ଓଭରବ୍ରିଜ ଉପରେ ଠିଆ ହୋଇ ଡେଇଁବାକୁ ଉଦ୍ୟମ କଲେ ମହିଳା, ଟ୍ରାଫିକ ପୋଲିସ ଉପସ୍ଥିତ ବୁଦ୍ଧି ଖଟାଇ ଏମିତି ବଞ୍ଚାଇଲେ ଜୀବନ, ଦେଖନ୍ତୁ video

କଟକ ଲିଙ୍କରୋଡ ଟ୍ରାଫିକ ଛକରେ ଏପରି ଏକ ଘଟଣା ଘଟିଛି ଯାହା ଦେଖାଣାହାରୀଙ୍କୁ ଚକିତ କରି ରଖି ଦେଇଥିଲା । ହେଲେ ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଥିଲେ ଟ୍ରାଫିକ ପୋଲିସ ଜଣକ । ଯେଉଁଥି ପାଇଁ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ । ଗତକାଲି ଦିନ ପ୍ରାୟ 1ଟାରୁ 2ଟା ହେବ ଏଭଳି କିଛି ଲିଙ୍କରୋଡ ଛକ ଉପରେ ଦେଖିବାକୁ ମିଳିଥିଲା । ଜଣେ ମହିଳା ଲିଙ୍କରୋଡ ଓଭରବ୍ରିଜ ଉପରେ ହଠାତ ଆସି ଛିଡା ହୋଇ ଯାଇଥିଲେ ଏବଂ ତଳକୁ ଡେଇଁ ପଡିବାକୁ ଉଦ୍ୟମ କରୁଥିଲେ ।

ତାଙ୍କ ପାଖରେ ଗୋତ୍ଯିଏ ଛୋଟ ପିଲାଟିଏ ଠିଆ ହୋଇ କାନ୍ଦୁଥିଲା । ସେହି ବାଟ ଦେଇ ଯାତାୟାତ କରୁଥିବା ସମସ୍ତଙ୍କ ନଜର ସେହି ମହିଳାଙ୍କ ଉପରେ ପଡୁଥିଲା । ହେଲେ ଅନେକ ଲୋକ ଦେଖି ଦେଇ ଚାଲି ଯାଉଥିଲେ । କିନ୍ତୁ ଅନେକ ଲୋକ ତାଙ୍କୁ କିପରି ବଞ୍ଚାଯାଇ ପାରିବ ତା’ ଉପରେ ନଜର ମଧ୍ୟ ରଖିଥିଲେ । ଏତିକିବେଳେ ଦୂତ ସାଜି ଆସିଥିଲେ ଟ୍ରାଫିକ କନେଷ୍ଟବଳ ତପନ ଦାସ । ସେ ନିଜ ଉପସ୍ଥିତି ବୁଦ୍ଧି ଖର୍ଚ୍ଚ କରି ଉପରକୁ ଯାଇଥିଲେ ଉକ୍ତ ମହିଳାଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଲେ ।

ଏଥିରେ କିଛି ସ୍ଥାନୀୟ ଲୋକେ ମଧ୍ୟ ତାଙ୍କର ସହାୟତା କରିଥିଲେ । ଟ୍ରାଫିକ ଭାଇଜଣକ ଡ୍ଯୁଟିରେ ଥିବାବେଳେ ଲୋକେ ହୋହଲ୍ଲା ହେଉଥିବା ଦେଖିଲେ । ଏହାପରେ ଜାଣିବାକୁ ପାଇଲେ ଯେ ଓଭରବ୍ରିଜ ଉପରେ ଠିଆ ହୋଇ ଜଣେ ମହିଳା ତଳକୁ ଡେଇଁ ପଡିବାକୁ ଚେଷ୍ଟା କରୁଛନ୍ତି ।

ଏହା ଦେଖି ତପନ ଚିନ୍ତା କରିଥିଲେ କେମିତି ଶୀଘ୍ର ଯାଇ ସେ ମହିଳାଙ୍କ ପାଖରେ ପହଞ୍ଚିବେ ଆଉ ତାଙ୍କ ଜୀବନ ବଞ୍ଚାଇବେ । ତପନ ଲୋକଙ୍କ ସହାୟତା ନେଇ ଶୀଘ୍ର ବ୍ରିଜ ଉପରକୁ ଯାଇଥିଲେ ଏବଂ ମହିଳାଙ୍କୁ ଉଦ୍ଧାର କରି ଆଣି ମଧୁପାଟଣା ଥାନାରେ ହସ୍ତାନ୍ତର କରିଥିଲେ । ତେବେ ମହିଳାଙ୍କ ସହ କିଛି କଥାବାର୍ତ୍ତାରୁ ଜଣାପଡିଛି କି ପାରିବାରିକ ସମସ୍ଯା ଯୋଗୁଁ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଟ୍ରାଫିକ କନେଷ୍ଟବଳ ତପନ ଦାସଙ୍କ ଏଭଳି ମହାନ କାର୍ଯ୍ୟ ଯୋଗୁଁ ଆଜି ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଏନେଇ ତପନ କହିଛନ୍ତି କି, ପ୍ରଥମେ ଜଣେ ମଣିଷ ହିସାବରେ ସେ ନିଜ କର୍ତ୍ତବ୍ୟ କରିଛନ୍ତି ଓ ଲୋକଙ୍କୁ ସାହାଯ୍ୟ କରିବା ହିଁ ତାଙ୍କୁ ପ୍ରକୃତ ସନ୍ତୋଷ ଦିଏ । ଯାହା ହେଉ ତପନଙ୍କ ଉପସ୍ଥିତ ବୁଦ୍ଧି, ସାହାସ ଓ ମାନବିକତା ହେତୁ ମହିଳାଙ୍କ ଜୀବନ ବଞ୍ଚିଗଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।