ଭୃସଙ୍ଗ ପତ୍ରର ଉପକାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ଭଲ କରିପାରେ ଏହିସବୁ ଭୟଙ୍କର ରୋଗ (Benefits of Curry Leaves)

ଭୃସଙ୍ଗ ପତ୍ରର ବ୍ୟବହାର ଖାଦ୍ଯର ସ୍ଵାଦ ବଢାଇବା ପାଇଁ କରା ଯାଇଥାଏ । କିନ୍ତୁ ଏହାକୁ ଅନେକ ଲୋକ ସାଧାରଣ ପତ୍ର ବୋଲି ଭାବନ୍ତି କାରଣ ଏହାର ଉପକାରିତା ବହୁତ କମ୍ ଲୋକଙ୍କୁ ଜଣାଅଛି । ଆୟୁର୍ବେଦ ଅନୁଯାୟୀ ଭୃସଙ୍ଗ ପତ୍ର ଅନେକ ପୋଷକତ୍ଵତ୍ତ୍ଵରେ ତଥା ଔଷଧୀୟ ଗୁଣରେ ଭରପୁର ଅଟେ । ଏହା ଅନେକ ରୋଗକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ କ୍ୟାନସର ଭଳି ରୋଗ ଭଲ ହେବାର ମଧ୍ୟ କ୍ଷମତା ରହିଛି । ତେବେ ଚାଲନ୍ତୁ ଜାଣିବା ଭୃସଙ୍ଗ ପତ୍ରର ଉପକାରିତା ବିଷୟରେ ।

ଯେଉଁ ମାନଙ୍କର ହାଇ କୋଲେଷ୍ଟ୍ରୋଲର ସମସ୍ଯା ରହିଛି ସେମାନେ ଭୃସଙ୍ଗ ପତ୍ରର ସେବନ କରିବା ଅତ୍ୟନ୍ତ ଲାଭଦାୟକ ଅଟେ । କାରଣ ଏହା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରୋଲ ସ୍ତରକୁ କମ୍ କରିବାରେ ସାହାଯ୍ୟ କରିଥାଏ । ସେହିଅପରି ହୃଦ ଜନିତ ରୋଗ ଥିବା ଲୋକଙ୍କ ପାଇଁ ମଧ୍ୟ ଭୃସଙ୍ଗ ପତ୍ର ସେବନ କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣଙ୍କର କେଶ ଅତ୍ୟଧିକ ମାତ୍ରାରେ ଉପୁଡୁଛି ତେବେ ଭୃସଙ୍ଗ ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ ।

ଏହାଦ୍ବାରା ଆପଣଙ୍କ କେଶ ଲମ୍ବା, ଘନ ଓ ଚମକଦାର ହୋଇଥାଏ । ଏହା ସେବନ କରିବା କେହ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଯାଏ । ଯଦି ଆପଣଙ୍କର ବ୍ଲଡ଼ ସୁଗାର ଭଳି ସମସ୍ୟା ଅଛି ତେବେ ନିହାତି ଭାବେ ଭୃସଙ୍ଗ ପତ୍ରର ସେବନ କରନ୍ତୁ । ଏହା ଆପଣଙ୍କ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଚମତ୍କାରୀ ଔଷଧ ଭାବେ କାର୍ଯ୍ୟ କରିଥାଏ ।

ପେଟ ତଥା ଲିଭର ପାଇଁ ମଧ୍ୟ ଭୃସଙ୍ଗ ପତ୍ର ବହୁତ ଲାଭଦାୟକ ହୋଇଥାଏ । ଗ୍ଯାସ ଓ ଏସିଡିଟି ଭଳି ସମସ୍ଯା ଥିଲେ ଭୃସଙ୍ଗ ପତ୍ରର ସେବନ କରିବା ଦ୍ଵାରା ବହୁତ ଲାଭ ମିଳିଥାଏ । ଯଦି ଆପଣଙ୍କ ଲିଭରରେ କୌଣସି ସମସ୍ଯା ଅଛି କିମ୍ବା ଆପଣ ଯାହା ବି ଖାଇଲେ ତାହା ହଜମ ହେବାରେ ସମସ୍ଯା ଦେଖା ଦେଉଛି ତେବେ ଆପଣ ଶୀଘ୍ର ଭୃସଙ୍ଗ ପତ୍ରର ସେବନ କରିବା ଆରମ୍ଭ କରି ଦିଅନ୍ତୁ ।

ଦେଖିବେ ଆପଣଙ୍କର ପେଟ ଜନିତ ସମସ୍ତ ସମସ୍ଯା ଅତି ସହଜରେ ଓ ଶୀଘ୍ର ଦୂର ହୋଇଯିବ । ଭୃସଙ୍ଗ ପତ୍ର ପ୍ରାୟ ପ୍ରତ୍ଯେକଙ୍କ ବାଡିରେ ଅତି ସହଜରେ ମିଳି ଯାଇଥାଏ । ପ୍ରତ୍ଯେକ ବ୍ୟକ୍ତି ଘରେ ଭୃସଙ୍ଗ ପତ୍ର ଗଛ ଲଗାଇବା ଉଚିତ ।

ଆପଣ ଏହାକୁ ତରକାରୀରେ ପକାଇ ଭୋଜନ କରିପାରିବେ ଏବଂ କଞ୍ଚା ପତ୍ରକୁ ଖାଲି ପାଟିରେ ମଧ୍ୟ ଚୋବାଇ କରି ଖାଇ ପାରିବେ । ପ୍ରାଚୀନ କାଳରୁ ଭୃସଙ୍ଗ ପତ୍ରକୁ ଅନେକ ରୋଗର ଔଷଧୀ ରୂପେ ବ୍ୟବହାର କରାଯାଇ ଆସୁଛି । ଆୟୁର୍ବେଦରେ ଭୃସଙ୍ଗ ପତ୍ରର ମହତ୍ଵ ଖୁବ ଅଧିକ । ତେବେ ଏହା ଥିଲା ଭୃସଙ୍ଗ ପତ୍ରର କିଛି ଚମତ୍କାରୀ ଗୁଣ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।