ପାଟଶାଢୀ ବାହାନାରେ ମହିଳାଙ୍କ ଠାରୁ ଠକିନେଲେ ହଜାର ହଜାର ଟଙ୍କା, ଶୁଣନ୍ତୁ କଣ କହୁଛନ୍ତି ଏହି ମହିଳା ଜଣକ

ଅନଲାଇନ ଶାଢୀ ବ୍ୟବସାୟ କରୁଥିବା ଜଣେ ମହିଳା ଠକେଇର ଶିକାର ହୋଇଛନ୍ତି । ଅନ୍ୟ ଜଣେ ବ୍ୟବସାୟୀ ମହିଳା ତାଙ୍କ ସହ ଠକେଇ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି । ମହିଳା ଜଣକଙ୍କ କହିବା ମୁତାବକ ସେ କୋଭିଡ ପରଠାରୁ ଅନଲାଇନରେ ଶାଢୀ ବ୍ୟବସାୟ ଆରମ୍ଭ କରିଥିଲେ । ସେ ହ୍ଵାଟ୍ସଆପ୍ ଓ ଫେସବୁକ ଆଦିରେ ଶାଢୀ ଗୁଡିକର ଫଟୋ ପୋଷ୍ଟ କରନ୍ତି ଓ ଯେଉଁମାନେ କିଣିବା ପାଇଁ ଆଗ୍ରହୀ ସେମାନଙ୍କୁ ଶାଢୀ ପଠାନ୍ତି । ସୋସିଆଲ ମିଡିଆରୁ କଣ୍ଟାକ୍ଟ ନମ୍ବର ଆଣି ସେ ଏହିପରି ଶାଢୀ ବିକନ୍ତି ।

ତେବେ ଚଳିତ ବର୍ଷ ସାବିତ୍ରୀ ବେଳେ ତାଙ୍କୁ ବିକିବା ପାଇଁ କିଛି ପାଟଶାଢୀ ଦରକାର ଥିଲା । ସୋସିଆଲ ମିଡିଆରେ ଅନ୍ୟ ଜଣେ ମହିଳା ତାଙ୍କୁ ପାଟଶାଢୀ ଓ କିଛି କଟନ ଶାଢୀ ମଧ୍ୟ ଦେବେ ବୋଲି କହିଥିଲେ । ସେଥିପାଇଁ ପ୍ରଥମେ ଟଙ୍କା ପଠାଇବାକୁ ପଡିବ ସେ ସେହି ଅନ୍ୟ ମହିଳାଙ୍କୁ ସମୁଦାୟ ୩୩,୧୦୦/- ଟଙ୍କା ପଠାଇଥିଲେ । ପଇସା ପରେ ଶାଢୀ ପଠାଇ ଦେବେ କହି ସେ କଥା ଦେଇଥିଲେ ।

ହେଲେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ସେ ଶାଢୀ ପାଇ ନଥିଲେ । ଏପରିକି ମହିଳା ଜଣକ ତାଙ୍କୁ ସବୁ ସୋସିଆଲ ମିଡିଆରେ ବ୍ଲକ କରି ଦେଇଥିଲେ । ହେଲେ ଶାଢୀ ବ୍ୟବସାୟ କରୁଥିବା ମହିଳା ଟ୍ରୁକଲର ଆପ୍ ରୁ ତାଙ୍କ ନାମ ଜାଣି ନେଇଥିଲେ । ତାଙ୍କର ସବୁ ସୋସିଆଲ ମିଡିଆ ଆକାଉଣ୍ଟ ଚେକ୍ କରିଥିଲେ ।

ଠକ ମହିଳା ଜଣକ ତାଙ୍କ ସହ ପୂର୍ବରୁ ହିନ୍ଦୀରେ କଥା ହୋଇଥିଲେ ଓ କହିଥିଲେ କି ମୁଁ ଓଡିଆ ହେଲେ ବି ବାହାରେ ରୁହେ ତେଣୁ ଭଲରେ ଓଡିଆ କହି ଆସେନି । କିନ୍ତୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦେଖିବା ପରେ ଜଣାପଡିଛି କି, ତାଙ୍କ ଘର କେଉଁଝର ଜିଲ୍ଲାରେ ଓ ସେ ଓଡିଆ ଝିଅ । ଶାଢୀ ବ୍ୟବସାୟୀ ମହିଳା ତାଙ୍କ ସ୍ଵାମୀଙ୍କ ନମ୍ବର ଏବଂ ସାଙ୍ଗଙ୍କ ନମ୍ବରରୁ ଠକ ମହିଳାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସମସ୍ତଙ୍କୁ ବ୍ଲକ କରି ଦେଇଛନ୍ତି ।

ସେ ଶାଢୀ ପଠାଉ ନାହାନ୍ତି କି ପଇସା ମଧ୍ୟ ଫେରସ୍ତ କରୁନାହାନ୍ତି । ଏନେଇ ବର୍ତ୍ତମାନ ଶାଢୀ ବ୍ୟବସାୟୀ ମହିଳା ଥାନାରେ ଏକ ଅଭିଯୋଗ ଆଣିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।