ନବ ବିବାହିତଙ୍କ ପାଇଁ ସରକାରଙ୍କ ନୂଆ ସ୍କିମ୍, ଏଥର ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର, ଜାଣନ୍ତୁ କେଉଁମାନଙ୍କୁ ଓ କିପରି ଏହି ଗିଫ୍ଟ ଦିଆଯିବ

ବିବାହରେ ସମସ୍ତେ ଉପହାର ପାଇଥାନ୍ତି । ବାହାଘରକୁ ନିମନ୍ତ୍ରିତ ଲୋକମାନେ ନବ ବିବାହିତଙ୍କ ପାଇଁ ଗିଫ୍ଟ ନେଇ ଯାଇଥାନ୍ତି । ତେବେ ନବ ବିବାହିତଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ସରକାର ଏକ ନୂଆ ସ୍କିମ ଆଣି ଆସିଛନ୍ତି । ଏହି ସ୍କିମ ମାଧ୍ୟମରେ ନବ ବିବାହିତଙ୍କୁ ବାହାଘର ଗିଫ୍ଟ ଦେବେ ସରକାର । ବାହାଘରରେ କେବଳ ନିମନ୍ତ୍ରିତ ଲୋକ ଗିଫ୍ଟ ଦେଉଥିବା ଆପଣ ଜାଣିଥିବେ । ତେଣୁ ଭାବୁଥିବେ କି ସରକାର ଆପଣଙ୍କ ବାହାଘରରେ କାହିଁକି ଗିଫ୍ଟ ଦେବେ ।

ତେବେ କହିବାକୁ ଗଲେ ସରକାର ଏଣିକି ମାଗଣାରେ ଗର୍ଭ ନିରୋଧକ ବା କଣ୍ଡୋମ ବାଣ୍ଟିବେ । ନବ ବିବାହିତା ମାନଙ୍କୁ ଏଭଳି ଏକ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଦିଆଯିବ ଏଭଳି ସ୍ଵତନ୍ତ୍ର ଉପହାର । ଆମ ରାଜ୍ୟ ଓଡିଶା ଭାରତବର୍ଷର ପ୍ରଥମ ରାଜ୍ୟ ଭାବେ ଏଭଳି ଏକ ଯୋଜନା ଆରମ୍ଭ କରିବାକୁ ଯାଉଛି ।

ସରକାରଙ୍କ ଏହି ଉପହାର ପ୍ଯାକେଟରେ କଣ୍ଡୋମ, ଓରାଲ କଣ୍ଟ୍ରାସେପ୍ଟିକ ପିଲ୍, ପ୍ରେଗନେନ୍ସି ଟେଷ୍ଟିଙ୍ଗ କିଟ୍ ସହ ପରିବାର ନିୟୋଜନ ସମ୍ପର୍କରେ ସୂଚନା ଥିବା ଏକ ପୁସ୍ତକ ମଧ୍ୟ ରହିବ । ଏହାସହ ବିବାହ ପଞ୍ଜୀକରଣ ଫର୍ମ , ଟାୱେଲ, ଆଇନା, ପାନିଆ ଭଳି ଦରକାରୀ ଜିନିଷ ବି ରହିବ । ଏହି ଯୋଜନା ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି ।

ନ୍ୟାସନାଲ ରୁରାଲ ହେଲଥ ମିଶନ ବା NRHM ଜରିଆରେ ଏହି ଉପହାରକୁ ନବ ଦମ୍ପତ୍ତିଙ୍କ ପାଖକୁ ପଠାଯିବ । ତେବେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏକ ରୋଡ୍ ମ୍ୟାପ ମଧ୍ୟ ପ୍ରସ୍ତୁତ ସରିଛି । ଜିଲ୍ଲା ଓ ବ୍ଲକ ସ୍ତରରେ ଏହି ଉପହାର ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ପ୍ରତିନିଧି ହିସାବରେ ଯେଉଁ ଆଶାକର୍ମୀ ତଥା ସ୍ୱାସ୍ଥ୍ୟକର୍ମୀ ମାନେ ରହିଛନ୍ତି ସେମାନେ ଆପଣଙ୍କ ବାହାଘରକୁ ଯାଇ ଏହି ଗିଫ୍ଟ ଦେବେ ।

କେବଳ ଗ୍ରାମ ମାନଙ୍କରେ ନୁହେଁ ଉଭୟ ଗାଁ ଏବଂ ସହରରେ ସରକାରଙ୍କ ଦ୍ଵାରା ନବ ବିବାହିତ ମାନଙ୍କୁ ଏହି ଗୁଫ୍ଟ ବଣ୍ଟନ କରାଯିବ । ଆସନ୍ତା ସେପ୍ଟେମ୍ବର ଠାରୁ ଏହି ସ୍କିମ କାର୍ଯ୍ୟକାରୀ ହେବ ବୋଲି ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।