ରାଜନେତ୍ରୀ ହେବାକୁ ଚାହୁଁଥିଲେ Archana Naag, ନେତା ମନ୍ତ୍ରୀଙ୍କ ସହ ସମ୍ପର୍କକୁ ନେଇ ସବୁ ପୋଲ୍ ଖୋଲିଦେଲେ ଅର୍ଚ୍ଚନାଙ୍କ ଭଉଣୀ, ଶୁଣନ୍ତୁ କଣ କହୁଛନ୍ତି, ଦେଖନ୍ତୁ video

ସେକ୍ସ ଠକେଇ ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ତାଙ୍କ ଭଉଣୀ । କୁଆଡେ ନେତା ହେବା ପାଇଁ ପ୍ରସ୍ତୁତ ହେଉଥିଲେ ଅର୍ଚ୍ଚନା । ବଡ ବଡ ନେତା ତାଙ୍କ ଘରକୁ ଆସିବା ସହ ରାଜନୀତିକୁ ନେଇ ପ୍ରସ୍ତୁତ କରୁଥିଲେ ଋଣନୀତି । ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଅର୍ଚ୍ଚନାଙ୍କ ଭଉଣୀ ଅର୍ଚ୍ଚନାଙ୍କ ରାଜନୀତି ସ୍ଵପ୍ନ ସାମ୍ନାକୁ ଆଣିଛନ୍ତି ।

ରାଜନୀତିରେ ପ୍ରବେଶ କରୁଥିବାଉ ସ୍ଵପ୍ନ ଦେଖୁଥିବା ଅର୍ଚ୍ଚନା ବଡ ବଡ ନେତାଙ୍କ ସହ ସମ୍ପର୍କ ବଢାଇବା ଆରମ୍ଭ କରି ଦେଇଥିଲେ । ଯେଉଁଥି ପାଇଁ ତାଙ୍କ ଘରକୁ ଆସୁଥିଲେ ବହୁ ରାଜନେତା । ଖାଲି ସେତିକି ନୁହେଁ ବରଂ ସୁବିଧା ବେଳେ ନେତାମାନେ କେମିତି ଅର୍ଚ୍ଚନାଙ୍କ ପାଖକୁ ଆସୁଥିଲେ ଓ ଅସୁବିଧା ବେଳେ ହାତ ଛାଡିଦେଲେ ସେନେଇ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ ଭଉଣୀ । ଅର୍ଚ୍ଚନା ଜେଲରୁ ମୁକୁଳିବା ପରେ ସବୁ ଗୁମର ଖୋଳିବେ ବୋଲି ତାଙ୍କ ଭଉଣୀ କହିଛନ୍ତି ।

ଅର୍ଚ୍ଚନାଙ୍କୁ ରାଜନୀତିର ଲୋଭ ଦେଖାଇ ଜାଣିଶୁଣି ଫସେଇ ଦିଆ ଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ଭଉଣୀ । ସେ କହିଛନ୍ତି, କେତେକ ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ନିଜ ସ୍ଵାର୍ଥ ପାଇଁ ଅର୍ଚ୍ଚନାଙ୍କୁ ମୋହରା ବନେଇଛନ୍ତି । ଅନ୍ୟପଟେ ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ମାମଲାରେ ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ଥିବା 6ଟି ସ୍ଥାନରେ ଇଡି ରେଡ୍ କରିଛି ।

ଅର୍ଚ୍ଚନା ନାଗଙ୍କ ଭୁବନେଶ୍ବର ସତ୍ୟବିହାର ସ୍ଥିତ ଘର, ବାପଘର, ଶାଶୁଘର, ତାଙ୍କ ସହଯୋଗୀ ଖଗେଶ୍ଵରଙ୍କ ଘର, ଗାଡି ଶୋ’ରୁମ୍ ଏବଂ ଅର୍ଚ୍ଚନାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଶ୍ରଦ୍ଧାଞ୍ଜଳିଙ୍କ ଘରେ ମଧ୍ୟ ଏକକାଳୀନ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଯାହାପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । କିଏ କହୁଛି ଧୀରେ ଧୀରେ ସବୁ ସତ ସାମ୍ନାକୁ ବାହାରିବ ତ ଆଉ କିଏ କହୁଛି ଆଗକୁ ନିର୍ବାଚନ ଅଛି ବୋଲି ଏଇଟା ଖାଲି ଗୋଟେ ପ୍ରହସନ ଚାଲିଛି ।

ସେହିପରି ରାଜ୍ୟରେ ପୂର୍ବରୁ ହୋଇଥିବା ଅନେକ ପ୍ରହେଳିକା ମଧ୍ୟରୁ ଇଏ ବି ଗୋଟେ ପ୍ରହେଳିକା ବୋଲି କୁହାଯାଉଛି । ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରି ସେମାନଙ୍କୁ କେବଳ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା କରାଯାଉଛି ବୋଲି କିଛି ରାଜନେତା କହୁଛନ୍ତି । ତେବେ ଦେଖାଯାଉ ଅର୍ଚ୍ଚନା ନାଗଙ୍କ ମାମଲା ଆଗକୁ କେଉଁ ନୂଆ ମୋଡ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।