଶ୍ଚୟ ଚମକିବାକୁ ଲାଗିବ । ପ୍ରତ୍ଯେକ ଦିନ ପ୍ରଚୁର ମାତ୍ରାରେ ପାଣି ପିଇବା ସହ ସକାଳୁ ଶୀଘ୍ର ଉଠି ବ୍ୟାୟାମ ନିଶ୍ଚୟ କରନ୍ତୁ ।

ରାତିରେ ଶୀଘ୍ର ନିଦ୍ରା ଯାଆନ୍ତୁ ଓ ପ୍ରତ୍ଯେକ ଦିନ ୬ ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଏହାସହ ବାହାରର ଜଙ୍କ ଫୁଡ, ପ୍ରୋସେସ ଫୁଡ ଓ ସୁଗାର ଜାତୀୟ ଖାଦ୍ଯ ଯେତେ ସମ୍ଭବ କମ ଖାଆନ୍ତୁ । ସେହିପରି ଲୁଣ ଏବଂ ଲୁଣ ଜାତୀୟ ଖାଦ୍ୟ ମଧ୍ୟ ବହୁତ କମ ପରିମାଣରେ ଖାଇଲେ ମଧ୍ୟ ଆପଣଙ୍କ ତ୍ଵଚା ଆପେ ଚମକିବ । ସେମିତି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ନାହିଁ ଯାହା ଖାଇଲେ ଆପଣଙ୍କ ତ୍ଵଚା ଗ୍ଲୋ କରିବାକୁ ଲାଗିବ ।

କିନ୍ତୁ ଆପଣ ଯଦି ସନ୍ତୁଳିତ ଭୋଜନ ଗ୍ରହଣ କରିବେ ଏବଂ ନିଜକୁ ସବବେଳେ ହାଇଡ୍ରେଟେଡ ରଖିବେ ତେବେ ନିଶ୍ଚୟ ସୁଫଳ ପାଇବେ । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍କୁ ଲାଇକ କରନ୍ତୁ ।