ଓଲିଉଡ ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କ ଚିନ୍ତାରେ, ଏବେ ହସ୍ପିଟାଲରେ ଭର୍ତ୍ତି ହେଲେ ବର୍ଷା ପ୍ରିୟଦର୍ଶିନୀ !

ସ୍ଵାମୀ ଅନୁଭବ ଙ୍କ କଥା ଭାବି ଭାବି ସ୍ତ୍ରୀ ବର୍ଷା ଙ୍କର ଦେହ ଖରାପ ହୋଇ ଯାଇଛି ଆଉ ବଢିଯାଇଛି ବିପି । ବର୍ଷା ନିଜ ସମ୍ପର୍କ କୁ ଯେତେ ସଜାଡିବାକୁ ଚାହୁଁହାନ୍ତି ଅନୁଭବ ସେତିକି ବିଗାଡିବାରେ ଲାଗିଛନ୍ତି । ଏବେ ଚିନ୍ତାରେ ମେଡିକାଲ ରେ ବର୍ଷା । ହଁ ଦର୍ଶକ ବନ୍ଧୁ ବର୍ଷା ଙ୍କ ଆଖି ରେ ଏବେ ଲୁହ । ସେ ପୁରୁଣା ସ୍ମୃତି କୁ ମନେ ପକାଇ କାନ୍ଦୁ ଛନ୍ତି । ଏବେ ବି ଅନୁଭବ ଙ୍କ ଭଲ ପାଇବା ପାଇଁ ବର୍ଷା ଝୁରି ହେଉଛନ୍ତି । ସବୁ କଥା ଭୁଲି ପୁଣି ଥରେ ଆଉ ଗୋଟେ ଚାନ୍ସ ଦେବାକୁ ବର୍ଷା ଅନୁଭବ ଙ୍କୁ ଅନୁରୋଧ କରିଛନ୍ତି ।

କିନ୍ତୁ ଅନୁଭବ ଅରାଜି ଅଛନ୍ତି । ଆଉ କିଛି ଦିନ ରହିଲା ବର୍ଷା ଓ ଅନୁଭବ ଙ୍କ ବିବାହକୁ 10 ବର୍ଷ ପୁରିବାକୁ । ଏହା ସହ ଦୁହିଙ୍କର ବିବାହ ବିଛେଦ ମଧ୍ୟ ହେବାକୁ ଯାଉଛି । କିନ୍ତୁ ଆଜି ବି ବର୍ଷା ଅନୁଭବ ଙ୍କ କଥା ମନେ ପକାଇ ଆଖି ରୁ ଲୁହ ଝରାଇ କାନ୍ଦୁ ଛନ୍ତି । ଆଜି ବି ସମ୍ପର୍କ କୁ ପୁଣି ସଜାଡିବାକୁ ଚେଷ୍ଟା କରୁଛନ୍ତି ବର୍ଷା । ସଉ କିଛି ଶେଷ ହେଲା ପରେ ବି ଏବେ ବି ଆଶା ହରାଇ ନାହାନ୍ତି ବର୍ଷା ।

କିନ୍ତୁ ବିବାହ ବିଛେଦ ପାଇଁ ଅନୁମତି ମିଳିବା ପରେ ଏବେ ଅନୁଭବ ଦ୍ଵିତୀୟ ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି । ଏମିତି କି ସେ ଯାହା ଚାହୁଁ ଥିଲେ ତାହା ହୋଇଛି ବୋଲି କହିଛନ୍ତି ଅନୁଭବ ମହାନ୍ତି । କିନ୍ତୁ ଦୁଃଖ ରେ ଏବେ ଭାଙ୍ଗି ପଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତେବେ 2014 ଫେବ୍ରୁଆରି 4 ରେ ଅନୁଭବ ବର୍ଷା ଙ୍କୁ ପ୍ରେମ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ପାରିବାରିକ ବିବାଦ ଦେଖା ଯିବାରୁ ଦିଲ୍ଲୀ ପଟିଆଲା ହାଉସ ର ପରିବାର ଅଦାଲତ ରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି ।

କିନ୍ତୁ ଛାଡପତ୍ର ପିଟିସନ କୁ ପଟିଆଲା ହାଉସ କଟକ ପରିବାର ଅଦାଲତ କୁ ସ୍ଥାନାନ୍ତର କରିବାକୁ ବର୍ଷା ସୁପ୍ରିମ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । 2021 ମାର୍ଚ 5 ରେ ସୁପ୍ରିମ କୋର୍ଟ ବର୍ଷା ଙ୍କ ଟ୍ରାନ୍ସଫର ପିଟିସନ କୁ ଅନୁମତି ଦେଇଥିଲେ । ଏହା ପରେ କଟକ ଫ୍ୟାମିଲି କୋର୍ଟ ରେ ଦୁହିଙ୍କର ପାରିବାରିକ ବିବାଦ ଦୀର୍ଘ ଦିନ ହେବ ଜାରି ରହିଥିଲା । କିନ୍ତୁ ପରିବାର ଅଦାଲତ ଦୁହିଙ୍କର ବିବାହ ବିଛେଦ ଆବେଦନ କୁ ଖାରଚ କରିଥିଲେ ।

ଆଉ ଏହା ପରେ ଅନୁଭବ ଚ୍ୟାଲେଞ୍ଜ କରି ହାଇକୋର୍ଟ ର ଦ୍ଵାରସ୍ଥ ହୋଇଥିଲେ । ଏହା ପରେ ହାଇକୋର୍ଟ ଦୁହିଙ୍କର ବିବାହ ବିଛେଦ କୁ ନେଇ ଅନୁମତି ଦେଇଛନ୍ତି । ଆଉ ଛାଡପତ୍ର ପାଇଁ ମଞ୍ଜୁରୀ ପାଇବା ପରେ ଅନୁଭବ ବେଶ ଖୁସି ଅଛନ୍ତି । ଅନ୍ୟ ପଟେ ଛାଡପତ୍ର ଖବର ପାଇବା ପରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତେବେ ଦେଖିବାକୁ ବାକି ରହିଲା ନିଜର ସମ୍ପର୍କକୁ ବଞ୍ଚାଇବା ପାଇଁ କଣ କରୁଛନ୍ତି ବର୍ଷା ? ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।