Vitamin-D ର ଅଭାବ ହେଲେ ଆମର କଣ ଅସୁବିଧା ହୋଇଥାଏ ? ଆସନ୍ତୁ ଜାଣିବା ବିଶିଷ୍ଟ ଭେଷଜ ବିଶେଷଜ୍ଞ Dr. Niroj Kumar Mishra ଙ୍କ ଠାରୁ

ଆଜିକାଲି ଛୁଆଙ୍କ ଠାରୁ ଆରମ୍ଭ କରି ବଡ ଲୋକଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ଭିଟାମିନ-ଡି ର ଅଭାବ ଦେଖିବାକୁ ମିଳୁଛି । ଭିଟାମିନ-ଡି ଅଭାବରୁ ମାଂସପେଶୀ ଦୁର୍ବଳ, ହାଡ ଦୁର୍ବଳ, ଥକାପଣ, ମାନସିକ ଅବସାଦ ଓ କେଶ ଝଡିବା ଭଳି ସମସ୍ଯା ଦେଖା ଦେଇଥାଏ । ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ରଙ୍କ ଠାରୁ ଜାଣିବା କି ଭିଟାମିନ-ଡି କାହିଁକି ଜରୁରୀ ? ଏହାର ଅଭାବରେ କଣ କଣ ସମସ୍ଯା ହୋଇପାରେ ଏବଂ କେଉଁ ଖାଦ୍ଯ ଏହି ଅଭାବକୁ ପୂରଣ କରିବ ?

ସକାଳର ସୂର୍ଯ୍ୟକିରଣରୁ ଆମକୁ ପ୍ରଚୁର ମାତ୍ରାରେ ଭିଟାମିନ-ଡି ମିଳେ । କିନ୍ତୁ ଆଗଭଳି ଆଜିକାଲି ଆଉ ପିଲା ହୁଅନ୍ତୁ କି ବଡ ଲୋକ ସମସ୍ତଙ୍କ ଆଉଟ ଡୋର୍ ଆକ୍ଟିଭିଟି କମିଗଲାଣି । ସମସ୍ତେ ଡେରି ଯାଏଁ ଶୋଇ ରହୁଛନ୍ତି ଏବଂ ଘରେ ଏସିରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଆମ ଶରୀରରେ ଭିଟାମିନ-ଡି ର ଅଭାବ ଦେଖାଦେଉଛି । ଆମ ଚର୍ମ ଯେତେବେଳେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସେ ସେତେବେଳେ ଭିଟାମିନ-ଡି ତିଆରି ହୋଇଥାଏ ।

ଭିଟାମିନ-ଡି ଆମ ଶରୀରକୁ କ୍ୟାଲସିୟମ ଓ ଫସଫରସ ଗ୍ରହଣ କରିବାରେ ସାହାଯ୍ୟ କରିବାରେ । ତେଣୁ ଆମ ହାଡ ପାଇଁ ଭିଟାମିନ-ଡି ଅତ୍ୟନ୍ତ ଜରୁରୀ ହୋଇଥାଏ । ଆମ ଶରୀରର ବିଭିନ୍ନ କୋଷିକାରେ ମଧ୍ୟ ଭିଟାମିନ-ଡି ରହିଛି, ଯାହା କୋଶିକାର ବୃଦ୍ଧିରେ କାର୍ଯ୍ୟ କରେ । ଏହାସହ ଟାଇପ-୧ ଓ ଟାଇପ-୨ ଡାଇବେଟିସ, ହାଇ ବ୍ଲଡ଼ପ୍ରେସର ଓ କିଛି କ୍ୟାନ୍ସର ରୋଗକୁ ମଧ୍ୟ ଭିଟାମିନ-ଡି ପ୍ରିଭେଣ୍ଟ କରିପାରେ ।

ଏକ ସର୍ଭେରୁ ଜଣାପଡିଛି ଯେ ଯେଉଁମାନଙ୍କ ଶରୀରରେ ଭିଟାମିନ-ଡି ପ୍ରଚୁର ମାତ୍ରାରେ ରହିଛି ସେମାନଙ୍କ ଠାରେ କ୍ୟାନ୍ସର ହେବାର ଆଶଙ୍କା ଖୁବ କମ୍ ରହିଥାଏ । କିଛି ଶ୍ଵାସଜନିତ ସମସ୍ଯାରେ ଏହା ସୁରକ୍ଷା ପ୍ରଦାନ କରେ ବୋଲି କୁହାଯାଏ । ସୂର୍ଯ୍ୟକିରଣରୁ ଆମ ଶରୀରରେ ୯୦% ଭିଟାମିନ-ଡି ତିଆରି ହୋଇଥାଏ । ବାକି କିଛି ଖାଦ୍ଯ ଦ୍ଵାରା ଏହି ଅଭାବକୁ ପୂରଣ କରିହେବ । ସେଗୁଡିକ ହେଉଛି କର୍ଡଲିଭର ଅଏଲ, ଫ୍ୟାଟି ଫିସ୍, ଅଣ୍ଡା କେଶର ।

ଆଉ ନିରାମିଶାସୀ ଲୋକମାନେ କେବଳ ଛତୁରୁ ଭିଟାମିନ-ଡି ପାଇପାରିବେ, କିନ୍ତୁ ସେହି ଛତୁ ଖରାରେ ବଢିଥିବା ଆବଶ୍ୟକ । କିଛି କ୍ଷୀର ଓ ଜୁସ୍ ମାନଙ୍କରୁ ମଧ୍ୟ ଭିଟାମିନ-ଡି ମିଳିଥାଏ, ଯାହା କୃତ୍ରିମ ଭାବେ ତିଆରି କରା ଯାଇଥାଏ । ଏହିସବୁ ଖାଦ୍ଯ, ସୂର୍ଯ୍ୟକିରଣ ଏବଂ କିଛି ସ୍ସପ୍ଲିମେଣ୍ଟରୁ ଆପଣ ଭିଟାମିନ-ଡି ଗ୍ରହଣ କରିପାରିବେ । ଏହାର ଅଭାବ ଆମ ଶରୀରକୁ ଅନେକ କ୍ଷତି ପହଞ୍ଚାଇ ପରେ ।

ଭିଟାମିନ-ଡି ର ଅଭାବ ବହୁତ ବଢିଗଲେ ଏହା ପିଲାଙ୍କ ବିକାଶରେ ବାଧା ସୃଷ୍ଟି କରିଥାଏ । ତାଙ୍କ ଶାରୀରିକ ଆକ୍ଟିଭିଟି ସବୁ କମ୍ ହୋଇଯାଏ । ପିଲା ଦୁର୍ବଳ ହୋଇଯାଏ । ପିଲାଙ୍କ ଠାରେ ଏହି ରୋଗ ହେଲେ ତାକୁ ରିକେଡ଼ ବୋଲି କୁହାଯାଏ । ଏହି ସମସ୍ଯାକୁ ଆରମ୍ଭରୁ ଚିହ୍ନି ଏହାର ସଠିକ ଉପଚାର କରିବା ହିଁ ଉଚିତ ହେବ । ବଡ ଲୋକଙ୍କ ଠାରେ ଭିଟାମିନ-ଡି ର ଅଭାବକୁ ଅଷ୍ଟିଓମାଲେସିଆ ବୋଲି କୁହାଯାଏ ।

ଏହି ରୋଗରେ ହାଡ ବଙ୍କା ହୋଇଯାଇ ପାରେ କିମ୍ବା ଭାଙ୍ଗି ଯାଇପାରେ ଓ ବ୍ୟକ୍ତିଙ୍କୁ ଏହା ଅଧିକ ଦୁର୍ବଳ କରିଦିଏ । ତେଣୁ ପ୍ରତିଦିନ କିଛି ସମୟ ଖରାରେ ରୁହନ୍ତୁ ଓ ଭିଟାମିନ-ଡି ଯୁକ୍ତ ଖାଦ୍ଯ ଖାଆନ୍ତୁ । ଯଦି କୌଣସି ସମସ୍ଯା ଦେଖା ଦେଉଛି ତେବେ ହେଲା ନକରି ଆରମ୍ଭରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।