8 ଘଣ୍ଟା ଡ୍ଯୁଟି ପରେ ଖାଇବାକୁ ମିଳୁଛି ବାସୀ ରୁଟି ଆଉ ପାଣିଆ ଡାଲି, ଭିଡିଓରେ ଖାଇବା ଦେଖାଇ ସବୁ ପୋଲ୍ ଖୋଲିଦେଲେ ଏହି ପୋଲିସକର୍ମୀ, ଦେଖନ୍ତୁ video

ଖରା, ବର୍ଷା ଓ ଶୀତ ସବୁ ସହି ୮ ଘଣ୍ଟା ଲେଖାଏଁ ନିଜ କର୍ତ୍ତବ୍ୟ କରୁଛନ୍ତି କନେଷ୍ଟବଳ । ହେଲେ ୮ ଘଣ୍ଟାର ପରିଶ୍ରମ ପରେ ଖାଇବାକୁ ମିଳୁଛି ଶୁଖିଲା ରୁଟି ଆଉ ପାନିଆ ଡାଲି । ସେ ବି ବାସୀ ହୋଇଯାଇଛି । ଉତ୍ତର ପ୍ରଦେଶର ଫିରୋଦାବାଦ ଜିଲ୍ଲାରୁ ଏଭଳି ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । ପୋଲିସ ବାହିନୀର ଜଣେ କନେଷ୍ଟବଳ ଲାଇନରେ ଛିଡା ହୋଇ ଖାଇବା ଆଣିବା ପରେ ତାଙ୍କ ଥାଳିରେ ମିଳିଥିଲା ଶୁଖିଲା ରୁଟି ଆଉ ପାଣିଆ ଡାଲି । ଯାହାକୁ ନେଇ ଭିଡିଓ ମାଧ୍ୟମରେ କ୍ଷୋଭ ପ୍ରକାଶ କରିଛନ୍ତି କନେଷ୍ଟବଳ ।

ଆଉ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବାରମ୍ବାର ଏଭଳି ଅରୁଚିକର ଖାଦ୍ଯ ଦିଆ ଯାଉଥିବା ଅଭିଯୋଗ ଆଣିଛନ୍ତି କନେଷ୍ଟବଳ । ଏସଏସପି ଙ୍କ ଠାରୁ ନେଇ ଆରଆଇ ପର୍ଯ୍ୟନ୍ତ ସମସ୍ତଙ୍କ ଖାଦ୍ୟର ମାନ ଖରାପ ଥିବା ସେ କହିଛନ୍ତି । କିନ୍ତୁ ଦୁଃଖର କଥା କେହିବି ଏହା ଶୁଣୁନାହାନ୍ତି । ଯିଏ ରକ୍ଷକ ସାଜି ଛିଡା ହୁଅନ୍ତି ସେ ବି ଗଣ୍ଡେ ଭଲ ଖାଇବାକୁ ସଂଘର୍ଷ କରୁଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ ବି ଏମିତି ଖାଦ୍ଯ ଖାଇବାକୁ ମିଳୁଛି ।

ତଥାପି କେହି ଶୁଣୁନାହାନ୍ତି ତାଙ୍କ କଥା । ଆଲିଗଡର ମନୋଜ କୁମାର ନାମକ ଜଣେ କନେଷ୍ଟବଳଙ୍କ ଡ୍ଯୁଟି କୋର୍ଟରେ ପଡିଥିଲା । ଗୁରୁବାର ଦିନ ହଠାତ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଧରିଥିବା ଥାଳିକୁ ଦେଖାଇଥିଲେ । କ୍ରୋଧ ଆସୁଥିଲେ ବି ଆଖି ଛଳଛଳ କରି ସେ କହୁଥିଲେ, ୮ ଘଣ୍ଟା ଡ୍ଯୁଟି କରିବା ପରେ ଏମିତି ଖାଇବାକୁ ମିଳୁଛି ଆଜ୍ଞା ।

ଆପଣ ତା’ହେଲେ କୁହନ୍ତୁ ସ୍ୱାସ୍ଥ୍ୟ କେମିତି ଭଲ ରହିବ ? ଏସଏସପି ଆଶିଷ ତିୱାରୀଙ୍କୁ ଅଭିଯୋଗ କରିଥିଲି । ହେଲେ କିଛି ଲାଭ ମିଳିଲାନି । ଖାଇବା ଦେଖାଇ ମନୋଜ କୁମାର କାନ୍ଦିବାକୁ ଲାଗିଲେ । ଭାବୁକ ହୋଇ ସେ କହିଛନ୍ତି, ଏଠି ବହୁତ ଖରାପ ଖାଇବା ମିଳୁଛି । ଆକୁ କେମିତି ଖାଇବି ? ସେଥିପାଇଁ ଆପଣମାନଙ୍କ ନିକଟକୁ ନେଇ ଆସିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଦେଖନ୍ତୁ । ପୋଲିସଙ୍କୁ ପୁଷ୍ଟିକର ଖାଇବା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିପାଇଁ ଭତ୍ତା ବାବଦକୁ ୧୮୭୫ ଟଙ୍କା ବଢାଯାଇଛି । କିନ୍ତୁ ଏମିତି ଖାଇବାକୁ ମିଳୁଛି । କିଛି ସମୟ ଆଉ କିଛି ପୋଲିସ ଆସି ମନୋଜଙ୍କୁ ଗାଡିରେ ବସେଇ ସେଠାରୁ ନେଇ ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।