ପାଦର ଆଙ୍ଗୁଳି ଏହିପରି ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ, ଦେଖନ୍ତୁ କଣ କହୁଛି ଆପଣଙ୍କ ପାଦ ?

ପ୍ରତ୍ଯେକ ବ୍ୟକ୍ତିଙ୍କ ଶରୀରରେ କିଛି ନା କିଛି ଭିନ୍ନତା ରହିଥାଏ । ଶରୀରର ଆକୃତି ଅନୁସାରେ ବ୍ୟକ୍ତିଙ୍କ ଆଚାର ବ୍ୟବହାରରେ ମଧ୍ୟ ଭିନ୍ନତା ଦେଖା ଦେଇଥାଏ । ଶାସ୍ତ୍ରରେ ବ୍ୟକ୍ତିଙ୍କ ପାଦର ଆକୃତି ଅନୁସାରେ ତାଙ୍କ ବିଷୟରେ ଅନେକ କିଛି ଜାଣି ହୁଏ ବୋଲି ଉଲ୍ଲେଖ ରହିଛି । ତେବେ ଆଜି ଆମେ ଆପଣଙ୍କୁ କେଉଁ ପ୍ରକାର ଆକୃତିର ପାଦ ଥିବା ବ୍ୟକ୍ତିଙ୍କ ସ୍ଵଭାବ କିପରି ହୋଇଥାଏ ଓ ତାଙ୍କ ଭାଗ୍ୟ କିପରି ହୋଇଥାଏ ସେହି ବିଷୟରେ କହିବୁ । ଚାଲନ୍ତୁ ଆରମ୍ଭ କରିବା କରିବା ।

ଯଦି ଆପଣଙ୍କ ପାଦର ବୁଢା ଆଙ୍ଗୁଳି ପାଖରେ ଥିବା ଆଙ୍ଗୁଳି ସବୁଠାରୁ ବଡ ଓ ଶେଷ ଦୁଇ ଆଙ୍ଗୁଳି ସମାନ ହୋଇଥାନ୍ତି ତେବେ ଏହାକୁ ସେଣ୍ଟିକ ପାଦ ଥିବା ଆଙ୍ଗୁଳି କୁହାଯାଏ । ଏହିପରି ବ୍ୟକ୍ତି ବହୁତ ସାଧାରଣ ହୋଇଥାନ୍ତି ତାଙ୍କୁ ଜୀବନରେ ଖୁବ ସଫଳତା ମିଳିଥାଏ । କିନ୍ତୁ ସଫଳତା ମିଳିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡିଥାଏ । ଯେକୌଣସି ବିଷୟ ବୁଝିବାକୁ ଏମାନଙ୍କ ପାଖେ ଅଦ୍ଭୁତ ଶକ୍ତି ରହିଥାଏ ଓ ଏମାନେ କାଳ୍ପନିକ ଜୀବନ ବଞ୍ଚିବାକୁ ଭଲ ପାଆନ୍ତି ।

ଯେଉଁ ମାନଙ୍କର ଚାରୋଟି ଆଙ୍ଗୁଳି ସମାନ ଓ ବୁଢା ଆଙ୍ଗୁଳି ବଡ ଥାଏ ତାଙ୍କ ପାଦକୁ ଜର୍ମାନିକ ଆକୃତି ବୋଲି କୁହାଯାଏ । ଏମାନେ ଶାନ୍ତିପ୍ରିୟ ହେବା ସହ ଯେକୌଣସି କାର୍ଯ୍ୟକୁ ଭାବିଚିନ୍ତି କରିଥାନ୍ତି । ଏମାନଙ୍କୁ ଯାହାବି କାମ ଦେଲେ ତାହା କରିବାକୁ ଏମାନେ ତତ୍ପର ରହିଥାନ୍ତି ଓ ଏମାନଙ୍କ କାର୍ଯ୍ୟରେ ଆପଣଙ୍କୁ ଟିକେ ବି ଭୁଲ ଦେଖିବାକୁ ମିଳିବ ନାହିଁ । ଏମାନେ ନିଜ ଦାୟିତ୍ଵ ସର୍ବଦା ବୁଝିଥାନ୍ତି ଓ ରୋଜଗାର ଅଧିକ ହେଉ ବା କମ୍ ସବୁକିଛି ମ୍ୟାନେଜ କରିପାରନ୍ତି ।

ଯାହାଙ୍କ ପାଦର ମାଝି ଆଙ୍ଗୁଳି ଅନ୍ୟ ଆଙ୍ଗୁଳି ଠାରୁ ବଡ ହୋଇଥାଏ ଓ ଅନ୍ୟ ଆଙ୍ଗୁଳି ଗୁଡିକ ସମାନ ନହୋଇ ଛୋଟବଡ ରହିଥାଏ ଏମିତି ପାଦକୁ ଗ୍ରୀକ ଆକୃତି ବୋଲି କୁହାଯାଏ । ଏମାନେ ବହୁତ ଚତୁର ଓ ବୃଦ୍ଧିମାନ ହୋଇଥାନ୍ତି ଏବଂ ଅଧିକ କଥାବାର୍ତ୍ତା ହେବାକୁ ଭଲ ପାଆନ୍ତି ନାହିଁ । ଏମାନେ ନିଜର ଭଲକାମ ଓ ଦକ୍ଷତାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାନ୍ତି । ସମାଜ ଓ ପରିବାରରୁ ଏମାନଙ୍କୁ ସଂପୂର୍ଣ୍ଣ ସମ୍ମାନ ମିଳିଥାଏ ।

ଯେଉଁ ବ୍ୟକ୍ତିଙ୍କ ବୁଢା ଅଙ୍ଗୁଳି ଠାରୁ ଛୋଟ ଆଙ୍ଗୁଳି ପର୍ଯ୍ୟନ୍ତ ସମସ୍ତ ଆଙ୍ଗୁଳି ବଦାରୁ ଛୋଟ ହୋଇ ରହିଥାଏ, ଏପରି ପାଦକୁ ଇଜିପ୍ଟସିଆନ କୁହାଯାଏ । ଏମାନଙ୍କୁ ସାମାଜିକ କାର୍ଯ୍ୟ କରିବା ପାଇଁ ବେଶ ପସନ୍ଦ ହୋଇଥାଏ । ଏମାନଙ୍କ ବାନୀରେ ଚତୁରତା ଦେଖିବାକୁ ମିଳେ । ଏମାନେ ସର୍ବଦା ଖୁସି ରହିବା ଯୋଗୁଁ କୌଣସି ଅଚିହ୍ନା ଲୋକଙ୍କ ସହ ମଧ୍ୟ ସହଜରେ ମିତ୍ରତା କରି ଦେଇଥାନ୍ତି । ଏମାନଙ୍କୁ ନୂଆ ନୂଆ ବ୍ୟକ୍ତିଙ୍କ ସହ କଥା ହେବା ଓ ଆଇଡିଆ ଶେୟାର କରିବା ଭଲ ଲାଗିଥାଏ ।

ଯେଉଁ ବ୍ୟକ୍ତିଙ୍କ ପାଦର ବୁଢା ଆଙ୍ଗୁଳିର ପାଖ ଦୁଇ ଆଙ୍ଗୁଳି ସମାନ ରହିଥାଏ ତେବେ ସେହି ପାଦକୁ ରୋମାନ ପାଦ ବୋଲି କୁହାଯାଏ । ଏମାନେ ବୁଦ୍ଧିମାନ ହେବା ସହ ଆତ୍ମବିଶ୍ବାସୀ ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟରେ କମ୍ ପରିଶ୍ରମ କରି ଅଧିକ ସଫଳତା ପାଇ ଥାଆନ୍ତି ଓ ସବୁ କାର୍ଯ୍ୟକୁ ସମ୍ପନ୍ନ କରିବାରେ ଦକ୍ଷତା ରଖିଥାନ୍ତି । ଏମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।