ପାଣି ପିଇବାର ସଠିକ ଉପାୟ, 21ଦିନ ଏହି ପ୍ରକାରରେ ପାଣି ପିଇଲେ ଶରୀରରେ ଯାହା ହେବ ଆପଣ ଭାବିବି ନଥିବେ, ଜାଣନ୍ତୁ

ସାଧାରଣତଃ ଆମେ ଭାବୁ କି ଆମେ ଯେତେବେଳେ ଚାହିଁବୁ, ଯେତେ ମାତ୍ରାରେ ଚାହିଁବୁ ପାଣି ପିଇ ପାରିବୁ । କିନ୍ତୁ ଏହା ବିଲକୁଲ ଭୁଲ ଅଟେ କାରଣ ପାଣି ଦେଖିବାକୁ ଯେତେ ସାଧାରଣ ଲାଗିଥିଲେ ମଧ୍ୟ ଏହା ଆମ ଶରୀରର ସବୁ ଅଙ୍ଗକୁ ଠିକ ଭାବରେ କାମ କରିବା ପାଇଁ ଓ ଶରୀରରେ ତିଆରି ହେଉଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ପେଟ ଠାରୁ ତ୍ଵଚ୍ଚା ପର୍ଯ୍ୟନ୍ତ ଓ ଓଜନ ବଢାଇବା ଠୁ ଓଜନ କମାଇବା ପର୍ଯ୍ୟନ୍ତ ପାଣିର ଭୂମିକା ଅଧିକ ଥାଏ । ଏଥିପାଇଁ ପାଣିର ଠିକ ମାତ୍ରା ଓ ଏହାକୁ ପିଇବାର ଠିକ ସମୟ ଓ ପାଣିକୁ କେଉଁ ପ୍ରକାରରେ ପିଇଲେ କଣ କଣ ଲାଭ ହୋଇଥାଏ ଓ କଣ କଣ କ୍ଷତି ହୋଇଥାଏ ।

Image courtesy: Google

ଏହି ବିଷୟରେ ଯଦି ଆପଣଙ୍କୁ ଜଣା ନଥାଏ ତେବେ ବ୍ୟକ୍ତି ଯେତେ ଭଲ ଜିନିଷ ଖାଇଲେ ମଧ୍ୟ ତାର ଠିକ ଫାଇଦା ଶରୀରକୁ ମିଳିନଥାଏ ଓ ଯାହା କାରଣରୁ ଭବିଷ୍ୟତରେ ବହୁତ ହେଲ୍ଥ ପ୍ରୋବ୍ଲେମ ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ପାଣି ଆମ ପାଇଁ ଜରୁରୀ କାହିଁକି ଅଟେ, ପାଣି ପିଇବାର ଠିକ ସମୟ ଓ ଠିକ ଉପାୟ ଓ ଏହା ଦ୍ଵାରା ମିଳୁଥିବା ଫାଇଦା ବିଷୟରେ ।

Image courtesy: Google

ଆମ ଶରୀରରେ 60-70% ପାଣି ଥାଏ । ଆମେ ପିଉଥିବା ପାଣି ଆମ ଶରୀରର ସବୁ ଆଭ୍ୟନ୍ତରୀଣ ଅଙ୍ଗ ଯେମିତି କିଡନୀ, ଲିଭର, ଫୁସଫୁସ, ପାଚନ ତନ୍ତ୍ର ଓ ଶରୀରର ପ୍ରାୟତଃ ସବୁ ଅଙ୍ଗକୁ ଠିକ ଭାବରେ କାମ କରିବାରେ ଓ ଶରୀରର କୋଶିକାଗୁଡିକୁ ଜୀବିତ ରଖିବାରେ ବ୍ୟବହୃତ ହୋଇଥାଏ ।

Image courtesy: Google

ଶରୀରରେ ପାଣିର ଅଭାବ ହେଲେ ପରିସ୍ରା ର ରଙ୍ଗ ହଳଦିଆ ହୋଇଯାଇଥାଏ । ପାଚନ ଶକ୍ତି କମଜୋର ହୋଇଥାଏ, ତ୍ଵଚ୍ଚା ଶୁଷ୍କ ହୋଇଯାଇଥାଏ । ଏଥିପାଇଁ ପ୍ରତିଦିନ ପାଣିକୁ ଏକ ନିୟମିତ ମାତ୍ରାରେ ପିଇବା ବହୁତ ଜରୁରୀ ହୋଇଥାଏ । ପାଣିରେ 0% କ୍ୟାଲୋରି ଥିଲେ ମଧ୍ୟ ଏହା ଆମ ଶରୀରକୁ ହାଇଡ୍ରେଟ କରି ଶରୀରରୁ ସବୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ସ୍କିନ ସଫା ରଖିଥାଏ, ସ୍ମରଣ ଶକ୍ତି, ପାଚନ କ୍ରିୟା, ଆଖି, ହାଡ ଓ ହାରାହାରି ସବୁ ଅଙ୍ଗକୁ ଠିକ ଭାବରେ କାମ କରିବା ରେ ପାଣି ବହୁତ ସାହାର୍ଯ୍ୟ କରିଥାଏ ।

ଗୋଟିଏ ବ୍ୟକ୍ତି ଗୋଟିଏ ଦିନରେ କେତେ ପାଣି ପିଇବା ଆବଶ୍ୟକ ଏହା ସେହି ବ୍ୟକ୍ତିର ସ୍ୱାସ୍ଥ୍ୟ, ସେ ଯେଉଁଠି ରହେ ସେଠାକାର ପାଗ, ତାର ଓଜନ ଓ ତାର ଫିଜିକାଲ ଆକ୍ଟିଭିଟି ଉପରେ ନିର୍ଭର କରିଥାଏ କିନ୍ତୁ ଏକ ସାଧାରଣ ବ୍ୟକ୍ତି କୁ ଗୋଟିଏ ଦିନରେ 2.5-3 ଲିଟର ବା 8-12 ଗ୍ଳାସ ପାଣି ନିଶ୍ଚୟ ପିଇବା ଆବଶ୍ୟକ ଓ ଗରମ ଦିନରେ ଅଧିକ ଝାଳ ବୋହିବା କାରଣରୁ ପାଣିର ମାତ୍ରା ବଢାଇବା ଆବଶ୍ୟକ । ଅତ୍ୟଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ଆମ କିଡନୀ ର କାମ ବଢିଯାଇଥାଏ ଓ ରକ୍ତରେ ସୋଡିୟମ ଲେଭଲ କମ ହେବାର ଚାନ୍ସ ଅଧିକ ଥାଏ ।

କିଛି ଲୋକଙ୍କୁ ଲାଗେ ପାଣିକୁ ଯେତେବେଳେ ଯେମିତି ବି ଆମେ ପିଇ ପାରିବା କିନ୍ତୁ ଏହା ଭୁଲ ଅଟେ । ପାଣି ସବୁବେଳେ ବସିକି ଧୀରେ ଧୀରେ ପିଇବା ଆବଶ୍ୟକ ଯେମିତି କି ପାଣିକୁ 4-5 ସେକେଣ୍ଡ ପାଟିରେ ରଖି କୁଳକୁଳ କରି ପିଇବା ଆବଶ୍ୟକ ଏମିତି କରିବା ଦ୍ଵାରା ଆମ ପାଟିରେ ଥିବା ଲାଳ ବା ଆଲ୍କାହୀନ ପେଟକୁ ଯାଇ ଏସିଡ କମ କରିଥାଏ ଯାହା ଦ୍ଵାରା ପାଚନ ଶକ୍ତିକୁ ସାହାର୍ଯ୍ୟ ମିଳିଥାଏ । ଠିଆ ହୋଇ ଜଲ୍ଦି ଜଲ୍ଦି ପାଣି ପିଇବା ଦ୍ଵାରା ଆମ କିଡନୀ ତାକୁ ଠିକ ଭାବେ ଫିଲ୍ଟର କରିପାରେ ନାହିଁ ।

ଖାଦ୍ୟ ଖାଇବା ପୂର୍ବରୁ ବା ପରେ ଗ୍ଳାସ ଭରି ପାଣି ପିଇବା ବିଲକୁଲ ଠିକ ନୁହେଁ । ଏମିତି କରିବା ଦ୍ଵାରା ଏହା ଆମେ ଖାଇଥିବା ଖାଦ୍ୟକୁ ବହୁତ ପତଳା କରିଦେଇଥାଏ ଓ ପାଚକ ରସ ଠିକ ମାତ୍ରାରେ ବାହାରେ ନାହିଁ ଯାହା ପାଇଁ ପାଚନ କ୍ରିୟା କମଜୋର ହୋଇଥାଏ। ଏଥିପାଇଁ ପାଣି ସବୁବେଳେ ଖାଦ୍ୟ ଖାଇବାର 45ମିନିଟ-1 ଘଣ୍ଟା ପରେ ପିଇବା ଆବଶ୍ୟକ ।

ସକାଳେ ଖାଲି ପେଟରେ ପାଣି ପିଇବା ଦ୍ଵାରା ରାତିରେ ଆମ ପେଟରେ ଜମିଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଏଥିପାଇଁ 1-2 ଗ୍ଳାସ ପାଣି ଖାଲି ପେଟରେ, 1-1 ଗ୍ଳାସ କରି ପାଣି ଖାଦ୍ୟ ଖାଇବାର 45 ମିନିଟ ରୁ 1 ଘଣ୍ଟା ପରେ ବା ପୂର୍ବରୁ ପିଇବା ଆବଶ୍ୟକ । ରାତିରେ ପାଣି କମ ମାତ୍ରାରେ ପିଇବା ଆବଶ୍ୟକ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

1 thought on “ପାଣି ପିଇବାର ସଠିକ ଉପାୟ, 21ଦିନ ଏହି ପ୍ରକାରରେ ପାଣି ପିଇଲେ ଶରୀରରେ ଯାହା ହେବ ଆପଣ ଭାବିବି ନଥିବେ, ଜାଣନ୍ତୁ”

Comments are closed.