ଫିଲ୍ମ “ଦମନ” ଗୀତକୁ ନେଇ ଅଭିମାନ ପ୍ରକାଶ କଲେ Rituraj Mohanty, କହିଲେ ମୁଁ କଣ ହିନ୍ଦୀ ଶିଖିନି ? ଭାଇ ଭାଇ କହି ଗୀତ… ଦେଖନ୍ତୁ video

ଦୀର୍ଘ ଦିନର ବ୍ଯବଧାନ ପରେ ସାମ୍ନାକୁ ଆସି ନିଜ ପ୍ରତିକ୍ରିୟା ରଖିଛନ୍ତି ରିତୁରାଜ ମହାନ୍ତି । ସିଙ୍ଗିଙ୍ଗ ରିୟାଲିଟି ଶୋ’ “ଇଣ୍ଡିଆସ୍ ର’ ଷ୍ଟାର” ରେ ନିଜ ସଙ୍ଗୀତର ଜାଦୁ ଦେଖାଇ ସାରା ଭାରତବାସୀଙ୍କ ମନ ଜିଣି ପାରିଥିଲେ ରିତୁରାଜ । ଜଗନ୍ନାଥ ଧାମ ପୁରୀର ଏକ ମଧ୍ୟବିତ୍ତ ଗରିବ ପରିବାରରୁ ଆସିଥିବା ରିତୁରାଜ ଜଗନ୍ନାଥଙ୍କ ଉପରେ ଦୃଢ ଆସ୍ଥା ରଖନ୍ତି । ବଲିଉଡରେ ଅନେକ ଗୀତ ଗାଇବାର ସୁଯୋଗ ମିଳିବା ପରେ ନିକଟରେ ସେ ବହୁଚର୍ଚ୍ଚିତ ଓଡିଆ ଫିଲ୍ମ “ଦମନ୍” ର ଟାଇଟଲ ଗୀତ ଗାଇଛନ୍ତି ।

ଯାହାକି ସମସ୍ତଙ୍କୁ ବେଶ ପସନ୍ଦ ହୋଇଛି । ଏନେଇ ରିତୁରାଜ କିନ୍ତୁ ସାମାନ୍ଯ ଅଭିମାନ ମଧ୍ୟ ଦେଖାଇଛନ୍ତି । କାରଣ ଦମନ ଫିଲ୍ମର ଓଡିଆ ଭର୍ସନରେ ସେ ଗୀତ ଗାଇଥିବା ବେଳେ ତାଙ୍କୁ ହିନ୍ଦୀ ଭର୍ସନରେ ଗାଇବାର ସୁଯୋଗ ଦିଆଗଲା ନାହିଁ । ରିତୁରାଜ ଜଣେ ବହୁତ ଭଲ ଗାୟକ ହୋଇଥିବା ସତ୍ତ୍ୱେ ଏବଂ ବଲିଉଡରେ ଗୀତ ଗାଇ ସାରିଥିବା ସତ୍ତ୍ୱେ ତାଙ୍କୁ ଏଥିରେ ସୁଯୋଗ ଦିଆଗଲା ନାହିଁ ।

ଏନେଇ ରିତୁରାଜ ଦୁଃଖପ୍ରକାଶ କରିବା ସହ କହିଛନ୍ତି କି, ଦମନ ବହୁତ ଭଲ ଫିଲ୍ମ ଓ ମୁଁ ପ୍ରକୃତରେ ବହୁତ ଖୁସି କି ମୋତେ ସେହି ଫିଲ୍ମରେ ଗୋଟିଏ ଗୀତ ଗାଇବାକୁ ସୁଯୋଗ ମିଳିଲା । ଏଭଳି ଏକ ଫିଲ୍ମର ପାର୍ଟ ହୋଇଥିବାରୁ ମୁଁ ଗର୍ବିତ ଓ ବହୁତ ଖୁସି ମଧ୍ୟ । କିନ୍ତୁ ଫିଲ୍ମଟି ସଫଳତା ପାଇବା ପରେ ଏହାର ହିନ୍ଦୀ ଭର୍ସନରେ ମୋତେ ଆଉ ଗାଇବାକୁ ସୁଯୋଗ ମିଳିଲା ନାହିଁ । ମୁଁ କଣ ହିନ୍ଦୀ ଶିଖିନି କି ହିନ୍ଦୀ ଗୀତ ଗାଇନି ।

ଏନେଇ ରିତୁରାଜ ଏକପ୍ରକାର ଅଭିମାନ କରିଛନ୍ତି ଏବଂ କହିଛନ୍ତି କି ସେ ଯାହା ହେଉ ମୁଁ ଭଲ ଲେସନ୍ ଶିଖିଲି । ଏଥର କେବଳ ପ୍ରେଫେସନାଲ ଭାବେ କାମ କରିବି । ଆଉ ଭାଇ ଭାଇ କହି କେହି ଗୀତ ଗାଇବା ପାଇଁ କହିଲେ ମୁଁ ସବୁଥିରେ ରାଜି ହେବିନି । ଯାହା ହେଉ ଜଗନ୍ନାଥ ତାଙ୍କୁ ଯାହା ଦେଇଛନ୍ତି ସେଥିରେ ସେ ଖୁସି ଅଛନ୍ତି ଓ ସେ ଯାହା ଚାହିଁଛନ୍ତି ସବୁକିଛି ତାଙ୍କୁ ଦେଇଛନ୍ତି ।

ଏଇ କଥାଟା ତାଙ୍କ ମନରେ ସାମାନ୍ଯ ଆଘାତ ଦେଇଛି ସତ କିନ୍ତୁ ଜଗନ୍ନାଥ ଅଛନ୍ତି ସମସ୍ତଙ୍କର ସମୟ ଆସିବ ଓ ସେ ହିଁ କେବଳ ଏକମାତ୍ର ବିଚାରକର୍ତ୍ତା ବୋଲି ସେ କହିଛନ୍ତି । ତେବେ ରିତୁରାଜଙ୍କ ଏଭଳି ବୟାନକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।