ଓଲିଉଡରେ ଖୁସିର ମାହୋଲ, Riya ଙ୍କ ସହ Sunil ଆଉ Lipsa ଙ୍କ ସହ Akash, ଭାଇରାଲ ହେଉଛି ଫଟୋ, ଦେଖନ୍ତୁ Photo

ଓଲିଉଡ ସୁନ୍ଦରୀ ରିୟା ଦେ’ ଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ରିୟାଙ୍କ ଜୀବନରେ ଆସିଛି ଫଗୁଣ ଋତୁ । ଏହାରି ଭିତରେ ରିୟାଙ୍କୁ ପରୀ ସଜେଇ ନେଇଯିବେ ସ୍ଵପ୍ନର ରାଜକୁମାର ସୁନିଲ କୁମାର । “ପ୍ରେମ ଅଢେଇ ଅକ୍ଷର” ଫିଲ୍ମରେ ସୁପରଷ୍ଟାର ବାବୁଶାନଙ୍କ ସହ ପ୍ରଥମ ଥର ପାଇଁ ନଜର ଆସିଥିଲେ ଅଭିନେତ୍ରୀ ରିୟା ଦେ’ । ଆଉ ଏବେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ।

ତେବେ ଖାଲି ରିୟା ନୁହେଁ ବରଂ ଓଲିଉଡର ଅନ୍ଯତମ ଲୋକପ୍ରିୟ ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଓଡିଆ ଲୋକପ୍ରିୟ ଧାରାବାହିକ “କିଛି ଲୁହ ପିଇ ଯାଏ ଓଠ” ରୁ ଓଲିଉଡ ଇଣ୍ଡଷ୍ଟ୍ରିରେ ନିଜ କ୍ଯାରିୟର ଆରମ୍ଭ କରିଥିବା ଲିପ୍ସାଙ୍କ ଆଖିର କୁହ ଆଉ ତାଙ୍କ ଓଠ ପିଇବନି । କାହିଁକି ନା ତାଙ୍କ ଲୁହ ପୋଛି ଦେବା ପାଇଁ ଆକାଶ ଲିପ୍ସାଙ୍କ ଜୀବନସାଥୀ ହୋଇ ଆସିଛନ୍ତି ।

କାର୍ତ୍ତିକ ମାସ ପରେ ବିବାହ ତିଥି ଖୋଲିବା ପରେ ଓଲିଉଡରେ ବି ବିବାହ ଋତୁ ଆରମ୍ଭ ହୋଇଯାଇଛି । ଗୋଟିଏ ଦିନରେ ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀଙ୍କ ନିର୍ବନ୍ଧ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି । ଉଭୟ ରିୟା ଓ ଲିପ୍ସାଙ୍କ ମୁଦି ପିନ୍ଧା ସରିଥିବା ବେଳେ ସମସ୍ତେ ଏମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । ଆଗକୁ ଖୁବ ଶୀଘ୍ର ଅଭିନେତ୍ରୀ ରିୟା ଓ ଲିପ୍ସାଙ୍କ ବିବାହ ତାରିଖ ଘୋଷଣା ହେବ ।

ଏହିଦିନ ଲିପ୍ସା ଓ ରିୟା ମଥାରେ ଓଢଣି ଦେଇ ଶଙ୍ଖା ଓ ସିନ୍ଦୂର ପିନ୍ଧି ଶାଶୁ ଘରକୁ ଚାଲିଯିବେ । ଆଜ୍ଞା ହଁ, ଦୁଇ ଓଲିଉଡ ନାୟିକା ରିୟା ଦେ’ ଓ ଲିପ୍ସା ମହାପାତ୍ରଙ୍କ ନିର୍ବନ୍ଧ ଶେଷ ହୋଇଛି । ସେମାନଙ୍କ ବିବାହ ନିର୍ବନ୍ଧର ଫଟୋ ଗୁଡିକୁ ଉଭୟ ରିୟା ଏବଂ ଲିପ୍ସା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଏମିତି ଏକ ଖବର ସାମ୍ନାକୁ ଆସିବା ପରେ ଓଲିଉଡରେ ଖୁସିର ଲହରୀ ଖେଳିଯାଇଛି ।

ଓଲିଉଡ ସୁନ୍ଦରୀ ରିୟା ଦେ’ ସୁନିଲ କୁମର ଦଳାଇଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ଲିପ୍ସା ଆକାଶଙ୍କୁ ବିବାହ କରିବେ । ଉଭୟଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ନିର୍ବନ୍ଧର ଫଟୋ ଦେଖିବାକୁ ମିଳିଛି । ପ୍ରଶଂସକମାନେ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।