ଅନଲାଇନ ଲୁଡୁ ଖେଳୁ ଖେଳୁ ହେଇଗଲା ପ୍ରେମ, ଦୁଇ ଶ-ତ୍ରୁ ଦେଶ ସୀମା ଡେଇଁ ଏକାଠି ହୋଇଗଲେ ପ୍ରେମିକ ଓ ପ୍ରେମିକା, ହେଲେ ଶେଷରେ… 

ଲୁଡୁ ଖେଳୁ ଖେଳୁ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଇଗଲା । ତା ପୁଣି ଭିନ୍ନ ଭିନ୍ନ ଦୁଇ ଦେଶର ଯୁବକ ଓ ଯୁବତୀଙ୍କ ମଧ୍ୟରେ । ପରସ୍ପର ଲୁଡୁ ଖେଳୁଥିଲେ ଆଉ ଏଥିରୁ ହୋଇଥିଲା ବନ୍ଧୁତା । ତା’ପରେ ଲେଖା ହୋଇଥିଲା ଏକ ନୂଆ ପ୍ରେମ କାହାଣୀ । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମ ଏପରି ନିଆରା ଅନୁଭବ ଯାହା ମଣିଷକୁ କିଛି ବି କରିବାକୁ ବାଧ୍ୟ କରିଦିଏ । ପ୍ରେମର ଅନେକ ପରିଭାଷା ରହିଛି । ଏହା କେବେ ସୁଖର କାରଣ ସାଜେ ତ ଆଉ କେବେ ଦୁଃଖର ପାହାଡ ନେଇ ଆସେ ।

ଯିଏ ପ୍ରେମ କରିଛି ସିଏ ପ୍ରେମର ମଜା ଆଉ ସଜା ଉଭୟ ଜାଣିଛି । ପ୍ରେମର ପରିଭାଷା ବ୍ୟାଖ୍ୟା କରିବାକୁ ବୁଦ୍ଧିଜୀବୀଙ୍କ ପାଖରେ ମଧ୍ୟ ଶବ୍ଦ କମ୍ ପଡିଯାଏ । କେତେବେଳେ, କେଉଁଠି ଓ କାହାକୁ ପ୍ରେମ ହୋଇଯାଏ ତାହା କେହି ଜାଣି ନଥାନ୍ତି । ଠିକ ସେମିତି ଅନଲାଇନରେ ଲୁଡୁ ଖେଳୁ ଖେଳୁ ହିନ୍ଦୁସ୍ତାନୀ ଯୁବକଙ୍କ ପ୍ରେମରେ ପଡି ଯାଇଛନ୍ତି ଜଣେ ପାକିସ୍ତାନୀ ଯୁବତୀ । ଖାଲି ପ୍ରେମରେ ତା’ ନୁହେଁ ବରଂ କେଉଁ ରୋମାଣ୍ଟିକ ଫିଲ୍ମର କାହାଣୀ ଭଳି ଦୁଇ ଦେଶର ସୀମା ଡେଇଁ ପ୍ରେମିକଙ୍କ ପାଖରେ ଆସି ପହଞ୍ଚି ଯାଇଥିଲେ ଯୁବତୀ ।

ଅନଲାଇନ ଲୁଡୁ ଖେଳୁ ଖେଳୁ ପାକିସ୍ତାନୀ ଝିଅ ଇକ୍ରା ଏବଂ ଭାରତ ପୁଅ ମୁଲାୟାମଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ । ଶେଷରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାପରେ ଗତ କିଛି ମାସ ତଳେ ପ୍ରେମିକଙ୍କୁ ସବୁଦିନ ପାଇଁ ନିଜ ଜୀବନସାଥି କରିବାକୁ ନେପାଳରେ ପହଞ୍ଚିଥିଲେ ଏବଂ ଉଭୟ ସେଠାରେ ବିବାହ କରିଥିଲେ ।

ଅନଲାଇନ ଲୁଡୁରୁ ଆରମ୍ଭ ହୋଇଥିବା ପ୍ରେମ ଏତେ ବଢି ଯାଇଥିଲା ଯେ ଦିନେ କାହା ସହ କଥା ହେବାକୁ ବି ଲାଜ କରୁଥିବା ଝିଅ ଦୁଇ ଶ-ତ୍ରୁ ଦେଶର ସୀମା ଡେଇଁ ଭାରତ ଚାଲି ଆସିଥିଲା । ଭାରତ ଆସିବା ପାଇଁ ପାଖରେ ଭିସା ନଥିବାରୁ ନିଜ ଗହଣା ବିକ୍ରି କରି ପ୍ରଥମେ ଦୁବାଇ ତା’ପରେ କାଠମାଣ୍ଡୁ ଆସିବା ପରେ ଶେଷରେ ଦୁହେଁ ଭାରତ ପହଞ୍ଚିଥିଲେ । ଏଠାରେ ଉଭୟ ବିବାହ ମଧ୍ୟ କରିଥିଲେ । ହେଲେ ପରିବାର ଲୋକେ ଏହା ଜାଣିବା ପରେ ଝିଅକୁ ପାକିସ୍ତାନ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ ।

ଶେଷରେ ପୁଣି ଥରେ ନିଜ ଦେଶକୁ ଫେରି ଯାଇଛନ୍ତି ଇକ୍ରା । ହେଲେ ତାଙ୍କ ପରିବାର ଝିଅର ବିପଦପୂର୍ଣ୍ଣ ଯାତ୍ରାକୁ ଏବେବି ବିଶ୍ବାସ କରି ପାରୁନାହାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।