ସୋରିଷ ତେଲରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ, ମାତ୍ର 2 ଦିନରେ ବାଳ ଝଡିବା ହେଇଯିବ ବନ୍ଦ- Beauty Tips

ଯଦି ଆପଣ କେଶ ଝଡିବା ସମସ୍ୟା ରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା । ଆଜି ଆମେ ଏକ ଏପରି ଘରୋଇ ଉପଚାର ନେଇ ଆସିଛୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଜ୍ଯ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କୁ ପାଳନ କରିବାକୁ ପଡିବ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ଘରୋଇ ଉପକରଣ । ଏହା ବହୁତ ସହଜ ଉପାୟ ଅଟେ ।

କେବଳ ୨ଟି ଜିନିଷ ସାହାଜ୍ଯ ରେ ଆମେ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରି ପାରିବା । ସର୍ବ ପ୍ରଥମେ ସୋରିଷ ତେଲ ନିଅନ୍ତୁ । ଏହା ବହୁତ ଭଲ ଜିନିଷ ଅଟେ କେଶ ପାଇଁ ।

ଏହା ସହ ସୋରିଷ ତେଲ ଆପଣଙ୍କ କେଶ ପାଇଁ ବହୁତ ଭଲ ହୋଇଥାଏ । ସୋରିଷ ତେଲ କେଶ ଜନିତ ସବୁ ସମସ୍ୟା ତଥା କେଶ ଝଡିବା, କେଶ ଫାଟିବା ଓ କେଶ ଶୁଷ୍କ ହେବା ସମସ୍ୟା କୁ ଦୂର କରିଥାଏ । ଦ୍ଵିତୀୟ ଜିନିଷ ଟି ହେଲା ମେଥି । ଏହା ଆମ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ମେଥି ର ଦାନା କୁ ଗ୍ରାଇଣ୍ଡର ରେ ବାଟି ଏହାର ପାଉଡର ବନାଇ ନିଅନ୍ତୁ । ତା ପରେ ଏକ ପ୍ୟାନ ନେଇ ସେଥିରେ ଅଧ ତାଟିଆ ସୋରିଷ ତେଲ ନିଅନ୍ତୁ ।

ଏହା ପରେ କମ ଆଞ୍ଚ ରେ ଏହାକୁ ଗରମ କରନ୍ତୁ । ତେଲ ଗରମ ହେବା ପରେ ଅଧ ଚାମଚ ମେଥି ଗୁଣ୍ଡା ମିଶାନ୍ତୁ । ଏହି ପ୍ରକ୍ରିୟା ସମସ୍ୟାରେ ଗ୍ଯାସ ର ଆଞ୍ଚ କମ ରଖନ୍ତୁ । ଏହାକୁ ଚାମଚ ରେ ଗୋଳାନ୍ତୁ ଯେଉଁ ପର୍ଯ୍ୟନ୍ତ ଏହା ହଲ୍କା ମାଟିଆ ରଙ୍ଗ ହେବା ପର୍ଯ୍ୟନ୍ତ । ୩-୪ ମିନିଟ ପର୍ଯ୍ୟନ୍ତ କମ ଆଞ୍ଚ ରେ ପ୍ରସ୍ତୁତ କରନ୍ତୁ । ଏହା ପରେ ଗ୍ଯାସ କୁ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ଏକ ଛଣା ମାଧ୍ୟମ ରେ ଛାଣି ଦିଅନ୍ତୁ ।

ଯେପରି ଭାବେ ଆପଣ ନିଜ କେଶ ରେ ତେଲ ଲଗାଇଥାନ୍ତି ଠିକ ସେହିପରି ଆପଣଙ୍କୁ ଏହାକୁ ନିଜ କେଶରେ ଲଗାଇବେ । ଏବଂ ୨-୫ ମିନିଟ ଭଲ ଭାବରେ ମାଲିସ କରନ୍ତୁ । କାରଣ ଏହା କରିବା ଦ୍ଵାରା ତେଲ ଆପଣଙ୍କ କେଶ ମୂଳ କୁ ଭଲ ଭାବରେ ଯିବ ।

ଯାହା ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ୟା ଓ କେଶରେ ଥିବା ରୂପୀ ସମସ୍ୟା ଶେଷ ହୋଇଯିବ । ଯଦି ଆପଣ ଏହାକୁ ରାତି ସମୟରେ ଲଗାଉଛନ୍ତି ତେବେ ସକାଳୁ ଆପଣ କୌଣସି ବି ସମ୍ପୂ ସାହାଯ୍ୟରେ ଏହାକୁ ଧୋଇ ଦିଅନ୍ତୁ । ଯଦି ଆପଣ ଏହି ତେଲକୁ ଦିନ ସମୟରେ ବ୍ୟବହାର କରିବେ ତେବେ ୨-୩ ଘଣ୍ଟା ପରେ ଆପଣ କେଶ ଧୋଇ ପାରିବେ ।