ଓଠର ଆକାର କହିଥାଏ ବ୍ୟକ୍ତି ର ସ୍ଵଭାବ ଓ ବ୍ୟକ୍ତିତ୍ଵ, ଜାଣନ୍ତୁ କଣ କହୁଛି ଆପଣଙ୍କ ଓଠ- Personality Test

ସମୁଦ୍ର ଶାସ୍ତ୍ରରେ ଲେଖା ଅଛି ପ୍ରତ୍ୟେକ ବ୍ୟକ୍ତିଙ୍କ ଚେହେରାରୁ ତାଙ୍କ ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ । ଯେ କୌଣସି ବ୍ୟକ୍ତିଙ୍କ ଚେହେରା ଦେଖି ତାଙ୍କ ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ଜାଣି ହେବ । ଯେ ପ୍ରକାର ବ୍ୟକ୍ତିଙ୍କ ଚେହେରାରେ ବ୍ୟକ୍ତିଙ୍କ ବିଷୟରେ ଜାଣି ହୁଏ ସେହି ପ୍ରକାର ବ୍ୟକ୍ତିଙ୍କ ଓଠରୁ ମଧ୍ୟ ତାଙ୍କ ସ୍ଵଭାବ ବିଷୟରେ ବହୁତ କିଛି ଜାଣି ହୁଏ । ତେବେ ଆସନ୍ତୁ ଆପଣଙ୍କ ଓଠରୁ ଆପଣଙ୍କ ସ୍ଵଭାବ ବିଷୟରେ ଜାଣିବା ।

ଛୋଟ ଓ ପତଳା ଓଠ ବିଶିଷ୍ଟ ବ୍ୟକ୍ତି

ଯେଉଁ ଲୋକଙ୍କ ଓଠ ଛୋଟ ଓ ପତଳା ହୋଇଥାଏ ଓ ବେରଙ୍ଗୀ ହୋଇଥାଏ ଏପରି ଲୋକ ଦେଖାଇ ହେବା ପ୍ରକୃତିର ହୋଇଥାନ୍ତି ବୋଲି କୁହାଯାଏ । ଏହି ବ୍ୟକ୍ତି ମାନେ କେବଳ ନିଜ କଥାକୁ ହିଁ ଠିକ୍ ବୋଲି ଭାବନ୍ତି । ଏମାନେ ବହୁତ କମ୍ କଥା କୁହନ୍ତି ଓ ପ୍ରତ୍ୟେକ କାର୍ଯ୍ୟକୁ ବହୁତ ଭଲ ଭାବେ ତୁଲାଇ ଥାଆନ୍ତି ।

ମୋଟ ଓଠ ବିଶିଷ୍ଟ ବ୍ୟକ୍ତି

ଯେଉଁ ବ୍ୟକ୍ତିଙ୍କ ଓଠ ବହୁତ ଅଧିକ ମୋଟା ଓ ଦେଖିବାକୁ ସେତେ ସୁନ୍ଦର ହୋଇ ନ ଥାଏ ଏପରି ଲୋକ ଟିକେ କ୍ରୋଧୀ ସ୍ୱଭାବର ହୋଇଥାନ୍ତି । କିନ୍ତୁ କେବେ କେବେ ଏମାନେ ବହୁତ ଭାବୁକ ମଧ୍ୟ ହୋଇଯାନ୍ତି ।

ସାମାନ୍ୟ ଉଚ୍ଚା ଓ ଫଟା ଓଠ ବିଶିଷ୍ଟ ବ୍ୟକ୍ତି

ଯେଉଁ ଲୋକଙ୍କ ଓଠ ଟିକେ ଫାଟିଲା ପରି ହୋଇଥାଏ ସେହି ବ୍ୟକ୍ତି ବହୁତ ଅଧିକ ବୁଦ୍ଧିମାନ ହୋଇ ନ ଥାଆନ୍ତି କିନ୍ତୁ ନିଜକୁ ବହୁତ ବାହାଦୁର ବୋଲି ଭାବିଥାନ୍ତି ।

ଦୁଇ ଓଠ ଯାକ ସମାନ ଓ ସୁନ୍ଦର ବିଶିଷ୍ଟ ବ୍ୟକ୍ତି

ଯେଉଁ ବ୍ୟକ୍ତିଙ୍କ ଦୁଇଟି ଯାକ ଓଠ ସମାନ ଓ ସୁନ୍ଦର ହୋଇଥାଏ ସେହି ବ୍ୟକ୍ତି ସତ୍ୟପ୍ରିୟ, ସୁଶୀଳ ଓ ସଜ୍ଜନ ପ୍ରବୃତ୍ତିର ହୋଇଥାନ୍ତି । ଏମାନଙ୍କ କଥା ଖୁବ୍ ମିଠା ହୋଇଥାଏ ଓ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଦୁଇଟି ଯାକ ଓଠ ପତଳା ବିଶିଷ୍ଟ ବ୍ୟକ୍ତି

ଯେଉଁ ବ୍ୟକ୍ତିଙ୍କ ଦୁଇଟି ଯାକ ଓଠ ପତଳା ହୋଇଥାଏ ସେହି ବ୍ୟକ୍ତି ଖୁବ୍ ସରଳ ସ୍ୱଭାବର ହୋଇଥାନ୍ତି ଓ ଏମାନେ ଜୀବନରେ ବହୁତ ସଂଘର୍ଷର ସହ ଉନ୍ନତି କରିଥାନ୍ତି ।

ଦୁଇଟି ଯାକ ଓଠ ମୋଟା ବିଶିଷ୍ଟ ବ୍ୟକ୍ତି

ଯେଉଁ ବ୍ୟକ୍ତିଙ୍କ ଦୁଇଟି ଯାକ ଓଠ ମୋଟା ହୋଇଥାଏ ସେମାନେ ଟିକେ ମୁଁହ ଜବାବ୍ ଦେବା ସ୍ୱଭାବର ହୋଇଥାନ୍ତି ଓ ଟିକେ ରହସ୍ୟମୟ ମଧ୍ୟ ହୋଇଥାନ୍ତି । ଏହି ଲୋକଙ୍କୁ ଖାଇବା ପିଇବା ର ବହୁତ ସଉକ ରହିଥାଏ ।

ଲାଲ୍ ଓଠ ବିଶିଷ୍ଟ ବ୍ୟକ୍ତି

ଯେଉଁ ବ୍ୟକ୍ତିଙ୍କ ଓଠ ଲାଲ୍ ରଙ୍ଗର ଚିକଣ ଓ ଦେଖିବାକୁ ଖୁବ୍ ଆକର୍ଷଣୀୟ ହୋଇଥାଏ ସେହି ବ୍ୟକ୍ତି ଅନ୍ୟକୁ ବହୁତ ଶୀଘ୍ର ଆପଣେଇ ନିଅନ୍ତି । ଏମାନେ ଅନେକ ଉପଲବ୍ଧି ପ୍ରାପ୍ତ କରନ୍ତି ଓ ସୁଖି ଜୀବନ ବ୍ୟତୀତ କରନ୍ତି । ଲାଲ୍ ଓଠ ଥିବା ବ୍ୟକ୍ତି କର୍ମଠ ପ୍ରକୃତିର ହୋଇଥାନ୍ତି ଓ ନିଜ କାର୍ଯ୍ୟ ପ୍ରତି ବିଶ୍ଵସ୍ତ ମଧ୍ୟ ହୋଇଥାନ୍ତି ।

ଗୋଲାପୀ ଓଠ ବିଶିଷ୍ଟ ବ୍ୟକ୍ତି

ଗୋଲାପୀ ଓଠ ଥିବା ବ୍ୟକ୍ତିଙ୍କ ବ୍ୟବହାର କୁଶଳ ହୋଇଥାଏ ଓ ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହି ଲୋକମାନେ ବହୁତ ଭଲ ବନ୍ଧୁ ହୋଇଥାନ୍ତି ଓ ଗୋଲାପୀ ଓଠ ଥିବା ବ୍ୟକ୍ତିଙ୍କୁ କେବେ ମଧ୍ୟ କୌଣସି ବିଷୟର ଅଭାବ ହୋଇ ନ ଥାଏ ।

କଳା ଓଠ ବିଶିଷ୍ଟ ବ୍ୟକ୍ତି

ଯେଉଁ ଲୋକଙ୍କ ଓଠ କଳା ହୋଇଥାଏ, କୁହାଯାଏ କି ଏପରି ବ୍ୟକ୍ତି ସଂଘର୍ଷର ପ୍ରତୀକ ହୋଇଥାନ୍ତି । ଏପରି ବ୍ୟକ୍ତି ଜୀବନରେ ସର୍ବଦା ଦୁଃଖର ସାମନା ମଧ୍ୟ କରିଥାନ୍ତି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।